ଏଇ ଭାରତରେ

ବାଉଁଶରେ ତିଆରି ଟିଫିନ୍‌ ବକ୍ସ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ମଣିପୁରର ଜିଙ୍ଗଖାଁପଉ ତିଆରି କରୁଛନ୍ତି ଏମିତିକା ଟିିଫିନ ବକ୍ସ। ଶୁଖିଲା ଓ ରନ୍ଧା ଖାଦ୍ୟକୁ ଏଥିରେ ଗରମ କିମ୍ବା ଥଣ୍ଡା ରଖିବା ଲାଗି ବି ପୃଥକ୍‌ ବ୍ୟବସ୍ଥା ରହିଛି। ଦ୍ୱାଦଶ ପାସ୍‌ କରିବା ପରେ ଜିଙ୍ଗଖାଁପଉ ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ। କଲମ ଓ ପାଣି ବୋତଲ ପରେ ଏବେ ଟିଫିନ ବକ୍ସ ତିଆରି କରିବାରେ ସଫଳ ହୋଇଛନ୍ତି। ସେ ଚୌରାଚନ୍ଦ୍ରପୁର ଜିଲା ଲମ୍ବକା ଟାଉନ୍‌ରେ ‘ଜୁଗମ୍‌ ବାମ୍ବୋ ଓ୍ବାର୍କ୍ସ’ ଷ୍ଟାର୍ଟଅପ୍‌ ଆରମ୍ଭ କରି ଏହା ତିଆରି କରୁଛନ୍ତି। ପରେ ୨୦୧୭ରେ ତାଙ୍କର ଜଣେ ବନ୍ଧୁ ଗୋଲାନ ନୌଲକ୍‌ ତାଙ୍କ ସହ ଯୋଗ ଦେଇଥିଲେ। ଏବେ ସେ ଏହି କାର୍ଯ୍ୟରେ ୫ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଟିଫିନ୍‌ ବକ୍ସରେ ପ୍ରାକୃତିକ ଉପତ୍ାଦ ବ୍ୟବହାର କରାଯାଉଛି ବୋଲି କହନ୍ତି ୨୭ ବର୍ଷୀୟ ଜିଙ୍ଗଖାଁପଉ। ଅନ୍‌ଲାଇନରେ ଏବେ ଅଧିକରୁ ଅଧିକ ଅର୍ଡର ପାଉଛନ୍ତି। ତିନିଥାକିଆ ଟିଫିନ ବକ୍ସର ପ୍ରତି ଥାକକୁ ବନ୍ଦ କରିବା ଲାଗି ଲକ୍‌ ସିଷ୍ଟମ ରହିଛି। ଏହାଦ୍ୱାରା ଏଥିରୁ ସହଜରେ ଖାଦ୍ୟ ଲିକ୍‌ ହେଉନି। ଦୁଇ ପ୍ରକାର ବକ୍ସ ତିଆରି ହେଉଛିି। ଗୋଟିକରେ ରହୁଛି ଶୁଖିଲା ଖାଦ୍ୟ ଓ ଏହାର ମୂଲ୍ୟ ରହିଛି ୫୯୯ ଟଙ୍କା। ସେହିଭଳି ରନ୍ଧା ଖାଦ୍ୟ ରହୁଥିବା ଟିଫିନର ଦାମ୍‌ ୭୯୯ ଟଙ୍କା। ମଣିପୁରର ସେମିଲୁଙ୍ଗ ନାମକ ବ୍ୟକ୍ତି ପ୍ରଥମେ ଏହିି ଟିଫିନ ବକ୍ସ କିଣିଛନ୍ତି। ଏହାର କାରିଗରି ଉପରେ ସେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri