ଏଇ ଭାରତରେ

ସମୁଦ୍ର ପତ୍ତନଠାରୁ ୧୪,୦୦୦ ଫୁଟ ଉଚ୍ଚରେ ଚାଷରେ ସଫଳତା ପାଇବା କିଛି କମ୍‌ କଥାନୁହେଁ। ଏଭଳି ସଫଳ ଚାଷୀ ଜଣକ ହେଉଛନ୍ତି ଲଦାଖର ଉର୍ଗେନ ଫନ୍‌ଷ୍ଟୋଗ। ବୟସ ୪୮। ଲେହଠାରୁ ୭୦ କି.ମି. ଦୂର ଜିୟା ଗାଁରେ ତାଙ୍କ ଘର। ୧୨ ବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ତା’ପରେ ବହୁ କଷ୍ଟରେ ହାଇସ୍କୁଲ ଶିକ୍ଷା ଶେଷ କରି ସେନାରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଥିଲେ ବି ପରିବାର ପ୍ରତିପୋଷଣ ପାଇଁ ଚାଷ ଆରମ୍ଭ କରିଥିଲେ। ଗୋଟିଏ ପରେ ଗୋଟିଏ ଚାଷରେ ସଫଳତା ପାଇ ଚାଲିଲେ। ଏବେ ସେ ପାଖାପାଖି ୮ ଏକର ଜମିରେ ୨୦ ପ୍ରକାର ଫସଲ କରୁଛନ୍ତି। ଏଥିରେ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଛନ୍ତି ଗୋଟିଏ ସିଜନ୍‌ରେ। ପରିବା ଚାଷ ଲାଗି ଦୁଇଟି ଗ୍ରୀନ୍‌ ହାଉସ ନିର୍ମାଣ କରିଛନ୍ତି। ସମୁଦ୍ର ପତ୍ତନର ୧୪,୦୦୦ ଫୁଟ ଉଚ୍ଚରେ ଯେଉଁଠି ତାପମାତ୍ରା -୩୦ ଡିଗ୍ରୀ ରହୁଛି ସେଠାରେ ସାଧାରଣ ଜୀବନ କଷ୍ଟକର ହେଉଥିଲେ ବି ଉର୍ଗେନଙ୍କ ପ୍ରୟାସ ଅନେକଙ୍କ ପାଇଁ ପ୍ରେରଣା। ସେ ଛେଳି, ମେଣ୍ଢା ଆଦି ପାଳନ କରି ବର୍ଷକୁ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଛନ୍ତି। ଜିଆଖତ ମଧ୍ୟ ପ୍ରସ୍ତୁତ କରି ତାହାକୁ ଫସଲରେ ବ୍ୟବହାର କରୁଛନ୍ତି ଓ ଖତକୁ ପ୍ୟାକେଟ୍‌ କରି ବିକ୍ରି କରୁଛନ୍ତି। ଏଥିପାଇଁ ତାଙ୍କୁ କୁହାଯାଉଛି ‘ମାଟିର ମଣିଷ’।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ବି ଖୁସିରେ ଗାଆନ୍ତି

ମାନେକା ଗାନ୍ଧୀ ସମ୍ପୂର୍ଣ୍ଣ ଲକ୍‌ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର...

କେବଳ ଧ୍ୱନି, କମାଣ ନାହିଁ

ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦକୁ ବଢ଼ାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ଖୁବ୍‌ ଶୀଘ୍ର ପ୍ରତିବନ୍ଧକ ଲଗାଯିବ ବୋଲି ଘୋଷଣା କରିଛି। ପ୍ରତିରକ୍ଷା...

ସମ୍ପାଦକୀୟ/ଗ୍ରହଣ କରନାହିଁ

ଭାରତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଅନେକ ସ୍ଥାନରେ ଅବ୍ୟବସ୍ଥା ଦେଖାଦେବାର ଅଭିଯୋଗ ଜଣାଶୁଣା ବିଷୟ ଭାବେ ରହିଆସିଛି। ଯେବେଠାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ...

ଏଇ ଭାରତରେ

ଗଛ ବଞ୍ଚତ୍ଲେ ପରିବେଶ ପ୍ରଦୂଷଣମୁକ୍ତ ରହିବା ସହ ମଣିଷ ମଧ୍ୟ ସୁସ୍ଥ ରହିପାରିବ। ପରିବେଶ ପାଇଁ ଉଦ୍ଭିଦ ଅତ୍ୟନ୍ତ ଉପଯୋଗୀ। ଆସାମରେ ଥିବା ୨୦୭ ବର୍ଷର...

ଆମ ବ୍ୟବସ୍ଥାରେ ଦଲାଲ

ରୁଦ୍ର ପ୍ରସନ୍ନ ରଥ ରାଜ୍ୟରେ ଏବେ ଦଲାଲମାନଙ୍କ ଅବସ୍ଥା ବାରଣ୍ଡା ଦିକଡ଼ା। ଡାକ୍ତରଖାନା ଏବଂ ପରିବହନ କାର୍ଯ୍ୟାଳୟ ଆଗରେ ଚକ୍କର କାଟୁଥିବା ଦଲାଲ ଏବେ ପ୍ରଶାସନର...

ପ୍ରାଣୀ ସେବାର ସ୍ବପ୍ନ

ମାନେକା ଗାନ୍ଧୀ ମାୟା କ’ଣ? ଏହା ଜାଣିବାକୁ ଚାହିଁଲେ ମହର୍ଷିି ନାରଦ। ଏଥିପାଇଁ ସେ ବିଷ୍ଣୁଙ୍କୁ ତପସ୍ୟା କରିବାକୁ ଲାଗିଲେ। ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭାବ...

ଏଇ ଭାରତରେ

ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ଅଭିନବ ପଦ୍ଧତି ସାମ୍ନାକୁ ଆଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କର୍ନାଟକର ଧନଞ୍ଜୟ ହେଗେଡ ଅନ୍ୟତମ। ଧନଞ୍ଜୟ ଜଣେ ଅବସରପ୍ରାପ୍ତ ମେକାନିକାଲ...

ଏଇ ଭାରତରେ

ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜୀବିକା ଉପରେ ଯେଉଁ କେତେଜଣ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି ତାମିଲନାଡୁର ଆଇଏଏସ୍‌ ଅଧିକାରୀ ସନ୍ଦିପ ନନ୍ଦୁରି। ସେ ୩୦ ଜଣ...

Advertisement
Archives

Model This Week