ଏଇ ଭାରତରେ

ବହୁ ସମୟରେ ଆମ ଦେଶର ଚାଷୀମାନେ ଚାଷର ନୂୂଆ କୌଶଳ ଖୋଜି ସଫଳ ହେବା ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଏଇ ଯେମିତି ସଫଳତା ହାସଲ କରିଛନ୍ତି ମହାରାଷ୍ଟ୍ରର କୃଷକ ମକବୁଲ ଶେଖ୍‌। ଲାଟୁରର ନୀଳଗାଁ ନିବାସୀ ମକବୁଲ ୧୦ ଏଚ୍‌ପିର ଏକ ବୁଲେଟ୍‌ ଟ୍ରାକ୍ଟର ତିଆରି କରିଛନ୍ତି। ଏଥିରେ ହଳ କରାଯାଉଛି, ବିହନ ବୁଣାହେଉଛି। ଏହା ଘାସ ବାଛିବା ସହ କୀଟନାଶକ ସିଞ୍ଚନ କରିପାରୁଛି। ଇନ୍ଧନ ଦୃଷ୍ଟିରୁ ବିଚାର କଲେ ଏହା ଅନ୍ୟ ଟ୍ରାକ୍ଟର ତୁଳନାରେ ବହୁତ ପ୍ରଭାବୀ। ଏତେ କାର୍ଯ୍ୟ କରିପାରୁଥିବା ବୁଲେଟ୍‌ ଟ୍ରାକ୍ଟରର ଦାମ ସେ ରଖିତ୍ଛନ୍ତି ୧.୬ ଲକ୍ଷ ଟଙ୍କା। ଛୋଟ ମଡେଲ୍‌ର ଦାମ ରହିଛି ମାତ୍ର ୬୦,୦୦୦ ଟଙ୍କା। ଏହି ଦାମ୍‌ ଏବେ ମାର୍କେଟରେ ଉପଲବ୍ଧ ଟ୍ରାକ୍ଟର ଦାମ୍‌ର ୧୦ ଭାଗରୁ ଭାଗେ। ଲାଟୁର ମରୁଡିପ୍ରବଣ ଅଞ୍ଚଳ ହୋଇଥିବାରୁ ସେଠାରେ ୨୦୧୫ରେ ମକବୁଲ ଚାଷ କରି ଘୋର କ୍ଷତିର ସମ୍ମୁଖୀନ ହେବା ପରେ ଖାଦ୍ୟ ଓ ଜଳାଭାବରୁ ତାଙ୍କ ବଳଦ ବିକିଦେଇଥିଲେ। ଏଭଳି ଏକ ସଙ୍କଟ ତାଙ୍କୁ ନୂଆ ଚାଷ ପଦ୍ଧତି ସମ୍ପର୍କରେ ଚିନ୍ତା କରିବାର ସୁଯୋଗ ଆଣିଦେଇଥିତ୍ଲା ଓ ୨୦୧୬ରେ ଏହି ଟ୍ରାକ୍ଟର ତିଆରି କରିବାରେ ଲାଗିଥିତ୍ଲେ। ବୁଲେଟ ଟ୍ରାକ୍ଟରର ପ୍ରଥମ ମଡେଲ ନିର୍ମାଣ କରିବାକୁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ଏଥିରେ ସଫଳ ହେବା ପରେ ଏବେ ସୁଦ୍ଧା ସେ ତାଙ୍କ ଗାଁ ଓ ଆଖପାଖ ଗାଁରେ ୧୪୦ଟି ଟ୍ରାକ୍ଟର ବିକ୍ରି କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ସଶକ୍ତୀକରଣର ପ୍ରତୀକ

ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା ଏ ଯାଏ ମହିଳା ରାଷ୍ଟ୍ରପତି ପାଇପାରି ନାହିଁ। ହେଲେ ବୃହତ୍‌ ସାଧାରଣତନ୍ତ୍ର ଭାବେ ପରିଚିତ ଭାରତ ତା’ର ସ୍ବାଧୀନତାର...

କିଛି ଦେଖି ପାରୁନାହୁଁ

ଆକାର ପଟେଲ ଆମେରିକାରେ ସ୍ତମ୍ଭ ଲେଖିବା ପାଣ୍ଡିତ୍ୟ କାମ ବୋଲି କୁହାଯାଏ। ଆମେରିକୀୟଙ୍କ ଅନୁସାରେ ପଣ୍ଡିତ କହିଲେ କୌଣସି ନିର୍ଦ୍ଦିଷ୍ଟ ବିଷୟ କିମ୍ବା କ୍ଷେତ୍ରରେ ଜଣେ...

ଆଫ୍ରିକାର ସ୍ବାସ୍ଥ୍ୟ ପ୍ରଯୁକ୍ତି

ଷ୍ଟିଫେନ୍‌ ଓଗ୍‌ଓ୍ବିନୋ ଆଫ୍ରିକାର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାରେ ସାଧାରଣତଃ ଘୋର ଅକ୍ଷମତା ଦେଖାଯାଇଥାଏ। ଏହିି ମହାଦେଶର ସବୁ ଦେଶ ଚିକିତ୍ସା ଉପକରଣ ଓ ଓଷଧ ଯୋଗାଣ...

କୃଷକ ଆନ୍ଦୋଳନ ଓ ପଞ୍ଜାବର ଅଡ଼ତିୟା ବ୍ୟବସ୍ଥା

ନଟବର ଖୁଣ୍ଟିଆ କେନ୍ଦ୍ର ସରକାର କୃଷି ସମ୍ବନ୍ଧୀୟ ତିନିଗୋଟି ଆଇନ ପ୍ରଣୟନ କଲାପରେ ପ୍ରଥମେ ପଞ୍ଜାବ ଓ ହରିୟାଣାର କୃଷକମାନେ ଏହି ଆଇନ ବିରୋଧରେ ଆନ୍ଦୋଳନ...

ତେଲ: ଦର ବଢ଼ିଲେ ଭଲ

ଡ. କୁଳାଙ୍ଗାର ଇନ୍ଧନ ବା ତେଲ ଦର ବୃଦ୍ଧି ପାଇବା ମାତ୍ରେ ଆମ ମନରେ ନାନା ନକାରାତ୍ମକ ଚନ୍ତାଧାରା ଧସେଇ ପଶିଥାଏ। ଧେତେରିକା ଏ ସରକାର...

ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଭାରତରେ ଜଳସେଚନର ଆବଶ୍ୟକ ଲକ୍ଷ୍ୟ ହାସଲ ହୋଇପାରିନାହିଁ। ବହୁ ଅଞ୍ଚଳରେ ଫସଲରେ ପାଣି ମଡ଼ାଇବା ଲାଗି ଚାଷୀମାନେ ବିଦ୍ୟୁତଚାଳିତ ପାଣିପମ୍ପ...

ଜୀବନ ବିରୋଧରେ ବିଦ୍ରୋହ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଥରେ ଜଣେ ସାଧୁ ସହସ୍ରାଧିକ ଶ୍ରଦ୍ଧାଳୁ ଶ୍ରୋତାଙ୍କୁ ପ୍ରବଚନ ଦେଲାବେଳେ ପଚାରିଲେ, ”କେଉଁମାନେ ମରିବାକୁ ଇଚ୍ଛା କରନ୍ତି ହାତ ଟେକନ୍ତୁ!“...

ଏଇ ଭାରତରେ

ଦୀପାବଳି ପାଳନର ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ଛତିଶଗଡ଼ର ଧମତରୀ ଜିଲାରେ। ଏହି ଜିଲାର ସେମରା ଗାଁରେ ଏକ ସପ୍ତାହ ପୂର୍ବରୁ ଦୀପାବଳି ପାଳନ...

Advertisement
Archives

Model This Week