ଏଇ ଭାରତରେ

୨୦୧୦ରୁ ଭାରତରେ ବାୟୁ ପ୍ରଦୂଷଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିତ୍କ କାର୍ବନ ନିର୍ଗମନ ହେତୁ ଏଭଳି ପରିସ୍ଥିତି ଉପୁଜିିଛି। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଯାହା ପଦକ୍ଷେପ ନିଆଯାଇଥାଉ ନା କହିଁକି, ବ୍ୟକ୍ତିଗତ ସ୍ତରରେ ତେଜସ ସିଦନଲଙ୍କ ଭୂମିକା ପ୍ରଶଂସନୀୟ। ତେଜସ ମୁମ୍ବାଇରେ କାର୍ବନ କ୍ରାଫ୍ଟ ଡିଜାଇନ ଷ୍ଟାର୍ଟଅପ ପ୍ରତିଷ୍ଠା କରି ପ୍ରଦୂଷିତ ବାୟୁରୁ ଟାଇଲ ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ସେ ଏହି ଷ୍ଟାର୍ଟଅପ ପ୍ରତିଷ୍ଠା କରିଥିଲେ। ତିନୋଟି ସୋପାନରେ ସେ ଏହି ଟାଇଲ ନିର୍ମାଣ କରୁଛନ୍ତି। ପ୍ରଥମେ ପ୍ରଦୂଷିତ ବାୟର ଘନ ଧୂଆଁରୁ କାର୍ବନକଣିକା ସଂଗ୍ରହ କରାଯାଉଛି। ତାହାକୁ ପ୍ରୋସେସ କରାଯାଇ ଶେଷରେ ଟାଇଲ ତିଆରି ହେଉଛି। ଅନ୍ୟସବୁ ଟାଇଲ ନିର୍ମାଣରେ ଯେତିକି ଶକ୍ତି ଉପଯୋଗ ହେଉଛିି ତା’ ତୁଳନାରେ ଏଥିତ୍ରେ ୫ ଭାଗରୁ ଭାଗେ ଶକ୍ତି ଆବଶ୍ୟକ ପଡୁଛି। ଗୋଟିଏ ଟାଇଲ ତିଆରି କରିବା ଯୋଗୁ ପ୍ରଦୂଷିତ ବାୟୁରୁ ୩୦,୦୦୦ଲିଟର କାର୍ବନ କମାଯାଇପାରୁଛି। ଏହି ପଦ୍ଧତି ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ। ଟାଇଲ୍‌ ନିର୍ମାଣରେ ତେଜସ ବହୁ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ବିଶ୍ୱର ସବୁଠୁ ପ୍ରଦୂଷିତ ୨୦ଟି ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। ଏଣୁ ତେଜସଙ୍କ ପଦ୍ଧତିକୁ ବ୍ୟାପକ କରାଗଲେ ଭାରତର ସହରଗୁଡ଼ିକରୁ ବହୁମାତ୍ରାରେ ପ୍ରଦୂଷଣ କମାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri