ଏଇ ଭାରତରେ

୨୦୧୦ରୁ ଭାରତରେ ବାୟୁ ପ୍ରଦୂଷଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟଧିତ୍କ କାର୍ବନ ନିର୍ଗମନ ହେତୁ ଏଭଳି ପରିସ୍ଥିତି ଉପୁଜିିଛି। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଯାହା ପଦକ୍ଷେପ ନିଆଯାଇଥାଉ ନା କହିଁକି, ବ୍ୟକ୍ତିଗତ ସ୍ତରରେ ତେଜସ ସିଦନଲଙ୍କ ଭୂମିକା ପ୍ରଶଂସନୀୟ। ତେଜସ ମୁମ୍ବାଇରେ କାର୍ବନ କ୍ରାଫ୍ଟ ଡିଜାଇନ ଷ୍ଟାର୍ଟଅପ ପ୍ରତିଷ୍ଠା କରି ପ୍ରଦୂଷିତ ବାୟୁରୁ ଟାଇଲ ପ୍ରସ୍ତୁତ କରୁଛନ୍ତି। ୨୦୧୯ରେ ସେ ଏହି ଷ୍ଟାର୍ଟଅପ ପ୍ରତିଷ୍ଠା କରିଥିଲେ। ତିନୋଟି ସୋପାନରେ ସେ ଏହି ଟାଇଲ ନିର୍ମାଣ କରୁଛନ୍ତି। ପ୍ରଥମେ ପ୍ରଦୂଷିତ ବାୟର ଘନ ଧୂଆଁରୁ କାର୍ବନକଣିକା ସଂଗ୍ରହ କରାଯାଉଛି। ତାହାକୁ ପ୍ରୋସେସ କରାଯାଇ ଶେଷରେ ଟାଇଲ ତିଆରି ହେଉଛି। ଅନ୍ୟସବୁ ଟାଇଲ ନିର୍ମାଣରେ ଯେତିକି ଶକ୍ତି ଉପଯୋଗ ହେଉଛିି ତା’ ତୁଳନାରେ ଏଥିତ୍ରେ ୫ ଭାଗରୁ ଭାଗେ ଶକ୍ତି ଆବଶ୍ୟକ ପଡୁଛି। ଗୋଟିଏ ଟାଇଲ ତିଆରି କରିବା ଯୋଗୁ ପ୍ରଦୂଷିତ ବାୟୁରୁ ୩୦,୦୦୦ଲିଟର କାର୍ବନ କମାଯାଇପାରୁଛି। ଏହି ପଦ୍ଧତି ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ। ଟାଇଲ୍‌ ନିର୍ମାଣରେ ତେଜସ ବହୁ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ବିଶ୍ୱର ସବୁଠୁ ପ୍ରଦୂଷିତ ୨୦ଟି ସହର ମଧ୍ୟରେ ଭାରତର ୧୪ଟି ସହର ରହିଛି। ଏଣୁ ତେଜସଙ୍କ ପଦ୍ଧତିକୁ ବ୍ୟାପକ କରାଗଲେ ଭାରତର ସହରଗୁଡ଼ିକରୁ ବହୁମାତ୍ରାରେ ପ୍ରଦୂଷଣ କମାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁରଟ ମାଣ୍ଡ୍ବି ଜିଲାର ଏକ ଛୋଟ ଗାଁ ଦଡ଼ବାଡାରୁ ଆରମ୍ଭକରି ଅହମ୍ମଦାବାଦ ସ୍ଥିତ ଗୁଜରାଟ ବିଦ୍ୟାପୀଠରେ ପଢ଼ିବା ଯାଏ ଅଶୋକ ଚୌଧୁରୀଙ୍କ ଜୀବନଯାତ୍ରା ସମସ୍ୟାରେ ଭରି...

ଆଇନର ବ୍ୟାଖ୍ୟାନ

ବମ୍ବେ ହାଇକୋର୍ଟ ବିଚାରପତି ପୁଷ୍ପା ଗନେଡିଓ୍ବାଲାଙ୍କ ଦ୍ୱାରା ଦିଆଯାଇଥିବା ରାୟ ଅନୁଯାୟୀ ଯଦି କୌଣସି ପୁରୁଷ ଜଣେ କିଶୋରୀର ପୋଷାକ ଉପରୁ ସ୍ତନକୁ ଛୁଅନ୍ତି, ତେବେ...

ଏଇ ଭାରତରେ

ଶିକାରୀଙ୍କ କବଳରୁ ବନ୍ୟଜନ୍ତୁଙ୍କୁ ବଞ୍ଚାଇବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ମେଘନା ବାନାର୍ଜୀ। ସେ ୨୦୧୭ରୁ ହ୍ୟୁମାନ ଆଣ୍ଡ୍‌ ଏନ୍‌ଭାଇରୋନ୍‌ମେଣ୍ଟ ଆଲିଆନ୍ସ ଲିଗ(ଏଚ୍‌ଇଏଏଲ୍‌)ଏନଜିଓ ଗଠନ କରି ବନ୍ୟଜନ୍ତୁଙ୍କ ସୁରକ୍ଷା...

ଶିଶୁ ସ୍ବାସ୍ଥ୍ୟରେ ପୁଷ୍ଟିର ସହାୟତା

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜାତୀୟ ପୁଷ୍ଟି ସପ୍ତାହ ପାଳିତ ହୋଇଥାଏ। ଚଳିତବର୍ଷର ସ୍ଲୋଗାନ ରହିଛି ‘ସାଧାରଣ ଶିଶୁ...

ନିଜେ ନ ସୁଧୁରିଲେ

ଅପାରଗ ଓ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କୁ ଚାକିରିରୁ ହଟେଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଥିବା କହିଛନ୍ତି। ୫୦ରୁ ୫୫ ବର୍ଷ ବୟସ ହୋଇଥିବା ଓ ୩୦...

କୋରେଇ ଦୁର୍ଘଟଣା

ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ୨୧ ନଭେମ୍ବର ୨୦୨୨ ସକାଳେ ଏକ ମାଲବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ସେଥିରୁ ଦୁଇଟି ବଗି...

ଭାରତରେ ହେପାଟାଇଟିସ୍‌ ‘ବି’

ଡା. ଉମେଶ ଚନ୍ଦ୍ର ପାତ୍ର   ଭାରତରେ ହେପାଟାଇଟିସ୍‌ ‘ବି’ ଭୂତାଣୁର ବାହକ ବହୁ ସଂଖ୍ୟାରେ ଅଛନ୍ତି। ଏହି ବାହକମାନେ ସାଧାରଣରେ ନୀରୋଗ ଓ ସୁସ୍ଥ...

ଏଇ ଭାରତରେ

ଇଚ୍ଛାଶକ୍ତି ଓ ନିଷ୍ଠାପର ପ୍ରୟାସରେ ସଫଳତା ଆପେ ଆପେ ଆସେ, ଯାହା ପ୍ରମାଣ କରିଛନ୍ତି ଜଣେ ଦିବ୍ୟାଙ୍ଗ। ଡି. ଇନ୍ଦ୍ରା ଚାଲିପାରନ୍ତି ନାହିଁ, କିନ୍ତୁ ହ୍ବିଲ...

Advertisement
Archives

Model This Week