ଏଇ ଭାରତରେ

ବାଉଁଶରୁ ବର୍ଷକୁ ଆୟ ୧ କୋଟି ଟଙ୍କା। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସମ୍ଭବ ହୋଇଛି ମହାରାଷ୍ଟ୍ରର ଚାଷୀ ରାଜଶେଖର ପାଟିଲଙ୍କ ଉଦ୍ୟମରେ। ଓସମାନବାଦ ଜିଲାର ନିପାନି ଗ୍ରାମର ଏହି ଚାଷୀ ଜଣକ ୫୦ ପ୍ରଜାତିର ବାଉଁଶ ଚାଷ କରୁଛନ୍ତି। କେବଳ ଆୟ ୧ କୋଟି ଛୁଇଁନି, ବରଂ ସେ ଏଥିପାଇଁ ୪୦ଟି ପୁରସ୍କାର ପାଇଛନ୍ତି। ରାଜଶେଖରଙ୍କ ଉତ୍ପାଦିତ ବାଉଁଶ, ରାଜଶେଖର ପାଟିଲ ବାମ୍ବୋ’ ମାର୍କାରେ ବିକ୍ରି ହେଉଛି। ତାଙ୍କ ବୟସ ଏବେ ୫୦।
ଋଣରେ ବୁଡିଯାଇଥିବା ତାଙ୍କ ପରିବାରକୁ ମୁକୁଳାଇବା ପାଇଁ ସେ କୃଷିକୁ ଆପଣାଇଥିଲେ। କୃଷିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ରାଜଶେଖର।
ଅତ୍ୟନ୍ତ କଷ୍ଟସାଧ୍ୟ କୁହାଯାଉଥିବା ବାଉଁଶ ଚାଷ କରିବାକୁ ଆଗକୁ ଆସିଥିଲେ ୧୯୯୨ରେ ଓ ସଫଳତା ପାଇଥିଲେ ମାତ୍ର କେତୋଟି ବର୍ଷରେ। ଋଣ ପୂରା ଶୁଝିଦେଇଥିଲେ। ତା’ପରେ ତାଙ୍କ ଆୟ ବଢିଚାଲିଲା। ଲୋକମାନଙ୍କୁ ବି ଏଥିରେ ନିଯୁକ୍ତି ଦେଲେ। ଗୋଟିଏ ପରେ ଗୋଟିଏ ପ୍ରଜାତିର ବାଉଁଶ ଯୋଡି ଚାଲିଲେ ଚାଷରେ। ୫୦ଟି ପ୍ରଜାତି ବାଉଁଶ ଚାଷ କରୁଥିବା ରାଜଶେଖରଙ୍କ ପ୍ରେରଣା ହେଉଛନ୍ତି ଗାନ୍ଧିବାଦୀ ଆନ୍ନା ହାଜାରେ। ଗୋଟିଏ ଗାଁକୁ କିଭଳି ସ୍ବାବଲମ୍ବୀ କରାଯାଇପାରେ ତାହା ସେ ଆନ୍ନାଙ୍କଠାରୁ ଶିକ୍ଷା କରି ନିଜ ଗାଁ ନିପାନିକୁ ଜଳ ସମସ୍ୟାରୁ ମୁକ୍ତ କରିପାରିଛନ୍ତି। ରାଜଶେଖର ୫୪ ଏକର ଜମିରେ ବାଉଁଶ ଚାଷ କରୁଛନ୍ତି ଓ ଏବେ ସେଥିରେ ଆଉ ୧୬ ଏକର ଯୋଡିଛନ୍ତି। ଚାଷରେ ୧୦୦ ଜଣ ଶ୍ରମିକ ଓ ଅନ୍ୟାନ୍ୟ ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିରିଶ ଓ ଦୁଇଟଙ୍କିଆ ଚାଉଳର ଖେଳ

ତୁଷାରକାନ୍ତ ୧୮୯୯ ଜାନୁୟାରୀ ୨୬ରେ ତତ୍କାଳୀନ କଟକ ତଥା ଅଧୁନା ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଗଲପୁରର ଏକ ସ୍ବଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଥିବା ଗୌରାଙ୍ଗ ଚରଣ...

ଧନ କ’ଣ ସୁଖ କିଣିପାରେ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଏ ପ୍ରଶ୍ନର ଜବାବ ଦେବାକୁ ହେଲେ ପ୍ରଥମେ ନିରୂପଣ କରିବାକୁ ହେବ ସୁଖର ସଂଜ୍ଞା। ଅନେକ ଦାର୍ଶନିକ ଏବଂ...

ଆଧୁନିକ ଶିକ୍ଷା ଓ ସାହିତ୍ୟର ଜନକ

ଡ. ନାରାୟଣ ବାରିକ୍‌ କର୍ମମୟ ଜୀବନରେ ଜୀବିକା ନିର୍ବାହ ପାଇଁ ଶିକ୍ଷକତାକୁ ଆଦରି ନେଇଥିବା କବିବର ରାଧାନାଥ ରାୟ ନିଜର ଜ୍ଞାନ, ଦକ୍ଷତା ଓ କର୍ତ୍ତବ୍ୟ...

ନଦୀର ନାମ ନର୍ଦ୍ଦମା

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ବିଶ୍ୱ ମହାମାରୀ କରୋନାକୁ ପ୍ରତିହତ କରିବାକୁ ଦିଆଯାଇଥିବା ସାମାଜିକ ଦୂରତ୍ୱର ଆହ୍ବାନ ମଧ୍ୟରେ ଏଇ ଚାରିମାସ ହେଲା ବେଶ୍‌...

ଏଇ ଭାରତରେ

ଭାରତରେ ୨୦୦୦ ଟଙ୍କିଆ ନୋଟ ଏବେ ବ୍ୟାଙ୍କରେ ଫେରାଇବା ପ୍ରକ୍ରିୟା ଜାରି ରହିଛି। ତେବେ ଏହା ମଧ୍ୟରେ ଏକ ନିଆରା ଖବର ସାମ୍‌ନାକୁ ଆସିଛି। ଜଣେ...

ବନାଗ୍ନି

ବ୍ରାଜିଲର ଆମାଜନ ଜଙ୍ଗଲକୁ ବିଶ୍ୱର ଫୁସ୍‌ପୁସ୍‌ କୁହାଯାଇଥାଏ। ବିଡ଼ମ୍ବନାର ବିଷୟ ଯେ, ଆମାଜନରେ ଭୟଙ୍କର ନିଆଁ ଦୁଇ ବର୍ଷ ହେଲା ଲଗାତର ଜଳିଆସୁଛି। ଏହା ସେଠାକାର...

ଏଇ ଭାରତରେ

ଲକ୍‌ଡାଉନ ସମୟରେ ଜୀବିକା ହରାଇଥିବା ଲୋକମାନେ କିଚେନ୍‌ ଗାର୍ଡେନ୍‌ ମାଧ୍ୟମରେ ପରିବାର ଆବଶ୍ୟକତା ମେଣ୍ଟାଉଛନ୍ତି ଗୁଜରାଟର ହଜାର ହଜାର ପରିବାର। ଭାବନଗର, ଦାହୁଦ, ମହିସାଗର ଓ...

ଚିନ୍ତା ବଢ଼ାଇଛି ସଂକ୍ରମଣ

ଲଳିତେନ୍ଦୁ ପଲାଉରୀ ସାରା ଦେଶରେ କରୋନା ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମେଡିକାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ପ୍ରତିଦିନ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି।...

Advertisement
Archives

Model This Week