ଏଇ ଭାରତରେ

ବାଉଁଶରୁ ବର୍ଷକୁ ଆୟ ୧ କୋଟି ଟଙ୍କା। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ଏହା ସମ୍ଭବ ହୋଇଛି ମହାରାଷ୍ଟ୍ରର ଚାଷୀ ରାଜଶେଖର ପାଟିଲଙ୍କ ଉଦ୍ୟମରେ। ଓସମାନବାଦ ଜିଲାର ନିପାନି ଗ୍ରାମର ଏହି ଚାଷୀ ଜଣକ ୫୦ ପ୍ରଜାତିର ବାଉଁଶ ଚାଷ କରୁଛନ୍ତି। କେବଳ ଆୟ ୧ କୋଟି ଛୁଇଁନି, ବରଂ ସେ ଏଥିପାଇଁ ୪୦ଟି ପୁରସ୍କାର ପାଇଛନ୍ତି। ରାଜଶେଖରଙ୍କ ଉତ୍ପାଦିତ ବାଉଁଶ, ରାଜଶେଖର ପାଟିଲ ବାମ୍ବୋ’ ମାର୍କାରେ ବିକ୍ରି ହେଉଛି। ତାଙ୍କ ବୟସ ଏବେ ୫୦।
ଋଣରେ ବୁଡିଯାଇଥିବା ତାଙ୍କ ପରିବାରକୁ ମୁକୁଳାଇବା ପାଇଁ ସେ କୃଷିକୁ ଆପଣାଇଥିଲେ। କୃଷିରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ରାଜଶେଖର।
ଅତ୍ୟନ୍ତ କଷ୍ଟସାଧ୍ୟ କୁହାଯାଉଥିବା ବାଉଁଶ ଚାଷ କରିବାକୁ ଆଗକୁ ଆସିଥିଲେ ୧୯୯୨ରେ ଓ ସଫଳତା ପାଇଥିଲେ ମାତ୍ର କେତୋଟି ବର୍ଷରେ। ଋଣ ପୂରା ଶୁଝିଦେଇଥିଲେ। ତା’ପରେ ତାଙ୍କ ଆୟ ବଢିଚାଲିଲା। ଲୋକମାନଙ୍କୁ ବି ଏଥିରେ ନିଯୁକ୍ତି ଦେଲେ। ଗୋଟିଏ ପରେ ଗୋଟିଏ ପ୍ରଜାତିର ବାଉଁଶ ଯୋଡି ଚାଲିଲେ ଚାଷରେ। ୫୦ଟି ପ୍ରଜାତି ବାଉଁଶ ଚାଷ କରୁଥିବା ରାଜଶେଖରଙ୍କ ପ୍ରେରଣା ହେଉଛନ୍ତି ଗାନ୍ଧିବାଦୀ ଆନ୍ନା ହାଜାରେ। ଗୋଟିଏ ଗାଁକୁ କିଭଳି ସ୍ବାବଲମ୍ବୀ କରାଯାଇପାରେ ତାହା ସେ ଆନ୍ନାଙ୍କଠାରୁ ଶିକ୍ଷା କରି ନିଜ ଗାଁ ନିପାନିକୁ ଜଳ ସମସ୍ୟାରୁ ମୁକ୍ତ କରିପାରିଛନ୍ତି। ରାଜଶେଖର ୫୪ ଏକର ଜମିରେ ବାଉଁଶ ଚାଷ କରୁଛନ୍ତି ଓ ଏବେ ସେଥିରେ ଆଉ ୧୬ ଏକର ଯୋଡିଛନ୍ତି। ଚାଷରେ ୧୦୦ ଜଣ ଶ୍ରମିକ ଓ ଅନ୍ୟାନ୍ୟ ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri