ଏଇ ଭାରତରେ

ବାହାରେ ଗଦା ହେଉଥିବା ଅଦରକାରୀ ଶଢ଼େଇ ଓ ପ୍ଲାଷ୍ଟିକ୍‌ ବୋତଲକୁ ଏକ ଉତ୍ତମ କାମରେ ଲଗାଇ ପାରିଛନ୍ତି ଭୋପାଳର ସାକ୍ଷୀ ଭରଦ୍ୱାଜ। ସେ ଏହିସବୁ ବର୍ଜ୍ୟବସ୍ତୁରେ ପ୍ରାୟ ୪୫୦ ପ୍ରଜାତିର ୪,୦୦୦ ଗଛ ଉତାରିଛନ୍ତି। ୨୫ ବର୍ଷୀୟା ସାକ୍ଷୀ ତାଙ୍କ ଘରକୁ ଏକପ୍ରକାର ମିନି ଜଙ୍ଗଲରେ ପରିଣତ କରିଦେଇଛନ୍ତି। ଏହି ଗଛଗୁଡ଼ିକ ମଧ୍ୟରେ ରହିଛି ୧୫୦ ପ୍ରଜାତିର ବିଦେଶୀ ଗଛ। ସାକ୍ଷୀ ମାଇକ୍ରୋ ବାୟୋଲୋଜିରେ ଶିକ୍ଷା ଶେଷ କରି ୨୦୧୯ରୁ ମାନସରୋବର ଗ୍ଲୋବାଲ୍‌ ୟୁନିଭର୍ସିଟିରେ କୃଷି ବିଭାଗର ସହକାରୀ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ସେବେଠାରୁ ପିଲାମାନଙ୍କୁୁ ପଢ଼ାଇବା ସହ ବିଭିନ୍ନ ପ୍ରକାର ଗଛ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ। ଏପରିକି ବହୁ ଗଛର କଲମି କରି ତାହାକୁ ଶଢ଼େଇରେ ଲଗାଇଛନ୍ତି। ପ୍ଲାଷ୍ଟିକ୍‌ ବୋତଲ ଓ ଶଢ଼େଇରେ ଗଛ ଲଗାଇ ସେଗୁଡ଼ିକୁ ତାରରେ ବାନ୍ଧି କଣ୍ଟା ସାହାଯ୍ୟରେ ଘର କାନ୍ଥରେ ଝୁଲାଇ ଏକ ପ୍ରକାର ଭର୍ଟିକାଲ ଗାର୍ଡେନ କରିଛନ୍ତି। ଏଥିରେ କେବଳ ଜିଆଖତ ଓ କିଚେନ୍‌ରୁ ପ୍ରସ୍ତୁତ ଖତ ହିଁ ବ୍ୟବହାର କରୁଛନ୍ତି। ନିଆରା ପ୍ରଜାତିର ବିଦେଶୀ ଗଛ ଚାରା କରି ତାହାକୁ ଲୋକମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖିଛନ୍ତି ସାକ୍ଷୀ।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri