ଏଇ ଭାରତରେ

ଡି. ଶିବନ ଡାକ ବିଭାଗରେ ତାଙ୍କ ଚାକିରି କାଳରେ ଦୀର୍ଘ ୩୫ ବର୍ଷ ଧରି ନଦୀ, ନାଳ, ବଣ, ପାହାଡ଼ ପାରହୋଇ ନିଜ କର୍ତ୍ତବ୍ୟ ପାଳନ କରି ନିକଟରେ ଅବସର ଗ୍ରହଣ କରିଛନ୍ତି। ଏବେ ତାଙ୍କ ବୟସ ୬୫। ଅବସର ନେବା ଯାଏ ସେ ଏଭଳି ଏକ ନିୟମିତ ଜୀବନଧାରାରେ ରହିଥିଲେ, ଯାହା ଏବକାର କର୍ମଚାରୀଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ସେ ନୀଳଗିରି ମାଉଣ୍ଟେନ ରେଲଓ୍ବେ ଟ୍ରାକ୍‌ କଡ଼େ କଡ଼େ ଚାଲି ଚାଲିି ଯାଆନ୍ତି ଓ ଦୁର୍ଗମ ଅଞ୍ଚଳ ଗାଁଗୁଡ଼ିକରେ ବନ ବିଭାଗର ଶ୍ରମିକ ଏବଂ ଗ୍ରାମବାସୀମାନଙ୍କୁ ପେନ୍‌ସନ ଓ ଡାକ ସେବା ଯୋଗାଇ ଦିଅନ୍ତି। ଶିବନଙ୍କ ଜୀବନଶୈଳୀ ଅତି ସାଧାରଣ। ରହନ୍ତି ତାମିଲନାଡୁର କୋନୁରରେ । ସେ ଚାକିରିରୁ ଅବସର ନେଇଛନ୍ତି, କିନ୍ତୁ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ନିୟମିତ କାର୍ଯ୍ୟଧାରାରେ କିଛି ବି ପରିବର୍ତ୍ତନ କରି ନ ଥିଲେ ବୋଲି କହନ୍ତି ସେଠାକାର ବାସିନ୍ଦା। ସକାଳ ୧୦ଟାରୁ ସେ ଯାତ୍ରା ଆରମ୍ଭ କରି ତାଙ୍କ କାର୍ଯ୍ୟସ୍ଥଳୀ ହିଲ୍‌ଗ୍ରୋଭ ପୋଷ୍ଟ ଅଫିସକୁ ଯାଆନ୍ତି। ଏହି ଅଫିସ ଘର ପାଖରୁ ୧୦ କି.ମି ଦୂର। ଘରଠାରୁ ଏକ ଲୋକାଲ ବସ୍‌ରେ ୪ କି.ମି, ଗଲା ପରେ ଅବଶିଷ୍ଟ ବାଟ ଚାଲି ଚାଲି ଯାଇ ଅଫିସ୍‌ରେ ପହଞ୍ଚନ୍ତି। ସେଠାରେ ପହଞ୍ଚିବା ପରେ ମେଲ୍‌ ଧରି ଚାଲିବା ଆରମ୍ଭ କରିଦିଅନ୍ତି ବିଭିନ୍ନ ସ୍ଥାନକୁ। ଜଙ୍ଗଲରେ ବନ୍ୟଜନ୍ତୁଙ୍କୁ ଖାତିର ନ କରି ସେ ନଦୀ, ନାଳ, ପାହାଡ଼ ଚଢ଼ି ବିଭିନ୍ନ ଗ୍ରାମରେ ଲୋକମାନଙ୍କ ପାଖରେ ଡାକ ପହଞ୍ଚାଇ ପୁଣି ପେରି ଆସନ୍ତି। ଜଙ୍ଗଲ ଭିତରେ ସେ ପ୍ରାୟ ୧୫ କି.ମି. ଚାଲନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri