ଏଇ ଭାରତରେ

ପେସାରେ ନର୍ସ, କିନ୍ତୁ ସାପ ଉଦ୍ଧାର କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଛତିଶଗଡ଼ ରାୟପୁରର ଅଜିତା ପାଣ୍ଡେ। ସେ ୧୦ ବର୍ଷ ମଧ୍ୟରେ ଅନେକ ହଜାର ସାପ ଉଦ୍ଧାର କରିସାରିଲେଣି। ଲୋକମାନଙ୍କଠାରୁ କଲ୍‌ ପାଇବା କ୍ଷଣି ସେହି ସ୍ଥାନରେ ସେ ପହଞ୍ଚି ଯାଉଛନ୍ତି। କେବଳ କୋଭିଡ୍‌ ସମୟରେ ସେ ଲୋକଙ୍କ ଘରେ ପହଞ୍ଚି ୯୮୪ଟି ସାପ ଉଦ୍ଧାର କରିପାରିଥିଲେ। ଅଜିତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ସେ ପ୍ରଥମେ ସାପ ଧରିଥିଲେ। ପରେ ଶିକ୍ଷା ଶେଷ କରି ନର୍ସ ଭାବେ ଚାକିରି କରି ତାଙ୍କର ସେହି ପସନ୍ଦକୁ ଜାରି ରଖିଛନ୍ତି। ସାପ ଧରିବା ଲାଗି ସେ ତାଙ୍କ ବିଭାଗରୁ ଅନୁମତି ମଧ୍ୟ ନେଇଛନ୍ତି ଓ ଏହି କାର୍ଯ୍ୟ ପାଇଁ ସେ କାହାଠରୁ ଅର୍ଥ ନେଉନାହାନ୍ତି। ସେ ଜଙ୍ଗଲ ବିଭାଗ ଅଧିକାରୀ, ପଶୁଙ୍କ ପାଇଁ କାମ କରୁଥିବା ଏନ୍‌ଜିଓ ସହିତ ଯୋଗାଯୋଗ ରକ୍ଷା କରି ବିଭିନ୍ନ ପ୍ରକାର ସାପଙ୍କ ଆଚରଣ ସମ୍ପର୍କରେ ଜାଣି ପାରିଛନ୍ତି। ଏହା ବ୍ୟତୀତ ପ୍ରତୀକ୍ଷା ସ୍ନେକ୍‌ ସେଲ, ଓ୍ବାଇଲ୍ଡ ଲାଇଫ କଞ୍ଜରଭେଶନ ସୋସାଇଟି ଏବଂ ଓ୍ବାଇଲ୍ଡ ଲାଇଫ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ ସହ ଜଡ଼ିତ ରହି ଏହି ସାପ ଉଦ୍ଧାର କାର୍ଯ୍ୟ ସହଜରେ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ହାନ୍ତା ଭାଇରସ୍‌କୁ ନେଇ ଚିନ୍ତା: ମଣିଷଠାରୁ ମଣିଷକୁ ହେବ ସଂକ୍ରମଣ

କେପ୍‌ ଟାଉନ୍‌,୭ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍‌ ଜାହାଜରେ ହାନ୍ତା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ୩ ଯାତ୍ରୀଙ୍କ ମୃତ୍ୟୁ ଏବଂ ୫ରୁ ଅଧିକ ଯାତ୍ରୀ…

୯ ତାରିଖ ସକାଳ ବଙ୍ଗଳାରେ ଶପଥ ଗ୍ରହଣ, ସନ୍ଧ୍ୟାରେ ଅଭିଯୁକ୍ତର ଏନ୍‌କାଉଣ୍ଟର…

କୋଲକାତା,୭।୫:  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଅବସ୍ଥିତ ମଧ୍ୟମଗ୍ରାମରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି…

ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…

ଚୁପଚୁପ ଚାଇନା ସହିତ ଏକ ବିପଦପୂର୍ଣ୍ଣ ଡିଲ୍‌ କଲା ପାକିସ୍ତାନ, ଭାରତ ଶୁଣିଲେ ହେବ ଛାନିଆ

ନୂଆଦିଲ୍ଲୀ,୭।୫: ଅପରେଶନ ସିନ୍ଦୁରର ପ୍ରଥମ ବାର୍ଷିକୀ ପୂର୍ବରୁ, ଚାଇନା ଏହାର J-35A ଷ୍ଟେଲ୍ଥ ଲଢ଼ୁଆ ବିମାନର ପ୍ରଥମ ସଂସ୍କରଣ ଉନ୍ମୋଚନ କରିଛି, ଯାହା ରପ୍ତାନି ପାଇଁ ପ୍ରସ୍ତୁତ।…

ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଏହି ଭାରତୀୟ କ୍ରିକେଟର୍‌ : ଖେଳିଥିଲେ IPL

ଚଣ୍ଡିଗଡ,୭।୫: ପୂର୍ବତନ ପଞ୍ଜାବ କ୍ରିକେଟର ଅମନପ୍ରୀତ ସିଂହ ଗିଲଙ୍କ ୩୬ ବର୍ଷ ବୟସରେ ଚଣ୍ଡିଗଡ଼ରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଘରୋଇ କ୍ରିକେଟ ଜଗତରେ ଶୋକର ଛାୟା…

ଆଜିଠୁ ଗଞ୍ଜାମରେ ୭ମ ରାଜ୍ୟସ୍ତରୀୟ ଓ୍ବାକୋ ଓଡ଼ିଶା କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌

ଗଞ୍ଜାମ,୭ା୫(ଅଖିଳ ତରାଇ): ଗଞ୍ଜାମ ସହରସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମରେ ଆସନ୍ତା ମେ’ ୭ରୁ ୭ମ ଓ୍ବାକୋ ଓଡ଼ିଶା ଷ୍ଟେଟ୍‌ କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଆରମ୍ଭ…

ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବିଜୟ! ଟିଭିକେ-କଂଗ୍ରେସ ମଝିରେ ପଶି ବଡ଼ ଚାଲ୍‌ ଚଲାଇଲା ଭାଜପା

ଚେନ୍ନାଇ,୭।୫: ତାମିଲନାଡୁରେ ନୂତନ ସରକାର ଗଠନର ସମ୍ପୂର୍ଣ୍ଣ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ବିଧାନସଭା ନିର୍ବାଚନରେ ସର୍ବାଧିକ ବିଜୟ ହାସଲ କରିଥିବା ଅଭିନେତା ବିଜୟଙ୍କ ଦଳ ଟିଭିକେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri