ଏଇ ଭାରତରେ

କ୍ଷେତକୁ ଫସଲ ଖାଇବାକୁ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ହତ୍ୟା କିମ୍ବା ଗୁରୁତର ଆହତ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ଦୂର କରିପାରୁଛି ବେଙ୍ଗାଲୁରୁର ‘କଟିଧନ’ ଷ୍ଟାର୍ଟଅପ୍‌। ଏସ୍‌.ଆର୍‌.ଆୟନ ଏହି ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା। ପ୍ରଯୁକ୍ତି ବ୍ୟବହାର କରି ପ୍ରାଣୀମାନଙ୍କୁ ଫସଲଠାରୁ ଦୂରେଇ ରଖାଯାଇଯାଉଛି। ଏଥିରେ ପ୍ରାଣୀଙ୍କର କୌଣସି କ୍ଷତି ଘଟୁନାହିଁ। ଆୟନ ଜଣେ ରୋବୋଟିକ ଇଞ୍ଜିନିୟର ଓ ସେ କଞ୍ଜୁମର ରୋବୋ ନିର୍ମାଣ କରୁଥିଲେ। କିନ୍ତୁ ପ୍ରାଣୀ- ମଣିଷ ସଂଘର୍ଷର କ୍ଷତି ବିଷୟରେ ଜାଣିବା ପରେ ଏହାକୁ ହ୍ରାସ କରିବା ଲାଗି ଉପାୟ ଚିନ୍ତା କରିଥିତ୍ଲେ। ପରେ କେତେଜଣ ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ସହ ଏକ ଛୋଟ ଟିମ୍‌କୁ ନେଇ କାମ ଆରମ୍ଭ କରି ସଫଳତା ପାଇଲେ। ସୌରଶକ୍ତି ଚାଳିତ ଅଟୋଲାଇଟ ଏହାର ମୁଖ୍ୟ ସାଧନ, ଯାହା ହାତୀ, ବାଘ, ବାର୍‌ହା ଆଦି ପ୍ରାଣୀଙ୍କୁ ସହଜରେ କ୍ଷେତ ନିକଟରୁ ତଡ଼ି ଦେଇପାରୁଛି। ଏହି ଉପତ୍ାଦ ସ୍ବୟଂଚାଳିତ। ରାତିସାରା ବିଭିନ୍ନ ପ୍ରକାର ଫ୍ଲାଶ୍‌ ଲାଇଟ ଦେଇଥାଏ ଓ ସେଠାରେ ପ୍ରାଣୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରି ସେମାନଙ୍କୁ ତଡ଼ି ଦେଇଥାଏ। ଏଥିରେ ପ୍ରାଣୀମାନଙ୍କର କୌଣସି କ୍ଷତି ହୋଇ ନ ଥାଏ। ଏବେ ସୁଦ୍ଧା ଏହିି କମ୍ପାନୀ ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ ଏବଂ ଉତ୍ତରାଖଣ୍ଡ ଭଳି ରାଜ୍ୟଗୁଡ଼ିକରେ ୨,୦୦୦ରୁ ଅଧିକ କୃଷକଙ୍କ ନିକଟରେ ତାହାର ଉତ୍ପାଦକୁ ପହଞ୍ଚାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ପ୍ରତିଶୋଧର ଖଡ୍ଗ

ନ୍ୟାୟର ନିକିତିରେ ଯେତେବେଳେ ଅପଳାପର ଗରଳ ମିଶିଯାଏ, ସେତେବେଳେ ଆଇନର ଆଶ୍ରୟ ଅବିଚାରର ଆୟୁଧରେ ପରିଣତ ହୁଏ। ବୋହୂ ନିର୍ଯାତନାକୁ ପ୍ରତିହତ କରିବା ନିମନ୍ତେ ପ୍ରଣୀତ ଭାରତୀୟ…

ଅସରପା ଆଉ ଅଟୋକ୍ରାସି

କକ୍‌ରୋଚ୍‌ ଜନତା ପାର୍ଟି ଏକ ଥଟ୍ଟାଳିଆ ନାମକରଣ ବୋଲି ଭାବିଥିବା ପାଠକମାନଙ୍କୁ ଏବଂ ହିନ୍ଦୁତ୍ୱରେ ବୁଡିରହିଥିବା ପାଠକମାନଙ୍କୁ କ୍ଷମା ମାଗି ମୁଁ ଗୀତାର ଜଣାଶୁଣା ଉକ୍ତିକୁ ରୂପାନ୍ତର…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri