ଏଇ ଭାରତରେ

ଯୋସେପ ଲୋବୋଙ୍କ ଘର କର୍ନାଟକ ଉଡୁପିର ଏକ ଗାଁରେ। ସେ ତାଙ୍କ ଅଗଣାରେ ବଗିଚାଟିଏ କରିଛନ୍ତି। ସେଥିରେ ସେ ଜୈବିକ ପଦ୍ଧତିରେ ବିଭିନ୍ନ କୋଳି, ସପେଟା, ଫଳ, ଅନେକ କିସମର ଆମ୍ବ ସହିତ ୨୦୦ ପ୍ରକାର ଗଛ ଲଗାଇଛନ୍ତି। ଗ୍ରୋ ବ୍ୟାଗ୍‌ରେ ଏହିସବୁ ଗଛ ଭଲ ବଢିପାରୁଛି। ବଗିଚା ପାଇଁ ସେ ନିଜେ ଖତ ପ୍ରସ୍ତୁତ କରିବା ସହ ଜୈବିକ କୀଟନାଶକ ତିଆରି କରି ପ୍ରୟୋଗ କରୁଛନ୍ତି। ଏହା ସହ ହାଇଡ୍ରୋପୋନିକ( ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ) ପଦ୍ଧତିରେ ଜସ୍ମିନ ଚାଷ କରୁଛନ୍ତି। ତାଙ୍କ ବଗିଚାରେ ଜାପାନର ମିୟାଜାକି କିସମ ଆମ୍ବ ଫଳୁଛି। ଏହାର ମୂଲ୍ୟ ୧ କିଗ୍ରାକୁ ୩ ଲକ୍ଷ ଟଙ୍କାରେ ସେ ବିକ୍ରି କରୁଛନ୍ତି। ଭାରତରେ ଏହି କିସମର ଆମ୍ବ ଚାଷ କରୁଥିବା କମ୍‌ ସଂଖ୍ୟକ କୃଷକଙ୍କ ମଧ୍ୟରେ ଯୋସେପ ସ୍ଥାନ ପାଇପାରିଛନ୍ତି। ଅନ୍ୟ କୃଷକମାନେ ମିୟାଜାକି କିସମ ଆମ୍ବ ପଲିହାଉସରେ ଫଳାଉଥିବାବେଳେ ଯୋସେପ ତାଙ୍କ ଅଗଣାରେ ଥିବା ବଗିଚାରେ ଫଳାଇବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି…

ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ…

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri