ଏଇ ଭାରତରେ

ଜୈବିକ ଆଇସକ୍ରିମ୍‌ ଫ୍ୟାକ୍ଟ୍ରି ଦେଖିବାକୁ ପାଇବେ ଆନ୍ଧ୍ରପ୍ରଦେଶର ନେଲୋରରେ। ଏହାକୁ ଚଳାଉଛନ୍ତି ଉଦ୍ୟୋଗପତି ସୁବାସ ବି ଶେଟ୍ଟି। ଏହି ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଲିଛି। ଅର୍ଥାତ୍‌ ସବୁଥିରେ ସୌରଶକ୍ତି ଉପଯୋଗ କରାଯାଉଛି। ଏହି ବ୍ୟବସାୟରୁ ସେ ବର୍ଷକୁ ୧୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ଏଥିରେ ଜୈବିକ ରଙ୍ଗ ବ୍ୟବହାର ହେଉଛି। ସୁବାସ ଫାର୍ମାସିରେ ପିଏଚ୍‌ଡି କରିଛନ୍ତି। ହେଲେ ସେ ଏଥିରେ କ୍ୟାରିୟର ନ କରି ଜୈବିକ ପଦ୍ଧତିରେ ଆଇସକ୍ରିମ୍‌ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ନେଲୋରରେ ପ୍ରଚୁର କ୍ଷୀର ଉପଲବ୍ଧ ହେଉଥିବାରୁ ସେ ଏହାକୁ ଉପଯୋଗ କରି ଆଇସକ୍ରିମ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଏବେ ସେଥିରେ ସେ ସଫଳ ହୋଇପାରିଛନ୍ତି। ଦୁଇ ଦଶନ୍ଧି ପୂର୍ବେ ଏହି ବ୍ୟବସାୟ ଆରମ୍ଭ କରିବାର ଦୁଇଦିନ ମଧ୍ୟରେ ସେ ୪୫ ଲିଟର ଆଇସକ୍ରିମ୍‌ ପ୍ରସ୍ତୁତ କରିପାରିଥିଲେ। ଏବେ ୮୦ଟି ଆଉଟଲେଟ୍‌ ରହିଛି। ସବୁଠୁ ବଡ଼ କଥା ହେଉଛି ଫ୍ୟାକ୍ଟ୍ରିରୁ ବାହାରୁଥିବା ବର୍ଜ୍ୟପାଣିକୁ ସେ ବଗିଚାରେ ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ…

ବୋତଲ ବେପାର

ପାଣିର ଉପସ୍ଥିତି ଯୋଗୁ ପୃଥିବୀରେ ଆମେ ତିଷ୍ଠିଛେ। ସେହି ପାଣି ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। କୁହାଯାଉଛି, ଭବିଷ୍ୟତରେ ସବୁଠାରୁ ବଡ଼ ସଙ୍କଟ ଭାବେ ଜଳ…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri