କବିତା ଆସର ଭେଳିକି

ପ୍ରତ୍ୟେକ ସାହିତ୍ୟର ଏକ ଶକ୍ତିଶାଳୀ ବିଭାଗ ହେଉଛି କବିତା। ହୁଏତ ପ୍ରତ୍ୟେକ ସାହିତି୍ୟକ ପ୍ରଥମେ ଜଣେ କବି। ମୋର ଯୁକ୍ତ୩ ଦ୍ୱିତୀୟ ବର୍ଷରେ ଗୋଟିଏ କବିତା ଆସରକୁ ପ୍ରଥମେ ଯାଇଥିଲି। କବିତା ପଢିଲି। ତାଳି ଓ ପ୍ରଶଂସା ଯାହା ପାଇଥିଲି କବିତା ପ୍ରତି ଯାହା ପ୍ରେରିତ କଲା କଲା କବିତା ଆସର ପ୍ରତି ତିଆରି ହେଇଗଲା ଗୋଟେ ଦୁର୍ବାର ଆକର୍ଷଣ। ସେ ଆକର୍ଷଣ ବଳବତ୍ତର ଥିଲା ଅନେକ ବର୍ଷ ଯାଏ। ମୁଁ ବରାବର ଭାବେ, ସଂଯୋଜକ ଏତେ ସୁନ୍ଦର ଶବ୍ଦ ସବୁ ଆଣନ୍ତି କେଉଁଠୁ ପ୍ରତି ଥର! ସଂଯୋଜନା ଗୋଟେ କଷ୍ଟ କାମ ବୋଲି ମୁଁ ବୁଝିଥାଏ। ସଭା ସମିତିକୁ ମୋର ପ୍ରବେଶ ଅନେକ ପରେ। ଥରେ ଗୋଟେ କବିତା ପାଠ ହେଉଥାଏ ଗୋଦାବରୀଶ ଭବନରେ। ଦୁଇ ଜଣ ବୟସ୍କା କବି ମୋ ପଛ ଚେୟାରରେ ଜୋର୍‌ ଗପୁଥାଆନ୍ତି। ମୁଁ କହିଲି, ଆଜ୍ଞା ଆସର ପରେ ଗପିଲେ ହେବନି? କବିତା କିଛି ଶୁଣି ହେଉନି। ଜଣେ କହିଲେ, ଆସର ପରେ ତ ସେ ତା ଘରକୁ ଯିବ , ମୁଁ ମୋ ଘରକୁ। ପୁଣି କେବେ ଭେଟ ହବ କିଏ ଜାଣେ। ମୁଁ କହିଲି, ତେବେ ବାହାରେ ଯାଇ କଥା ହୁଅନ୍ତୁ। ସେ କହିଲେ ତାଙ୍କ ନାଁ ଡକା ହବ ଯଦି? ମୋଟାମୋଟି, ସେଠି ଅନେକ ଲୋକ ଗପୁଥିଲେ ଓ ଏହା ଏକ କବି ମିଳନ ବୋଲି ବୁଝିଲି।
କୌଣସି ଏକ ସଭାରେ ମୋତେ ସଂଯୋଜନାରେ ରଖି ଥାଆନ୍ତି। ମୁଁ କିଛି କବିତାର ଧାଡ଼ି ମନେପକାଇ ରଖିଥାଏ। ଧାଡ଼ିଏ ଦି’ ଧାଡ଼ି କହିଛି କି ନାହିଁ, ଆୟୋଜକ କାନରେ କହିଲେ, ଖାଲି ନାଁ ଡାକି ଚାଲନ୍ତୁ। ବହୁତ୍ କବି ଅଛନ୍ତି। ଆଚ୍ଛା… ଅମୁକ ପରେ ସମୁକ। ପ୍ରସ୍ତୁତ ରୁହନ୍ତୁ ଅମୁକ। କିଏ କହିଲେଣି ମୁଁ ଆଗେ ଦେଇ ଥିଲି, ମୋ ନମ୍ବର କୁଆଡ଼େ ଗଲା, ଆଉ କିଏ କହିଲାଣି ମୋ ଘର ଦୂର ମୋତେ ଆଗେ ଡାକ। କିଏ କହିଲେଣି ମୁଁ ବରିଷ୍ଠ ମତେ ଡାକ ତ କାହା ପାଇଁ ଆୟୋଜକ ନିଜେ କାନରେ କହିଲେଣି। ୟା ପରକୁ ଆସିଲା ମୋବାଇଲ ମେସେଜ… କବିତାର ନାଁ ଏଇଆ, କବିତା ଆଣି ନାହିଁ, ମୋବାଇଲରୁ ପଢିବି। ଏଇ ମ୍ୟାନେଜମେଣ୍ଟ କାମ ତେବେ ସଂଯୋଜନା । ୟା’ଠାରୁ ତ ଭଲ ଗୋଟେ ଲିଷ୍ଟ କାନ୍ଥରେ ମାରି ଦେବ। ନିଜ ସିରିଏଲ ଦେଖି ନିଜେ ପଢ଼ି ଦେଇ ପଳେଇବ।
ଧୀରେ ଧୀରେ କବିତା ଆସର ଏକ ଭିଡ଼ ଆକର୍ଷଣକାରୀ ଆବଶ୍ୟକତା (କ୍ରାଉଡ ପୁଲିଂ ଇଭେଣ୍ଟ)ରେ ପରିବର୍ତ୍ତନ ହେଲାଣି। କାଳେ ଶୁଖିଲା ଭାଷଣ ଶୁଣିବାକୁ କିଏ ଆସିବେନି (କିଏ ବା କାହିଁକି ଆସିବେ), ତେଣୁ କବିତା ଆସରଟେ ଗେଞ୍ଜି ଦିଅ। ସାର୍ଟିଫିକେଟ ଦିଅ। ଷ୍ଟେଜ୍‌ରେ ହସ ହସ ଫଟୋ ନେଇ ଫେସ୍‌ବୁକରେ ଦେବା ଲୋଭରେ ଲୋକେ (କବି) ଆସିବେ। ନ ହେଲେ କବିତା ଶୁଣିବାକୁ ବା ଆସୁଚି କିଏ! ଯଦି ତୁମ ଭାଗ୍ୟ ଭଲ, ତୁମ ନମ୍ବର ଆଗରେ ଅଛି, ଫ୍ରେସ୍‌ ମୁଡ୍‌ରେ ଲୋକେ ତୁମ କବିତା ଶୁଣିବେ ଓ ଫୁଲ୍‌ ହଲ୍‌ର ଗୋଟେ ମିଶାମିଶି ଭିଡିଓ ତୁମ କବିତା ସାଙ୍ଗରେ ନିଆଯାଇ ପାରିବ। ଆଉ ଯଦି ଶେଷ ଆଡ଼କୁ ରହିଲ, ଖାଲି ସଂଯୋଜକ, ତୁମ ଫଟୋ ନେବାକୁ ବସିଥିବା ଲୋକ ବା ତୁମ ସଙ୍ଗେ ଗୋଟେ ଗାଡ଼ିରେ ଆସିଥିବା ଲୋକ ହିଁ ଥିବେ। ଥରେ ମେ’ ଫେୟାରରେ ଗୋଟିଏ ବର୍ଣ୍ଣାଢ଼୍ୟ କବିତା ଉତ୍ସବରେ କବିତା ପଢା ସରି ନ ଥାଏ, ଏଣେ ପଛରୁ ଚେୟାର ସବୁ ବୋହିବା ଆରମ୍ଭ ହେଲାଣି। ତାଙ୍କ ବୁକିଂ ଟାଇମ୍‌ କାଳେ ପାରହେଇ ଯାଇଥିଲା ଓ ରାତିରେ ଅନ୍ୟ ପ୍ରୋଗ୍ରାମ ପାଇଁ ହଲ୍‌ଟି ସଜେଇବାର ଥିଲା। ବିଚରା ଶେଷ କବିମାନେ! ଶୁଣିବାକୁ ଥିବା ଚେୟାର ତକ ବି ବୁହାହେଇ ଗଲେ।
ରାଜ୍ୟସ୍ତରୀୟ କବିତା ଉତ୍ସବରେ ଗ୍ଲାମର୍‌ ଭରପୂର ଥାଏ। ସମସ୍ତେ ସୁନ୍ଦର ପରିପାଟୀରେ ଆସନ୍ତି। ହଲ୍‌ର ସାଜସଜ୍ଜା ଚମତ୍କାର ଥାଏ। ଏସିର ଥଣ୍ଡା ହାୱା ଖାଇ ଗୋଟେ କବିତ୍ୱ ଫୁଟି ଉଠେ। କବିତା ପସନ୍ଦ ଆସିବା ଜରୁରୀ ନୁହେଁ। କବି ପସନ୍ଦ ଆସିବା ଜରୁରୀ। ବାଃ ବାଃ ଓ ତାଳି ସାଙ୍ଗରେ କବିତାର କିଛି ସମ୍ପର୍କ ନ ଥାଏ। ତେବେ ଏଠିକୁ ଆସୁଥିବା କବିମାନେ ମର୍ଯ୍ୟାଦା ରଖି ଭଲ କବିତା ଆଣନ୍ତି, ପଢନ୍ତି ଓ ନିଜର ସରିଲେ ବାହାରେ ଯାଇ ଫଟୋ ଉଠାନ୍ତି ବା ଚା’ ପିଅନ୍ତି। ସବୁ ଗଣ୍ଡଗୋଳ ହୁଏ ଆଞ୍ଚଳିକ କାର୍ଯ୍ୟକ୍ରମରେ। ସ୍ବର କରି ବୋଲିବା, ଜଣେ ଚାରି ପୃଷ୍ଠାର କବିତା ପଢ଼ିବା, ଦୁନିଆ ଯାକର ଗପ ପେଡ଼ି ମେଲେଇ ବସିବା ପରି କାମ ମଧ୍ୟାହ୍ନଭୋଜନ ଯାଏ ଚାଲେ। ବିଚରା ସଂଯୋଜକ ଯେତେ କହିଲେ ମଧ୍ୟ କେହି ଶୁଣନ୍ତି ନାହିଁ। ତେବେ ଦୂର ଦୂରାନ୍ତରୁ କେବଳ କବିତାଟି ପଢିବାକୁ ଆସିଥିବା କବିମାନଙ୍କୁ ଦେଖିଲେ ଶ୍ରଦ୍ଧାରେ ମୁଣ୍ଡ ନଇଁଯାଏ। ମଇଳା, ଲୋଚାକୋଚା ଲୁଗା ପିନ୍ଧା ଗାଉଁଲି ମଣିଷଟିଏ ହେଉ କି ଶାଶୁଘରର ଲକ୍ଷ୍ମଣରେଖା ଡେଇଁ ଆସିଥିବା ଗୃହିଣୀଟିଏ ହେଉ କବିତା ହିଁ ତାଙ୍କ ଆସିବାର ଏକମାତ୍ର କାରଣ। ନା ସେମାନଙ୍କର ସ୍ମାର୍ଟ ଫୋନ ଅଛି ନା ପତ୍ରପତ୍ରିକା ବିଷୟରେ ଧାରଣା। ସେମାନେ ଲେଖୁଥିବା କବିତା ହୁଏତ ଆମେ ପସନ୍ଦ କରିବା ନାହିଁ, କିନ୍ତୁ ତାଙ୍କର ସାଧନା ଅବ୍ୟାହତ ରହିଥାଏ। ସେଇ ସଭାମାନଙ୍କରେ ଯେତେ ଭଲ କବିତା ପଢ଼ିଲେ ମଧ୍ୟ ରିଭ୍ୟୁ ଆସିବା ଅସମ୍ଭବ। ସମସ୍ତେ କେମିତି ଗୋଟେ ଅସମ୍ଭାଳ ଅବସ୍ଥାରେ ଥାଆନ୍ତି। ସରିଲେ ଧାଡ଼ିବାନ୍ଧି ଗୋଟେ ଅରୁଆ ଡାଲମା ବାଡ଼େଇ ଦେଇ ଘରକୁ ଯିବାର ଥାଏ।
ତେବେ ଆଞ୍ଚଳିକ ହେଉ କି ରାଜ୍ୟସ୍ତରୀୟ ଆମେ ସମସ୍ତେ କବିତା ପାଇଁ ହିଁ ଯାଉ। କବିତା ପରି ଏକ ଭାବନାତ୍ମକ ବିଷୟକୁ କ୍ରାଉଡ ପୁଲିଂର ମାଧ୍ୟମ କରା ନ ଯାଉ। ଭାଷଣ ଅଲଗା ହେଉ। ନଚେତ୍‌ ନ ହେଉ। ଯଦି ଉତ୍ସବର ପ୍ରଥମାର୍ଦ୍ଧ ଆଲୋଚନା ଉପରେ ପର୍ଯ୍ୟବସିତ ଓ ସେଥିରେ ସମ୍ବର୍ଦ୍ଧନା ଇତ୍ୟାଦିର ବ୍ୟବସ୍ଥା ଅଛି ତେବେ ଆଦୌ କବିତା ନ ହେଉ। ଅନେକ ବକ୍ତା ଶ୍ରୋତାମାନଙ୍କୁ ଦେଖି ସମୟ ଜ୍ଞାନ ଭୁଲି ଯାଆନ୍ତି ଓ କାବ୍ୟକଳା ଉପରେ କହିଚାଲନ୍ତି। ବିଚରା କବିଗଣ କେବଳ ଘଡି ଦେଖି ବ୍ୟସ୍ତ ହେବା ଛଡା ଆଉ ଉପାୟ କ’ଣ। ଏତକ ହେଲେ କବିମାନେ ଶେଷ ପର୍ଯ୍ୟନ୍ତ ବସନ୍ତେ ଓ ପରସ୍ପରର କବିତା ଶୁଣନ୍ତେ। କବିତା ଶେଷରେ ଏହାର ସମୀକ୍ଷା ହୁଅନ୍ତା। ଅଳ୍ପ ଅଳ୍ପ କବିଙ୍କୁ ନେଇ ଛୋଟ ଛୋଟ ଆସର ହୁଅନ୍ତା। ଏକା ଥରେ କବିତା ହାଟ ହୁଅନ୍ତା ନାହିଁ। ତେବେ ସିନା ମର୍ଯ୍ୟାଦା ରହନ୍ତା ଏହି କବିତା ପାଠର।

– ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ଅଧ୍ୟାପିକା (ଇଂରାଜୀ), ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ, ଯାଜପୁର, ରୋଡ୍‌
ମୋ:୭୭୩୫୭୩୪୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri