ଏଇ ଭାରତରେ

ବହୁ ଅସହାୟ ବରିଷ୍ଠ ନାଗରିକ ଏବେ ଅବହେଳିତ ଅବସ୍ଥାରେ ରହୁଥିବା ଦେଖାଯାଉଛି। ଏମାନଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ଗୁଜରାଟର ରାକେଶ ପାଞ୍ଚାଲ ଅନ୍ୟତମ। ରାକେଶଙ୍କ ବୟସ ୪୪। ସେ ଅସହାୟ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛନ୍ତି। ଗୁଜରାଟର ଭାସୋ ବ୍ଲକରେ ରାକେଶ ଏବେ ୫୦୦ରୁ ଅଧିକ ବରିଷ୍ଠ ନାଗରିକଙ୍କ ନିକଟରେ ପ୍ରତିଦିନ ଖାଦ୍ୟ ପହଞ୍ଚାଉଛନ୍ତି। ସେ ତାଙ୍କ ପିତାଙ୍କ ନିର୍ମାଣ ଉପକରଣ ବ୍ୟବସାୟରେ ପ୍ରଥମେ କାମ କରୁଥିଲେ। ସେହି ସମୟରେ ଏହି ସେବା କରିବା ଲାଗି ନିଷ୍ପତ୍ତି ନେଇଥିଲେ ଓ ତାଙ୍କ ପିତାଙ୍କ ଦେହାନ୍ତ ପରେ ଏହା ଆରମ୍ଭ କରିଥିଲେ। କାରଣ ଗରିବଙ୍କୁ ମାଗଣାରେ ଖାଦ୍ୟ ଦେବା ତାଙ୍କ ପିତାଙ୍କ ଇଚ୍ଛା ଥିଲା। ପ୍ରଥମେ ରାକେଶ ହସ୍ପିଟାଲରେ ପ୍ରସୂତିମାନଙ୍କୁ ଖେରା( ଘିଅ, ଚିନି ଓ ଡ୍ରାଏଫ୍ରୁଟ୍ସରେ ତିଆରି) ଲଡୁ ଦେଉଥିଲେ। ପରେ ହସ୍ପିଟାଲକୁ ଦୂରରୁ ଆସୁଥିବା କିଛି ଲୋକଙ୍କୁ ମାଗଣାରେ ଖାଦ୍ୟ ଦେବା ଆରମ୍ଭ କଲେ। ଏବେ ସେ ‘ଭିସାମୋ ସାର୍ବଜନିକ ଚାରିଟେବ୍‌ଲ ଟ୍ରଷ୍ଟ’ ଗଠନ କରି ତା’ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଉଛନ୍ତି। ମୁଖ୍ୟତଃ ଭାତ, ରୁଟି, ଡାଲି ଓ ତରକାରି ସେ ଦେଉଛନ୍ତି। ଗାଡ଼ିରେ ନେଇ ବରିଷ୍ଠ ନାଗରିକଙ୍କ ନିକଟରେ ପହଞ୍ଚାଇ ଦେଉଛନ୍ତି। ଏବେ ଏଥିପାଇଁ ସେ ଦୈନିକ ୨୧,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ରୋଷେଇ ଓ ଖାଦ୍ୟ ବିତରଣରେ ସାହାଯ୍ୟ କରିବା ଲାଗି ସେ ଲୋକ ନିଯୁକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri