ଏଇ ଭାରତରେ

ଭାରତରେ ୩୭୭ ମିଲିୟନ ଲୋକ ସହରାଞ୍ଚଳରେ ରହୁଛନ୍ତି ଓ ବର୍ଷକୁ ୬୦ ମିଲିୟନ ଟନ୍‌ କଠିନ ବର୍ଜ୍ୟ ବାହାରୁଛି। ସେଥିରୁ ପ୍ରାୟ ୩୧ ମିଲିୟନ ଟନ୍‌ ବର୍ଜ୍ୟ ଏଣେତେଣେ ଗଦା ହେଉଛି। ମୁମ୍ବାଇରେ ଏଭଳି ବର୍ଜ୍ୟ ସମସ୍ୟା ବି ଭୟଙ୍କର ଓ ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହେଉଛି। ଏଣୁ ଏହି ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ସୁସ୍ଥ ପରିବେଶ ଯୋଗାଇ ଦେବା ସହ ଲୋକମାନଙ୍କୁ ସଶକ୍ତ କରିବାରେ ରିତ୍‌ଭିକ ରାଓଙ୍କ ଉଦ୍ୟମ ପ୍ରଶଂସନୀୟ। ସେ ମୁମ୍ବାଇର ବର୍ଜ୍ୟ ପରିଚାଳନା ପାଇଁ ସୋସିଆଲ ଏଣ୍ଟରପ୍ରାଇଜ ‘ସମ୍ପୂର୍ଣ୍ଣାଥ’ ଗଢ଼ିଛନ୍ତି ଓ ତା’ମାଧ୍ୟମରେ ଏବେ ସୁଦ୍ଧା ୬୦,୦୦୦ ଟନ୍‌ ଖାଦ୍ୟ ବର୍ଜ୍ୟକୁ ପ୍ରୋସେସିଂ କରିସାରିଛନ୍ତି। ୨୦୧୨ରେ ମୁମ୍ବାଇରେ ‘ସମ୍ପୂର୍ଣ୍ଣାଥ’ ଗଠନ କରିବାରେ ରିତ୍‌ଭିକଙ୍କୁ ତାଙ୍କର ଦୁଇଜଣ ସାଙ୍ଗ ସହଯୋଗ କରିଥିଲେ। ବର୍ଜ୍ୟ ଡିସ୍‌ପୋଜାଲ ଏବଂ ରିସାଇକ୍ଲିଂ କରିବା ସହ ବର୍ଜ୍ୟ ନିର୍ଗମନକୁ ସମ୍ପୂର୍ଣ୍ଣ କମ୍‌ କରିବା ତାଙ୍କ ଲକ୍ଷ୍ୟ ବୋଲି କହନ୍ତି ୩୧ ବର୍ଷୀୟ ରିତ୍‌ଭିକ। ଏହି ଅଭିଯାନରେ ଗତ ୮ ବର୍ଷ ମଧ୍ୟରେ ସେ ୫୦୦ ବର୍ଜ୍ୟ ସଂଗ୍ରହକାରୀଙ୍କୁ ସାମିଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବି ସେ ବିଘଟନଯୋଗ୍ୟ ଏବଂ ବିଘଟନ ଅଯୋଗ୍ୟ ବର୍ଜ୍ୟ ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ସଂସ୍ଥା କେତେକ ଘରୋଇ ସଂସ୍ଥା, କର୍ପୋରେଟ, ଶିକ୍ଷାନୁଷ୍ଠାନ ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ସହଯୋଗରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶ ଆବର୍ଜନା

ସୋଭିଏଟ୍‌ ରୁଷ ୧୯୭୨ରେ ଶୁକ୍ର ଗ୍ରହ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ୧,୧୮୦ କିଲୋଗ୍ରାମ୍‌ ଓଜନର କସ୍‌ମସ୍‌-୪୮୨ ମହାକାଶ ଯାନ ପଠାଇଥିଲା। ପୃଥିବୀ କକ୍ଷପଥ...

ଏଇ ଭାରତରେ

ରାଜସ୍ଥାନର ମରୁଅଞ୍ଚଳରେ ଡାଳିମ୍ବ ଚାଷ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ଏହା ସତ। ରଘୁବୀର ସିଂ ରାଥୋଡଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି।...

ପ୍ରଣମ୍ୟ ନେତାଜୀ

ଡ. ମନୋରଞ୍ଜନ ପ୍ରଧାନ ଆଜକୁ ପ୍ରାୟ ୧୨୫ ବର୍ଷ ପୂର୍ବେ ଅର୍ଥାତ୍‌ ଜାନୁୟାରୀ ମାସ ୨୩ ତାରିଖ ୧୮୯୭ରେ ଉତ୍କଳ ପ୍ରାନ୍ତର ଏକତା ଓ ସଦ୍‌ଭାବନାର...

ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ...

ଭକ୍ତବିହୀନ ରଥଯାତ୍ରା କାହା ପାଇଁ

ହରିଶଙ୍କର ମିଶ୍ର ଜଗତର ନାଥ ଜଗନ୍ନାଥଙ୍କର ବାରମାସରେ ତେରପର୍ବ ହେଲେ ବି ଶାସ୍ତ୍ରୀୟ ମତରେ ”ଦୋଳେ ଚ ଦୋଳଗୋବିନ୍ଦଂ ଚାପେ ଚ ମଧୁସୂଦନମ୍‌। ରଥେତୁ ବାମନଂ...

ସମ୍ପାଦକୀୟ/ ସେଠି ଯାହା, ଏଠି ତାହା

ଦିଲ୍ଲୀର ଅନାଜ ମଣ୍ଡିରେ ୮ ଡିସେମ୍ବର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଡାକ୍ତରଖାନାରେ...

ଏଇ ଭାରତରେ

ଲୋକଙ୍କ ମନୋରଞ୍ଜନ ପାଇଁ ସିନେମା ହଲ୍‌କୁ ଆକର୍ଷଣୀୟ କରିବାକୁ ସମସ୍ତେ ଚେଷ୍ଟା କିରିଥାନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଆଧୁନିକ ସୁବିଧାସୁଯୋଗ କରାଯାଇଥାଏ। କିନ୍ତୁ ପ୍ରଥମ ଥର...

ଚିନ୍ତାର କାରଣ ଚାଇନା

ଡାନିଏଲ କେ.ଗାର୍ଡନର ଚାଇନା ଅତୀତର ଜୀବାଶ୍ମ ଇନ୍ଧନ ଶକ୍ତି ନିର୍ଭରଶୀଳତାକୁ ଛାଡି ପାରୁନାହିଁ କି ଅକ୍ଷୟ ଶକ୍ତିସମ୍ପନ୍ନ ଭବିଷ୍ୟତକୁ ଆପଣାଇପାରୁ ନାହିଁ । ଏହି ଦୁଇ...

Advertisement
Archives

Model This Week