ଏଇ ଭାରତରେ

ଭାରତରେ ୩୭୭ ମିଲିୟନ ଲୋକ ସହରାଞ୍ଚଳରେ ରହୁଛନ୍ତି ଓ ବର୍ଷକୁ ୬୦ ମିଲିୟନ ଟନ୍‌ କଠିନ ବର୍ଜ୍ୟ ବାହାରୁଛି। ସେଥିରୁ ପ୍ରାୟ ୩୧ ମିଲିୟନ ଟନ୍‌ ବର୍ଜ୍ୟ ଏଣେତେଣେ ଗଦା ହେଉଛି। ମୁମ୍ବାଇରେ ଏଭଳି ବର୍ଜ୍ୟ ସମସ୍ୟା ବି ଭୟଙ୍କର ଓ ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହେଉଛି। ଏଣୁ ଏହି ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ସୁସ୍ଥ ପରିବେଶ ଯୋଗାଇ ଦେବା ସହ ଲୋକମାନଙ୍କୁ ସଶକ୍ତ କରିବାରେ ରିତ୍‌ଭିକ ରାଓଙ୍କ ଉଦ୍ୟମ ପ୍ରଶଂସନୀୟ। ସେ ମୁମ୍ବାଇର ବର୍ଜ୍ୟ ପରିଚାଳନା ପାଇଁ ସୋସିଆଲ ଏଣ୍ଟରପ୍ରାଇଜ ‘ସମ୍ପୂର୍ଣ୍ଣାଥ’ ଗଢ଼ିଛନ୍ତି ଓ ତା’ମାଧ୍ୟମରେ ଏବେ ସୁଦ୍ଧା ୬୦,୦୦୦ ଟନ୍‌ ଖାଦ୍ୟ ବର୍ଜ୍ୟକୁ ପ୍ରୋସେସିଂ କରିସାରିଛନ୍ତି। ୨୦୧୨ରେ ମୁମ୍ବାଇରେ ‘ସମ୍ପୂର୍ଣ୍ଣାଥ’ ଗଠନ କରିବାରେ ରିତ୍‌ଭିକଙ୍କୁ ତାଙ୍କର ଦୁଇଜଣ ସାଙ୍ଗ ସହଯୋଗ କରିଥିଲେ। ବର୍ଜ୍ୟ ଡିସ୍‌ପୋଜାଲ ଏବଂ ରିସାଇକ୍ଲିଂ କରିବା ସହ ବର୍ଜ୍ୟ ନିର୍ଗମନକୁ ସମ୍ପୂର୍ଣ୍ଣ କମ୍‌ କରିବା ତାଙ୍କ ଲକ୍ଷ୍ୟ ବୋଲି କହନ୍ତି ୩୧ ବର୍ଷୀୟ ରିତ୍‌ଭିକ। ଏହି ଅଭିଯାନରେ ଗତ ୮ ବର୍ଷ ମଧ୍ୟରେ ସେ ୫୦୦ ବର୍ଜ୍ୟ ସଂଗ୍ରହକାରୀଙ୍କୁ ସାମିଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ବି ସେ ବିଘଟନଯୋଗ୍ୟ ଏବଂ ବିଘଟନ ଅଯୋଗ୍ୟ ବର୍ଜ୍ୟ ପରିଚାଳନା ଉପରେ ପ୍ରଶିକ୍ଷଣ ଦେଇଛନ୍ତି। ଏହି ସଂସ୍ଥା କେତେକ ଘରୋଇ ସଂସ୍ଥା, କର୍ପୋରେଟ, ଶିକ୍ଷାନୁଷ୍ଠାନ ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ସହଯୋଗରେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri