ଏଇ ଭାରତରେ

ଦେଶର ମହିଳା ଚାଷୀଙ୍କ ପାଇଁ କର୍ନାଟକର କବିତା ମିଶ୍ରା ଏକ ପ୍ରେରଣା। ରାଇଚୁର ଜିଲାର କବିତା ଇନ୍‌ଫୋସିସ୍‌ ଚାକିରି ଛାଡ଼ି ଫଳଚାଷ କରି ମାସକୁ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୮ ଏକର ଫାର୍ମରେ ସେ ବିଭିନ୍ନ ପ୍ରକାର ଫଳ ଗଛ ଲଗାଇଛନ୍ତି। ୮୦୦ ଚନ୍ଦନ ଗଛ ମଧ୍ୟ ଲଗାଇଛନ୍ତି। ଫଳଗଛଗୁଡ଼ିକ ମଧ୍ୟରେ ରହିଛି ପିଜୁଳି, ଆତ, ଜାମୁ, ଡଳିମ୍ବ, ଆମ୍ବ, କମଳା। କବିତା ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଛନ୍ତି। ବିବାହ ପରେ ସ୍ବାମୀ ଉମାଶଙ୍କର ତାଙ୍କ ୪୩ ଏକର ପୈତୃକ ସମ୍ପତ୍ତିରୁ ୮ ଏକର କବିତାଙ୍କୁ ଦେଇଥିଲେ ଓ ଚାକିରି ଛାଡ଼ି ଚାଷ କରିବାକୁ ପ୍ରେରଣା ଯୋଗାଇଥିଲେ। ସେ ବହୁ ମହିଳାଙ୍କୁ ଚାଷ କ୍ଷେତ୍ରକୁ ଆଣିପାରିଛନ୍ତି। ୧୧ ବର୍ଷ ତଳେ ସେ ଏଭଳି ଚାଷ ଆରମ୍ଭ କରିଥିଲେ। ଫାର୍ମର ସୁରକ୍ଷା ପାଇଁ କବିତା ଗଛରେ ମାଇକ୍ରୋଚିଫ୍‌ ଲଗାଇଛନ୍ତି। କେହି ଗଛ କାଟିଲେ କିମ୍ବା ସେଥିରେ ଚଢ଼ି ଫଳ ତୋଳିଲେ ଗଛରେ ଭାଇବ୍ରେସନ ହୁଏ ଓ କବିତାଙ୍କ ସ୍ମାର୍ଟ ଫୋନ୍‌କୁ ସତର୍କ ସୂଚନା ପ୍ରେରଣ କରେ ମାଇକ୍ରୋଚିଫ୍‌। ସେ ମଧ୍ୟ ଫାର୍ମରେ ଡଗ୍‌ ସ୍କ୍ବାଡ୍‌ ରଖିଛନ୍ତି। ଫଳ ବିକ୍ରି କରିବା ପାଇଁ କବିତା ରୋଡ୍‌ କଡ଼ରେ ଏକ ଗୋଦାମ କରିଛନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ତାଙ୍କ ଫାର୍ମକୁ ଆସି ଚାଷ ପଦ୍ଧତି ସମ୍ପର୍କରେ ଶିଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri