ଏଇ ଭାରତରେ

ଦେଶର ମହିଳା ଚାଷୀଙ୍କ ପାଇଁ କର୍ନାଟକର କବିତା ମିଶ୍ରା ଏକ ପ୍ରେରଣା। ରାଇଚୁର ଜିଲାର କବିତା ଇନ୍‌ଫୋସିସ୍‌ ଚାକିରି ଛାଡ଼ି ଫଳଚାଷ କରି ମାସକୁ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୮ ଏକର ଫାର୍ମରେ ସେ ବିଭିନ୍ନ ପ୍ରକାର ଫଳ ଗଛ ଲଗାଇଛନ୍ତି। ୮୦୦ ଚନ୍ଦନ ଗଛ ମଧ୍ୟ ଲଗାଇଛନ୍ତି। ଫଳଗଛଗୁଡ଼ିକ ମଧ୍ୟରେ ରହିଛି ପିଜୁଳି, ଆତ, ଜାମୁ, ଡଳିମ୍ବ, ଆମ୍ବ, କମଳା। କବିତା ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଛନ୍ତି। ବିବାହ ପରେ ସ୍ବାମୀ ଉମାଶଙ୍କର ତାଙ୍କ ୪୩ ଏକର ପୈତୃକ ସମ୍ପତ୍ତିରୁ ୮ ଏକର କବିତାଙ୍କୁ ଦେଇଥିଲେ ଓ ଚାକିରି ଛାଡ଼ି ଚାଷ କରିବାକୁ ପ୍ରେରଣା ଯୋଗାଇଥିଲେ। ସେ ବହୁ ମହିଳାଙ୍କୁ ଚାଷ କ୍ଷେତ୍ରକୁ ଆଣିପାରିଛନ୍ତି। ୧୧ ବର୍ଷ ତଳେ ସେ ଏଭଳି ଚାଷ ଆରମ୍ଭ କରିଥିଲେ। ଫାର୍ମର ସୁରକ୍ଷା ପାଇଁ କବିତା ଗଛରେ ମାଇକ୍ରୋଚିଫ୍‌ ଲଗାଇଛନ୍ତି। କେହି ଗଛ କାଟିଲେ କିମ୍ବା ସେଥିରେ ଚଢ଼ି ଫଳ ତୋଳିଲେ ଗଛରେ ଭାଇବ୍ରେସନ ହୁଏ ଓ କବିତାଙ୍କ ସ୍ମାର୍ଟ ଫୋନ୍‌କୁ ସତର୍କ ସୂଚନା ପ୍ରେରଣ କରେ ମାଇକ୍ରୋଚିଫ୍‌। ସେ ମଧ୍ୟ ଫାର୍ମରେ ଡଗ୍‌ ସ୍କ୍ବାଡ୍‌ ରଖିଛନ୍ତି। ଫଳ ବିକ୍ରି କରିବା ପାଇଁ କବିତା ରୋଡ୍‌ କଡ଼ରେ ଏକ ଗୋଦାମ କରିଛନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ତାଙ୍କ ଫାର୍ମକୁ ଆସି ଚାଷ ପଦ୍ଧତି ସମ୍ପର୍କରେ ଶିଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନୀୟ ଗଣମାଧ୍ୟମର ସୁରକ୍ଷା ଲୋଡ଼ା

ମାଇକେଲ ମିର୍‌ନୀ ୨୦୨୧ରେ ବିଶ୍ୱ କୋଭିଡ୍‌-୧୯ ମହାମାରୀରୁ ମୁକୁଳିବା ଆରମ୍ଭ କରିବ। ଏଥିପାଇଁ ଅଭୂତପୂର୍ବ ବୈଜ୍ଞାନିକ ସହଯୋଗ ଓ ବୈଶ୍ୱିକ ଟିକାକରଣକୁ ସବୁ ଶ୍ରେୟ ଦିଆଯିବ।...

ଶକ୍ତିର ଆଗାମୀ ଉତ୍ସ ଉଦ୍‌ଜାନ

ଡ. ଜୟକୃଷ୍ଣ ପାଣିଗ୍ରାହୀ ଉନବିଂଶ ଶତାବ୍ଦୀ ମଧ୍ୟଭାଗ ବେଳକୁ ଶିଳ୍ପ ବିପ୍ଳବ ପ୍ରଗତିର ପରିଣାମରେ କୋଇଲା ବ୍ୟବହାର ବୃଦ୍ଧି ହେବା ସହ ଶକ୍ତି ଉତ୍ସରେ ଗୁରୁତ୍ୱପୂର୍ଣ୍ଣ...

ଏଇ ଭାରତରେ

ହିଂସ୍ରଜନ୍ତୁ ଭରା ଜଙ୍ଗଲ ଭିତରକୁ ଯିବା କଥା କହିଲେ ଭୟରେ ଦେହ ଥରିଉଠେ। କିନ୍ତୁ ଦୀର୍ଘ ୧୯ ବର୍ଷ ହେବ କେରଳର ଡ. ଭିନ୍‌ସେଟ ଜାଭିିୟର...

ଆକର୍ଷଣ ମୋହ-ବିସ୍ମୟର

ଡ.ବାସୁଦେବ ମିଶ୍ର ଈଶ୍ୱର ତାଙ୍କ ସୃଷ୍ଟିରେ ନିଜ ହାତରେ ଗଢ଼ିଥିବା ପ୍ରାଣୀମାନଙ୍କୁ ସେମାନଙ୍କ ଜୀବନକାଳ ମଧ୍ୟରେ ସୁଖଦୁଃଖ ନେଇ ବଞ୍ଚତ୍ବାର ପୂର୍ଣ୍ଣ ସୁଯୋଗ ଦିଅନ୍ତି। ପ୍ରାଣୀମାନେ...

ପ୍ରାଣୀଙ୍କ ଲିଙ୍ଗ ପରିବର୍ତ୍ତନ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆଣ୍ଠିଆ ହେଉଛନ୍ତି ପ୍ରବାଳପ୍ରାଚୀରକୁ ଆଶ୍ରୟ କରି ବଞ୍ଚୁଥିବା ଓ ବଢ଼ୁଥିବା ଆଳଙ୍କାରିକ ମାଛ ବିଶେଷ। କମଳା, ପାଟଳ, ନୀଳଲୋହିତ, ହଳଦିଆ...

ଏଇ ଭାରତରେ

ସତ୍ୟଜିତ କୁମାର ସିଂ ମଖାନ( ପଦ୍ମଫୁଲରୁ ବାହାରୁଥିବା ପୁଷ୍ଟିକର ମଞ୍ଜି)ଚାଷରେ ବିହାରର ୯ଟି ଜିଲାର ୩୮ ବ୍ଲକରେ ୧୨,୦୦୦ ଚାଷୀଙ୍କୁ ସଶକ୍ତ କରିପାରିିଛନ୍ତି। ତାଙ୍କୁ କୁହାଯାଉଛି...

ଏହା କ’ଣ ଜାତୀୟ ସୁରକ୍ଷା ନୀତି

ଆକାର ପଟେଲ ଭାରତର କୌଣସି ଜାତୀୟ ସୁରକ୍ଷା ନୀତି ନାହିଁ। ୨୦୧୪ରେ ଭାଜପାର ଇସ୍ତାହାରରେ ଉଲ୍ଲିଖିତ ‘ ଇଣ୍ଡିଆ ଫାଷ୍ଟ ’ ଏବଂ ୨୦୧୯ରେ ଇସ୍ତାହାରରେ...

ପୁନରାବୃତ୍ତିର ଶକ୍ତି

ଗ୍ରୀକ୍‌ ପୁରାଣ କଥାରେ ଆମେ ସିସିଫସ୍‌ଙ୍କ କାହାଣୀ ଶୁଣିଛୁ। ଦେବତାମାନେ ତାଙ୍କୁ ଦଣ୍ଡିତ କରିଥିଲେ ଯେଉଁଥିରେ ସେ ଦିନସାରା ପାହାଡ଼ ଉପରକୁ ଏକ ପଥରକୁ ଗଡ଼ାଇ...

Advertisement
Archives

Model This Week