ଏଇ ଭାରତରେ

କର୍ତ୍ତବ୍ୟ ହିଁ ଭଗବାନ,ଏହା ଉପଲବ୍ଧିି କରିଛନ୍ତି ଅଙ୍ଗନଓ୍ବାଡି କର୍ମୀ ରେଲୁ ଭାସ୍‌ଭେ। ମହାରାଷ୍ଟ୍ରର ନନ୍ଦୁବାର ଜିଲା ବାସିନ୍ଦା ରେଲୁ ନର୍ମଦା ନଦୀରେ ପ୍ରତିଦିନ ୧୪ କି.ମି ନୌକା ଚଳାଇ ତାଙ୍କ ଗାଁର ଦୁର୍ଗମ ଅଞ୍ଚଳରେ ପହଞ୍ଚୁଛନ୍ତି। ସେଠାରେ ଗର୍ଭବତୀ ମା’ ଓ ନବଜାତ ଶିଶୁମାନଙ୍କୁ ପୌଷ୍ଟିକ ଖାଦ୍ୟ ଓ ଓ୍ୟଷଧ ଯୋଗାଉଛନ୍ତି। ରେଲୁଙ୍କ ବୟସ ୨୮। ଆଦିବାସୀ ଅଧ୍ୟୁଷିତ ତାଙ୍କ ଗାଁକୁ ଯିବା ଲାଗି କୌଣସି ରାସ୍ତା ନାହିଁ। ଏହି ଗାଁଟି ନଦୀ ପାହାଡ଼ ମଧ୍ୟରେ ଭାଗ ଭାଗ ହୋଇ ରହିଛି। ୨୦୧୪ରେ ଅଙ୍ଗନଓ୍ବାଡି କର୍ମୀ ଭାବେ ସେ କାର୍ଯ୍ୟରେ ଯୋଗଦେଇଥିତ୍ଲେ। ୬ ବର୍ଷ ହେବ ସେ ନିଷ୍ଠାପର ଭାବେ ଏହି କାର୍ଯ୍ୟ କରି ଆସୁଛନ୍ତି। ପିଲାବେଳୁ ସେ ନଦୀରେ ଡଙ୍ଗା ଚଳାଇବା ଶିଖିଥିଲେ , ଯାହା ଏବେ ଲୋକଙ୍କ ସେବାରେ ଏହା ଲାଗିପାରୁଛି ବୋଲି କହନ୍ତି ରେଲୁ। ନାଉରିଆମାନଙ୍କ ଉପରେ ନିର୍ଭର କଲେ କାର୍ଯ୍ୟରେ ବିଳମ୍ବ ହେଉଥିତ୍ବାରୁ ସେ ନିଜେ ଡଙ୍ଗା ନେଇ ଯାଉଛନ୍ତି। ଏଥିପାଇଁ ସେ ଦୁଇମାସ ଅଭ୍ୟାସ କରିଥିଲେ। ସକାଳୁ ଯାଇ ଫେରିବାବେଳକୁ ସନ୍ଧ୍ୟା ହୋଇଯାଏ। ଏବେ ସେ ସାଙ୍ଗରେ ତାଙ୍କ ୭ ବର୍ଷ ବୟସର ପୁଅ ଓ ୧୩ ମାସର ଝିଅକୁ ନେଇ କାର୍ଯ୍ୟ କ୍ଷେତ୍ରକୁ ଯାଉଛନ୍ତି। ସେଠାରେ ସକାଳ ୮ଟାରୁ ମଧ୍ୟାହ୍ନ ଯାଏ ମହିଳାମାନଙ୍କୁ ସାକ୍ଷାତ କରିବା ପରେ ଗାଁରେ ଥିବା ଶିଶୁମାନଙ୍କ ସମସ୍ୟା ବୁଝିବାକୁ ବାହାରିଯାଆନ୍ତି। ଲୋକମାନେ ସାଧାରଣତଃ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିଥାନ୍ତି। କିନ୍ତୁ ଲକ୍‌ଡାଉନ ଯୋଗୁ ତାଙ୍କୁ ପ୍ରତିଦିନ ଗାଁର ସବୁ ସ୍ଥାନକୁ ଡଙ୍ଗା ନେଇ ଯିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri