ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି। ହେଲେ ଠିକ୍‌ ଭାବେ ପଙ୍କ ଉଠାଯାଇ ନ ଥିବାକୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା ଠିକାସଂସ୍ଥା। ଫଳରେ ପୋଖରୀରେ ପାଣି ଭରିବା ପରେ ଏବେ ପଦ୍ମ ଓ କଇଁ କାୟା ବିସ୍ତାର କରୁଛି। ଏହାକୁ ନେଇ ବୁଦ୍ଧିଜୀବି ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କଣ୍ଟିଲୋର ଶ୍ରୀନୀଳମାଧବ ଜୀଉଙ୍କ ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟାଠାରୁ ୨୧ ଦିନ ବ୍ୟାପୀ ପାରମ୍ପରିକ ରୀତିରେ ପ୍ରତିବର୍ଷ ହୋଇ ଆସୁଛି। ପ୍ରତ୍ୟେହ ଅପରାହ୍ନରେ ନୀଳମାଧବଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଓ ଲକ୍ଷ୍ମୀ ସରସ୍ବତୀ, ଶିବ ପାର୍ବତୀ ପୃଥକ ବିମାନରେ ଆରୁଢ ହୋଇ ଜଳକ୍ରୀଡା କରିବା ପାଇଁ ଚନ୍ଦନ ପୋଖରୀକୁ ବିଜେ ହୋଇଥାଆନ୍ତି। ଦୁଇଟି ବଡ଼ ଚାପ ଡଙ୍ଗାରେ ଠାକୁରଙ୍କ ଜଳକ୍ରୀଡା ନୀତି ସମ୍ପନ୍ନ ହୋଇଥାଏ। ତେବେ ପୋଖରୀଟି ଦୀର୍ଘ ବର୍ଷରୁ ପରିତ୍ୟକ୍ତ ତଥା ଦଳ ଓ ପଦ୍ମବଣରେ ପରିପୂର୍ଣ୍ଣ ହୋଇଥିବାରୁ ବିଗତ ବର୍ଷରେ ଠାକୁରଙ୍କ ଚାପ ନୀତିରେ ସମସ୍ୟା ସୃଷ୍ଟି ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ବିକାଶ ପ୍ରକଳ୍ପ ନିମନ୍ତେ ୧୦୦ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପ ଅନୁଯାୟୀ ଚନ୍ଦନ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟ ଚାଲୁ ରହିଛି ା ତେବେ ଧର୍ମକୁ ଆଖିଠାର ପରି ଯେଭଳି ଭାବେ କାର୍ଯ୍ୟ ସମ୍ପାଦନ ହେଉଛି ଏହାର ସ୍ଥାୟୀତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଦ୍ମବଣରେ ପରିପୂର୍ଣ୍ଣ ଥିବା ପୋଖରୀର ପଙ୍କକୁ ଜେସିବ ମେଶିନରେ ଖୋଳାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ପଙ୍କକୁ ପୁନର୍ବାର ପୋଖରୀରେ ବିଛାଯାଇ ନିକଟସ୍ଥ ମହାନଦୀର ପାଣି ଭରି ଦିଆଯିବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ପଙ୍କରେ ରହିଥିବା ପଦ୍ମ ଓ କଇଁ ନାଡ ଓ ଚେର ଧିରେ ଧିରେ କାୟା ବିସ୍ତାର କରିବ ବୋଲି ଅଭିଯୋଗ ହୋଇଛି। ହେଲେ ଏଥିପ୍ରତି କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣପାତ କରି ନ ଥିଲେ। ଫଳରେ ପୋଖରୀରେ ପାଣି ଭର୍ତ୍ତି କରାଯିବାର ଏକମାସ ମଧ୍ୟରେ ଏବେ ପଦ୍ମ ଓ କଇଁ ଫୁଲ ଗଛ ପୋଖରୀରେ କାୟା ବିସ୍ତାର କରୁଛି। ଏହାକୁ ନେଇ ଚନ୍ଦନ ପୋଖରୀରେ ପଦ୍ମ ଫୁଟିବ କେବେ ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ରାଜ୍ୟ ନିର୍ମାଣ ବିଭାଗ ଶାସନ ସଚିବ ଭି. କେ. ଯାଦବ ଗତ ଫେବୃଆରୀ ୨୦ରେ ଏହି ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ ା ଶୀଘ୍ର କାମ ଶେଷ କରିବାକୁ ଓଡ଼ିଶା ସେତୁ ନିର୍ମାଣ ନିଗମ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଶ୍ରୀଜୀଉଙ୍କ ଚନ୍ଦନ ପୁଷ୍କରିଣୀରୁ ପୁରୁଣା ମାଟି ତଥା ପଙ୍କକୁ ଉଠା ନ ଯାଇ ସେହିମାଟିକୁ ପୋଖରୀରେ ବିଛାଯାଉଥିବା କଣ୍ଟିଲୋ ବିକାଶ ପରିଷଦର ସଭାପତି ଯୁଗଳ କିଶୋର ନାୟକ, ପୂଜକ ସମାଜର ପୂର୍ବତନ ସଭାପତି ନିହାର ରଞ୍ଜନ ମିଶ୍ରଙ୍କ ସମେତ ସ୍ଥାନୀୟ ସଚେତନ ନାଗରିକମାନେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଚିବ ଯାଦବ ଚନ୍ଦନ ପୋଖରୀ ପରିଦର୍ଶନ କରି ଅଭିଯୋଗର ସତ୍ୟତା ଦୃଷ୍ଟିରୁ ଅଭିଯୋଗ କ୍ରମେ ପୋଖରୀରୁ ଆବଶ୍ୟକ ପଙ୍କ ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ା ମାତ୍ର ସଚିବ ଫେରିବା ପରେ ତାଙ୍କ ନିର୍ଦ୍ଦେଶକୁ ଗୁରୁତ୍ୱ ନ ଦେଇ ପଙ୍କ ଅନ୍ୟତ୍ର ନ ଉଠାଯାଇ ସେଠାରେ ଖେଳାଇ ଦିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସଂକ୍ରାନ୍ତରେ ସଚିବଙ୍କ ପରାମର୍ଶକୁ ଗୁରୁତ୍ୱ ଦେଉନାହାନ୍ତି ଠିକାସଂସ୍ଥା’ ଶୀର୍ଷକ ଏକ ଖବର ଫେବୃଆରୀ ୨୨ରେ ଧରିତ୍ରୀରେ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?