ରାଷ୍ଟ୍ରପତି ଦୌଡ଼ରେ ପ୍ରଥମ ଆଦିବାସୀ ମହିଳା

ଭୁବନେଶ୍ୱର, ୨୨।୬ (ବ୍ୟୁରୋ): ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପକ୍ଷରୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି। ଭାଜପା ନେତ୍ରୀ ଭାବେ ସୁନାମ ଅର୍ଜନ କରିଆସିଥିବା ଦ୍ରୌପଦୀ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୦୦ରୁ ୨୦୦୯ ଦ୍ରୌପଦୀ ରାଇରଙ୍ଗପୁର ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ଭାଜପା-ବିଜେଡି ମେଣ୍ଟ ସରକାରରେ ସେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ଏବଂ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମେ’ ୧୬ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ଦାୟିତ୍ୱ) ଥିଲେ।
ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଉପରବେଡ଼ା ଗ୍ରାମର ସାନ୍ତାଳ ପରିବାରରେ ୧୯୫୮ ଜୁନ୍‌ ୨୦ରେ ଦ୍ରୌପଦୀଙ୍କ ଜନ୍ମ। ତାଙ୍କ ବାପାଙ୍କ ନାମ ବିରଞ୍ଚତ୍ ନାରାୟଣ ଟୁଡ଼ୁ। ଉପରବେଡ଼ା ପ୍ରାଥମିକ ବିଦ୍ୟାଳୟ ପରେ ଭୁବନେଶ୍ୱର ୟୁନିଟ୍‌-୨ କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ ଓ ରମାଦେବୀ ମହିଳା ମହାବିଦ୍ୟାଳୟରେ ଶିକ୍ଷା ଅର୍ଜନ କରିଥିଲେ। ଦ୍ରୌପଦୀ ଓଡ଼ିଶାରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଛନ୍ତି। ପରେ ରାଇରଙ୍ଗପୁରସ୍ଥିତ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେଶନରେ ଶିକ୍ଷକତା କରିଥିଲେ। ଓଡ଼ିଶା ରାଜନୀତିରେ ପ୍ରବେଶ କରି ସେ ୧୯୯୭ରେ ରାଇରଙ୍ଗପୁର ମ୍ୟୁନିସିପାଲିଟିକୁ କାଉନ୍‌ସିଲର ଭାବେ ଭାବେ ବିଜୟୀ ହୋଇ ଉପନଗରପାଳ ହୋଇଥିଲେ। ସେ ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଉପସଭାପତି ଥିଲେ। ଭାଜପା ଟିକେଟରେ ଦ୍ରୌପଦୀ ମୟୂରଭଞ୍ଜର ରାଇରଙ୍ଗପୁର ଆସନରୁ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମନ୍ତ୍ରୀ ଥିଲେ। ୨୦୦୭ ବର୍ଷ ପାଇଁ ଓଡ଼ିଶା ବିଧାନସଭା ଦ୍ୱାରା ତାଙ୍କୁ ଶ୍ରେଷ୍ଠ ବିଧାୟିକା ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଦୁଃଖଦ ଥିଲା ବ୍ୟକ୍ତିଗତ ଜୀବନ
ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ୨ପୁଅ ଏବଂ ଗୋଟିଏ ଝିଅ। ଇତିମଧ୍ୟରେ ସ୍ବାମୀ ଏବଂ ୨ପୁଅ ଲକ୍ଷ୍ମଣ ଏବଂ ସିପୁନ ମୁର୍ମୁଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଇତିଶ୍ରୀ ଏକ ବ୍ୟାଙ୍କରେ ଚାକିରି କରୁଛନ୍ତି। ଦ୍ରୌପଦୀଙ୍କ ସ୍ବାମୀ ଶ୍ୟାମଚରଣ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ। ଦ୍ରୌପଦୀ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଶ୍ୟାମଚରଣ ଚାକିରି ଛାଡ଼ି ଦେଇଥିଲେ। ପରେ ୨୦୧୪ରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ୨ପୁଅ ଲକ୍ଷ୍ମଣ ଏବଂ ସିପୁନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି। ୨୦୦୯ ଅକ୍ଟୋବର ୨୭ରେ ବଡ଼ ପୁଅ ଲକ୍ଷ୍ମଣ(୨୫)ଙ୍କ ଭୁବନେଶ୍ୱର ପାତ୍ରପଡ଼ା ଠାରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ପୂର୍ବ ରାତିରେ ସେ କିଛି ବନ୍ଧୁଙ୍କ ସହ ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରୁ ଘରକୁ ଫେରି ଶୋଇଥିଲେ। ସକାଳୁ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ସାନ ପୁଅ ସିପୁନଙ୍କ ଯଶିପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ସାମ୍ବିଧାନିକ ପଦ ନିମନ୍ତେ ପ୍ରାର୍ଥିନୀ ଭାବେ ମନୋନୀତ କରି ମୋ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛି। ଦେଶ ସେବା ଲାଗି ଏହା ମୋ ପାଇଁ ସବୁଠୁ ବଡ଼ ସମ୍ମାନ।
– ଦ୍ରୌପଦୀ ମୁର୍ମୁ, ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?