Posted inଖେଳ

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ପାରାମାଉଣ୍ଟ ‘ଏ’ ଦଳ। ସୋମବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦଳ ୨୨୬ରନରେ ସିଏପି ଟିମ୍‌କୁ ଶୋଚନୀୟ ପରାସ୍ତ କରିଛି। ପାରାମାଉଣ୍ଟ ଗ୍ରାଉଣ୍ଡରେ ବିଜୟୀ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ପ୍ରନ୍ତିକ ପି. ନାୟକ ଓ ସ୍ବାଗତ ଏସ୍‌. ମିଶ୍ରଙ୍କ ଶତକ ସହାୟତାରେ ନିର୍ଦ୍ଧାରିତ ୪୦ ଓଭରରେ ମାତ୍ର ୨ ଉଇକେଟରେ ୩୪୦ ରନ କରିଥିଲା। ପ୍ରନ୍ତିକ ୧୪୭ ବଲ୍‌ରୁ ସମ୍ମୁଖୀନ ହୋଇ ୨୫ଚୌକା ଓ ୬ ଛକା ସହ ୧୮୮ ରନ କରି ଅପରାଜିତ ରହିଥିଲେ। ସ୍ବାଗତ ୭୬ ବଲ୍‌ରେ ୧୦ ଚୌକା ଓ ୩ ଛକା ସହ ୧୦୦ ରନ କରିଥିଲେ। ଜବାବରେ ସିଏପି ଦଳ ୨୦.୨ ଓଭରରେ ୧୧୪ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍‌ ସ୍କୋରର ଅରବିନ୍ଦ ମୁଦୁଲି ୩୮ ରନ କରିଥିଲେ। ପାରାମାଉଣ୍ଟ ‘ଏ’ ଦଳ ପକ୍ଷରୁ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିବା ଶୁଭମ ପରିଡା ୧୪ ରନ ବିନିମୟରେ ୩ ଉଇକେଟ ନେଇଥିବା ବେଳେ ନକିବ ସରବର ଓ ଏସ୍‌. ଆର. ସୁବୁଦ୍ଧି ୨ଟି ଲେଖାଏଁ ଉଇକେଟ ନେଇଥିଲେ। ପାରାମାଉଣ୍ଟ ‘ଏ’ର ପ୍ରନ୍ତିକ ପି. ନାୟକ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଡଭୋକେଟ ତଥା ବିଜେଇଏମ୍‌ ସ୍କୁଲର ସଦସ୍ୟ ଡକ୍ଟର ଗଙ୍ଗାଧର ମାନ୍‌ସିଂ ସୋମବାର ମ୍ୟାଚର ଅତିଥିଭାବେ ଯୋଗ ଦେଇଥିଲେ। ମଙ୍ଗଳବାର ଦ୍ୱିତୀୟ ସେମିଫାଇନାଲ ରାମେଶ୍ୱର ବନାମ ପ୍ରଗତି ମଧ୍ୟରେ ହେବ। ଫାଇନାଲ ମ୍ୟାଚ ଆସନ୍ତା ୨୬ ତାରିଖରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୩।୬: ଟି-୨୦ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ୩ଟି ସୁପର ଓଭର ମ୍ୟାଚ ହୋଇଛି। ତୃତୀୟ ସୁପର ଓଭର ଟି-୨୦ ବିଶ୍ୱକପ ୨୦୨୪ରେ ହୋଇଛି। ଏଥିରେ ନାମିବ୍ୟା...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନ୍ୟୁୟର୍କ,୩।୬:ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଓମାନ ପ୍ରଥମେ ବ୍ୟାଟିଂ କରି...

ଟି-୨୦ ବିଶ୍ୱକପ୍‌ର ସବୁଠୁ ବୟସ୍କ-କନିଷ୍ଠ ଖେଳାଳି କିଏ ଜାଣନ୍ତି: ବୟସ କରିଦେବ ତାଜୁବ

ନୂଆଦିଲ୍ଲୀ,୩।୬: ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ବିଶ୍ୱକପ ୨୦୦୭ରେ ହୋଇଥିଲା। ଏପର୍ଯ୍ୟନ୍ତ ୮ଟି ଟି-୨୦ ବିଶ୍ୱ ଚାମ୍ପିଅନ ହୋଇସାରିଛନ୍ତି। କିନ୍ତୁ ୨୦୨୪ ବିଶ୍ୱକପ ସବୁଠାରୁ ସ୍ବତନ୍ତ୍ର...

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌: ଯୁବରାଜଙ୍କ ଭବିଷ୍ୟବାଣୀ

ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି। ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ...

ଗମ୍ଭୀର କୋଚ୍‌ ହେବାକୁ ଆଗ୍ରହୀ

ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍‌ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି।...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଷ୍ଟାର କ୍ରିକେଟର, ଜିତାଇଥିଲେ ୨୦୨୪ IPL

ନୂଆଦିଲ୍ଲୀ,୨।୬: କୋଲକତା ନାଇଟ୍‌ ରାଇଡର୍ସ ୨୦୨୪ ଆଇପିଏଲ୍‌ ଜିତିବା ପରେ ଏବେ ଏହି ଟିମ୍‌ର ଜଣେ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର। ଷ୍ଟାର କ୍ରିକେଟର ଭେଙ୍କଟେଶ...

ମହାମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ

ନ୍ୟୁୟର୍କ,୨।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଜୁନ ୯ରେ ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକ ମ୍ୟାଚ ବିଷୟରେ ଅନେକ ଆଲୋଚନା ଚାଲିଛି।...

ଛାଡପତ୍ର ଚର୍ଚ୍ଚା ଭିତରେ ମୁଁହ ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା: କହିଲେ, ବେଳେବେଳେ ଜୀବନ…

ନ୍ୟୁୟର୍କ,୨।୬: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖରାପ ଥିଲା, ଅନ୍ୟ ପଟେ ତାଙ୍କ ସ୍ତ୍ରୀ ନତାଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri