ମଧୁର ସମ୍ପର୍କ ଅନ୍ତରାଳେ…

ମିଛ, ସବୁ କଥାରେ ଯେମିତି ସ୍ପଷ୍ଟ ବାରିହୁଏ ମିଛକୁ। ହେଲେ ଇଏ ଏମିତି ଏକ ମିଛ ଯାହା ସମ୍ପର୍କକୁ ନିବିଡ଼ କରିଥାଏ, ଆଉ ସମସ୍ତଙ୍କୁ ଏକାଠି କରି ରଖିଥାଏ ତା’ ମୋହର ଶିକୁଳିରେ। ମିଠା ଏଇ ମିଛ, ଶିଖାଇଥାଏ ତ୍ୟାଗ ଓ ଭଲପାଇବା।
କାହାକୁ କେତେବେଳେ କେମିତି ମିଛ କହି ନିଜର କରିହେବ ସେଇ କଳାରେ ନିପୁଣ ହୋଇ ଗୃହିଣୀମାନେ ବେଶ୍‌ ସହଜରେ ଚଲାଇଥାନ୍ତି ସଂସାର ରଥ…

କେତେବେଳେ ଜୀବନ ସାଥୀଙ୍କ ପାଖରେ ତ କେବେ ପରିବାରର ଅନ୍ୟ ଗୁରୁଜନଙ୍କ ପାଖରେ କିଛି ଛୋଟ ଛୋଟ କଥା ଲୁଚାଇବାକୁ ହୁଏ। ଏଥିପାଇଁ ବେଳେବେଳେ ମିଛ ବି କହିବାକୁ ହୁଏ। କିନ୍ତୁ ଏମିତି ମିଛ କାହାର କ୍ଷତି କରି ନ ଥାଏ, ବରଂ କାହାକୁ ଗଢ଼ିବାର ସୁଯୋଗ ଦିଏ ତ କେହି ଭଲପାଇବାର ମୋହରେ ବାନ୍ଧିହୋଇ ଆପେ ଆପେ ନିଜ ଭୁଲ୍‌ ସୁଧାରି ଦିଅନ୍ତି। ସେଥିପାଇଁ ତ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ ଏମିତି ଅନେକ ମିଛ କହିଥାନ୍ତି ଗୃହିଣୀମାନେ।
କଷ୍ଟ ସହିବା ପାଇଁ : ଗୃହିଣୀମାନେ ଅନେକ ସମୟରେ ନିଜ ସ୍ବାସ୍ଥ୍ୟକୁ ନେଇ ମିଛ କଥା କହିଥାନ୍ତି। ଦେହ ଖରାପ ଥିଲେ ବି ଅନ୍ୟମାନଙ୍କ ଆଗରେ ଟିକିଏ ମିଛ କହି ନିଜେ ସବୁ କଷ୍ଟ ସହିଯାନ୍ତି। ସେମିତି ଗୁରୁତର ନ ହେଲେ ସେମାନେ ସ୍ବାମୀଙ୍କୁ ଖର୍ଚ୍ଚାନ୍ତ କରିବାକୁ ଚାହାନ୍ତି ନାହିଁ କିମ୍ବା ଘରର ଅନ୍ୟମାନଙ୍କୁ କଷ୍ଟ କରିବାକୁ ଦିଅନ୍ତି ନାହିଁ। ନିଜ ସ୍ବାସ୍ଥ୍ୟକୁ ନେଇ ଛୋଟିଆ ମିଛ କହିଲେ ବି ସେମାନେ ପରିବାରର ସମସ୍ତଙ୍କୁ ନିଜର କରିଥାନ୍ତି।
ସୁରକ୍ଷା ଦେବାକୁ: ବେଳେବେଳେ ପରିବାରରେ ପିଲାମାନେ କିଛି ଭୁଲ୍‌ କରିଦେଲେ ତାଙ୍କୁ ବଡ଼ମାନଙ୍କ କ୍ରୋଧରୁ ସୁରକ୍ଷା ଦେବାକୁ ଯାଇ ଗୃହିଣୀମାନେ ମିଛ କହିଥାନ୍ତି। ଏମିତି ଅନେକ ଥର ସ୍ବାମୀ, ଶାଶୁ, ନଣନ୍ଦ କାହାକୁ ନା କାହାକୁ ନେଇ ସେମାନେ ବେଳେବେଳେ ମିଛ କହନ୍ତି। ଏମିତିଭାବେ ସେମାନେ ନିଜର ଭୁଲ୍‌ ସୁଧାରିନେବାର ସୁଯୋଗ ପାଆନ୍ତି। ତେଣୁ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଥାଏ। ପରିବାରରେ ସମସ୍ତଙ୍କ ସହ ମିଶି ହସଖୁସିରେ ଚଳିବା ପାଇଁ ଅନେକ କିଛି ତ୍ୟାଗ କରିବାକୁ ପଡ଼େ। ଜଣଙ୍କ ମନରେ ଅନ୍ୟ ଜଣକ ପ୍ରତି ଭଲପାଇବା ସୃଷ୍ଟି କରିବା ପାଇଁ ପଦିଏ ମିଛ କହିଲେ ଆଦୌ ଭୁଲ୍‌ ହେବ ନାହିଁ।
ସଫଳତା ମିଳେ: ବେଳେବେଳେ ପିଲାମାନଙ୍କୁ ମିଛ ପ୍ରଶଂସା କରିବାକୁ ପଡ଼େ। ଫଳରେ ସେମାନେ ଉତ୍ସାହିତ ହୋଇ ଅଧିକ କାମ କରିବା ପାଇଁ ସାହସ ପାଇଥାନ୍ତି। ତା’ଛଡ଼ା ମନ ସବୁବେଳେ ଖୁସି ରହିଥାଏ। ଘରର ବଡ଼ମାନଙ୍କୁ ବି କେବେ କେବେ ଭଲ କମ୍ପ୍ଲିମେଣ୍ଟ ଦେଲେ ସେମାନେ ଖୁସି ହୋଇଥାନ୍ତି ଆଉ ପରିବାରରେ ସମସ୍ତେ ଖୁସିରେ ରହିଥାନ୍ତି।
ଶାରୀରିକ ମାନସିକ ଉନ୍ନତି: ନିଜର ଲୋକଙ୍କ ଭଲ ପାଇଁ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ ବେଳେବେଳେ ମିଛ ଟିପ୍ପଣୀ ଦେବାକୁ ହୁଏ। ଯେମିତି କି ତୁମେ ଅଧିକ ମିଠା ଖାଉଛ, ଓଜନ ବହୁତ ବଢ଼ିଗଲାଣି, ଆଉ ଜମାରୁ ପଢ଼ାପଢ଼ି କରୁନ ଆଦି ଅନେକ ମିଛ ବି ଆପଣାର ଲାଗେ। କାହିଁକିନା ଏଭଳି ମିଛ ଅନ୍ୟର ଶାରୀରିକ ତଥା ମାନସିକ ଉନ୍ନତିରେ ସହାୟକ ହୋଇଥାଏ।
ଖର୍ଚ୍ଚ କମ୍‌ କରିବା: ଘରେ ଖର୍ଚ୍ଚ କମ୍‌ କରି ସଞ୍ଚୟ କରିବା ପାଇଁ ଗୃହିଣୀମାନେ ଅର୍ଥ କାରବାର ସମୟରେ ଅନେକ ମିଛ କହିଥାନ୍ତି। ମିଛ କହି ସେମାନେ ସ୍ବାମୀଙ୍କଠାରୁ ଅନେକ ଅର୍ଥ ଆଣି ସଞ୍ଚୟ କରିଥାନ୍ତି, ଯାହା ଭବିଷ୍ୟତରେ ପରିବାର ପାଇଁ କାମରେ ଲାଗିଥାଏ।
ଝଗଡ଼ା ବନ୍ଦ କରିବା: ପରିବାରରେ ବେଳେବେଳେ ପରସ୍ପର ମଧ୍ୟରେ ଥିବା ସନ୍ଦେହ ଦୂରକରିବା ପାଇଁ ଛୋଟିଆ ମିଛଟିଏ ବେଶ୍‌ ଫଳପ୍ରଦ ହୋଇଥାଏ। ଛୋଟ ମିଛ ପଦିଏ ବେଳେବେଳେ ଘରେ ଲାଗିଥିବା ଝଗଡ଼ାର ବି ସମାଧାନ କରିଦିଏ। ତେଣୁ ଏ କ୍ଷେତ୍ରରେ କୁହାଯାଉଥିବା ମିଛ ଆଦୌ ଭୁଲ୍‌ ନୁହେଁ। ବରଂ ଇଏ ମିଠା ମିଛ ହୋଇ ପରିବାରରେ ହସଖୁସି ବାଣ୍ଟିଥାଏ।

 

ଖାଇବା କଥାରେ ମିଛ କହେ
ଖାଇବା କଥାକୁ ନେଇ ମୁଁ ସବୁବେଳେ ମିଛ କହେ। ସବୁ କାମ କରି ମତେ ଅଫିସ୍‌ ଯିବାକୁ ପଡୁଥିବାରୁ ମୁଁ ଅଧିକାଂଶ ସମୟ ନ ଖାଇ ଚାଲିଯାଏ। କିନ୍ତୁ ଘରେ ସମସ୍ତଙ୍କୁ ଖାଇଛି ବୋଲି ମିଛ କହିଦିଏ, ନଚେତ୍‌ ସେମାନେ ମନଦୁଃଖ କରିବେ। କିନ୍ତୁ ଅଫିସ ଆସିବା ପରେ ମୁଁ ଆଣିଥିବା ଟିଫିନ୍‌ ଖାଏ ନ ହେଲେ ବାହାରୁ କିଣି ଖାଇଦିଏ।
– ସସ୍ମିତା ନାୟକ, କର୍ମଜୀବୀ, ଭେନସ୍‌ ଆପାର୍ଟମେଣ୍ଟ, ମେହରୋଲି, ନୂଆଦିଲ୍ଲୀ
ଏସବୁ ମିଛ ନୁହେଁ
ଘରେ ସମସ୍ତଙ୍କୁ ବହୁ ପ୍ରକାର ଛୋଟ ଛୋଟ ମିଛ କହିବାକୁ ପଡ଼େ। ଦେହ ଭଲ ଅଛି କହି ମୁଁ ବହୁତ କାମ କରିଦିଏ। ଆଉ ଘର ପାଇଁ ବିଭିନ୍ନ ଜିନିଷ କିଣିବାର ଅଛି କହି ମୁଁ ସବୁବେଳେ ମୋ ପାଖରେ ଟଙ୍କା ଆଣି ରଖିଥାଏ। ଅବଶ୍ୟ ଦରକାର ସମୟରେ ସେ ଟଙ୍କା ମୁଁ ଦେଇଦିଏ। ମୋ ମତରେ ଏସବୁ ମିଛକୁ ମିଛ କୁହାଯିବନି।
-ତୃଷ୍ଣା ଦେବଗୋସ୍ବାମୀ, ଗୃହିଣୀ
କାଲିଫର୍ଣ୍ଣିଆ, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri