ମଧୁର ସମ୍ପର୍କ ଅନ୍ତରାଳେ…

ମିଛ, ସବୁ କଥାରେ ଯେମିତି ସ୍ପଷ୍ଟ ବାରିହୁଏ ମିଛକୁ। ହେଲେ ଇଏ ଏମିତି ଏକ ମିଛ ଯାହା ସମ୍ପର୍କକୁ ନିବିଡ଼ କରିଥାଏ, ଆଉ ସମସ୍ତଙ୍କୁ ଏକାଠି କରି ରଖିଥାଏ ତା’ ମୋହର ଶିକୁଳିରେ। ମିଠା ଏଇ ମିଛ, ଶିଖାଇଥାଏ ତ୍ୟାଗ ଓ ଭଲପାଇବା।
କାହାକୁ କେତେବେଳେ କେମିତି ମିଛ କହି ନିଜର କରିହେବ ସେଇ କଳାରେ ନିପୁଣ ହୋଇ ଗୃହିଣୀମାନେ ବେଶ୍‌ ସହଜରେ ଚଲାଇଥାନ୍ତି ସଂସାର ରଥ…

କେତେବେଳେ ଜୀବନ ସାଥୀଙ୍କ ପାଖରେ ତ କେବେ ପରିବାରର ଅନ୍ୟ ଗୁରୁଜନଙ୍କ ପାଖରେ କିଛି ଛୋଟ ଛୋଟ କଥା ଲୁଚାଇବାକୁ ହୁଏ। ଏଥିପାଇଁ ବେଳେବେଳେ ମିଛ ବି କହିବାକୁ ହୁଏ। କିନ୍ତୁ ଏମିତି ମିଛ କାହାର କ୍ଷତି କରି ନ ଥାଏ, ବରଂ କାହାକୁ ଗଢ଼ିବାର ସୁଯୋଗ ଦିଏ ତ କେହି ଭଲପାଇବାର ମୋହରେ ବାନ୍ଧିହୋଇ ଆପେ ଆପେ ନିଜ ଭୁଲ୍‌ ସୁଧାରି ଦିଅନ୍ତି। ସେଥିପାଇଁ ତ ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିବା ପାଇଁ ଏମିତି ଅନେକ ମିଛ କହିଥାନ୍ତି ଗୃହିଣୀମାନେ।
କଷ୍ଟ ସହିବା ପାଇଁ : ଗୃହିଣୀମାନେ ଅନେକ ସମୟରେ ନିଜ ସ୍ବାସ୍ଥ୍ୟକୁ ନେଇ ମିଛ କଥା କହିଥାନ୍ତି। ଦେହ ଖରାପ ଥିଲେ ବି ଅନ୍ୟମାନଙ୍କ ଆଗରେ ଟିକିଏ ମିଛ କହି ନିଜେ ସବୁ କଷ୍ଟ ସହିଯାନ୍ତି। ସେମିତି ଗୁରୁତର ନ ହେଲେ ସେମାନେ ସ୍ବାମୀଙ୍କୁ ଖର୍ଚ୍ଚାନ୍ତ କରିବାକୁ ଚାହାନ୍ତି ନାହିଁ କିମ୍ବା ଘରର ଅନ୍ୟମାନଙ୍କୁ କଷ୍ଟ କରିବାକୁ ଦିଅନ୍ତି ନାହିଁ। ନିଜ ସ୍ବାସ୍ଥ୍ୟକୁ ନେଇ ଛୋଟିଆ ମିଛ କହିଲେ ବି ସେମାନେ ପରିବାରର ସମସ୍ତଙ୍କୁ ନିଜର କରିଥାନ୍ତି।
ସୁରକ୍ଷା ଦେବାକୁ: ବେଳେବେଳେ ପରିବାରରେ ପିଲାମାନେ କିଛି ଭୁଲ୍‌ କରିଦେଲେ ତାଙ୍କୁ ବଡ଼ମାନଙ୍କ କ୍ରୋଧରୁ ସୁରକ୍ଷା ଦେବାକୁ ଯାଇ ଗୃହିଣୀମାନେ ମିଛ କହିଥାନ୍ତି। ଏମିତି ଅନେକ ଥର ସ୍ବାମୀ, ଶାଶୁ, ନଣନ୍ଦ କାହାକୁ ନା କାହାକୁ ନେଇ ସେମାନେ ବେଳେବେଳେ ମିଛ କହନ୍ତି। ଏମିତିଭାବେ ସେମାନେ ନିଜର ଭୁଲ୍‌ ସୁଧାରିନେବାର ସୁଯୋଗ ପାଆନ୍ତି। ତେଣୁ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଥାଏ। ପରିବାରରେ ସମସ୍ତଙ୍କ ସହ ମିଶି ହସଖୁସିରେ ଚଳିବା ପାଇଁ ଅନେକ କିଛି ତ୍ୟାଗ କରିବାକୁ ପଡ଼େ। ଜଣଙ୍କ ମନରେ ଅନ୍ୟ ଜଣକ ପ୍ରତି ଭଲପାଇବା ସୃଷ୍ଟି କରିବା ପାଇଁ ପଦିଏ ମିଛ କହିଲେ ଆଦୌ ଭୁଲ୍‌ ହେବ ନାହିଁ।
ସଫଳତା ମିଳେ: ବେଳେବେଳେ ପିଲାମାନଙ୍କୁ ମିଛ ପ୍ରଶଂସା କରିବାକୁ ପଡ଼େ। ଫଳରେ ସେମାନେ ଉତ୍ସାହିତ ହୋଇ ଅଧିକ କାମ କରିବା ପାଇଁ ସାହସ ପାଇଥାନ୍ତି। ତା’ଛଡ଼ା ମନ ସବୁବେଳେ ଖୁସି ରହିଥାଏ। ଘରର ବଡ଼ମାନଙ୍କୁ ବି କେବେ କେବେ ଭଲ କମ୍ପ୍ଲିମେଣ୍ଟ ଦେଲେ ସେମାନେ ଖୁସି ହୋଇଥାନ୍ତି ଆଉ ପରିବାରରେ ସମସ୍ତେ ଖୁସିରେ ରହିଥାନ୍ତି।
ଶାରୀରିକ ମାନସିକ ଉନ୍ନତି: ନିଜର ଲୋକଙ୍କ ଭଲ ପାଇଁ ସେମାନଙ୍କ ସ୍ବାସ୍ଥ୍ୟକୁ ନେଇ ବେଳେବେଳେ ମିଛ ଟିପ୍ପଣୀ ଦେବାକୁ ହୁଏ। ଯେମିତି କି ତୁମେ ଅଧିକ ମିଠା ଖାଉଛ, ଓଜନ ବହୁତ ବଢ଼ିଗଲାଣି, ଆଉ ଜମାରୁ ପଢ଼ାପଢ଼ି କରୁନ ଆଦି ଅନେକ ମିଛ ବି ଆପଣାର ଲାଗେ। କାହିଁକିନା ଏଭଳି ମିଛ ଅନ୍ୟର ଶାରୀରିକ ତଥା ମାନସିକ ଉନ୍ନତିରେ ସହାୟକ ହୋଇଥାଏ।
ଖର୍ଚ୍ଚ କମ୍‌ କରିବା: ଘରେ ଖର୍ଚ୍ଚ କମ୍‌ କରି ସଞ୍ଚୟ କରିବା ପାଇଁ ଗୃହିଣୀମାନେ ଅର୍ଥ କାରବାର ସମୟରେ ଅନେକ ମିଛ କହିଥାନ୍ତି। ମିଛ କହି ସେମାନେ ସ୍ବାମୀଙ୍କଠାରୁ ଅନେକ ଅର୍ଥ ଆଣି ସଞ୍ଚୟ କରିଥାନ୍ତି, ଯାହା ଭବିଷ୍ୟତରେ ପରିବାର ପାଇଁ କାମରେ ଲାଗିଥାଏ।
ଝଗଡ଼ା ବନ୍ଦ କରିବା: ପରିବାରରେ ବେଳେବେଳେ ପରସ୍ପର ମଧ୍ୟରେ ଥିବା ସନ୍ଦେହ ଦୂରକରିବା ପାଇଁ ଛୋଟିଆ ମିଛଟିଏ ବେଶ୍‌ ଫଳପ୍ରଦ ହୋଇଥାଏ। ଛୋଟ ମିଛ ପଦିଏ ବେଳେବେଳେ ଘରେ ଲାଗିଥିବା ଝଗଡ଼ାର ବି ସମାଧାନ କରିଦିଏ। ତେଣୁ ଏ କ୍ଷେତ୍ରରେ କୁହାଯାଉଥିବା ମିଛ ଆଦୌ ଭୁଲ୍‌ ନୁହେଁ। ବରଂ ଇଏ ମିଠା ମିଛ ହୋଇ ପରିବାରରେ ହସଖୁସି ବାଣ୍ଟିଥାଏ।

 

ଖାଇବା କଥାରେ ମିଛ କହେ
ଖାଇବା କଥାକୁ ନେଇ ମୁଁ ସବୁବେଳେ ମିଛ କହେ। ସବୁ କାମ କରି ମତେ ଅଫିସ୍‌ ଯିବାକୁ ପଡୁଥିବାରୁ ମୁଁ ଅଧିକାଂଶ ସମୟ ନ ଖାଇ ଚାଲିଯାଏ। କିନ୍ତୁ ଘରେ ସମସ୍ତଙ୍କୁ ଖାଇଛି ବୋଲି ମିଛ କହିଦିଏ, ନଚେତ୍‌ ସେମାନେ ମନଦୁଃଖ କରିବେ। କିନ୍ତୁ ଅଫିସ ଆସିବା ପରେ ମୁଁ ଆଣିଥିବା ଟିଫିନ୍‌ ଖାଏ ନ ହେଲେ ବାହାରୁ କିଣି ଖାଇଦିଏ।
– ସସ୍ମିତା ନାୟକ, କର୍ମଜୀବୀ, ଭେନସ୍‌ ଆପାର୍ଟମେଣ୍ଟ, ମେହରୋଲି, ନୂଆଦିଲ୍ଲୀ
ଏସବୁ ମିଛ ନୁହେଁ
ଘରେ ସମସ୍ତଙ୍କୁ ବହୁ ପ୍ରକାର ଛୋଟ ଛୋଟ ମିଛ କହିବାକୁ ପଡ଼େ। ଦେହ ଭଲ ଅଛି କହି ମୁଁ ବହୁତ କାମ କରିଦିଏ। ଆଉ ଘର ପାଇଁ ବିଭିନ୍ନ ଜିନିଷ କିଣିବାର ଅଛି କହି ମୁଁ ସବୁବେଳେ ମୋ ପାଖରେ ଟଙ୍କା ଆଣି ରଖିଥାଏ। ଅବଶ୍ୟ ଦରକାର ସମୟରେ ସେ ଟଙ୍କା ମୁଁ ଦେଇଦିଏ। ମୋ ମତରେ ଏସବୁ ମିଛକୁ ମିଛ କୁହାଯିବନି।
-ତୃଷ୍ଣା ଦେବଗୋସ୍ବାମୀ, ଗୃହିଣୀ
କାଲିଫର୍ଣ୍ଣିଆ, ଆମେରିକା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri