ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସୁବାସିନି ଜେନା ସବୁଠୁ ଧନୀ

ଭୁବନେଶ୍ୱର,୨୫ା୫: ବିଜୁ ଜନତା ଦଳ (ବିଜେଡି) ନେତା ସୁବାସିନି ଜେନାଙ୍କ ସମ୍ପତ୍ତି ପ୍ରାୟ ୧୩୫ କୋଟି ଟଙ୍କା ରହିଛି ଯାହା ଜୁନ ୧ ରେ ହେବାକୁ ଥିବା ଓଡ଼ିଶା ବିଧାନସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ପ୍ରାର୍ଥୀ ଅଟନ୍ତି।

୬ ଟି ସଂସଦୀୟ ର୍ନିବାଚନମଣ୍ଡଳୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଏବଂ ୪୨ ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୩୯୪ ଜଣ ପ୍ରାର୍ଥୀଙ୍କ ଆଫିଡେଭିଟ ବିଶ୍ଳେଷଣ ପରେ ଓଡିଶା ର୍ନିବାଚନ ୱାଚ ଏବଂ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ବାଲେଶ୍ୱର ଜିଲାର ବସ୍ତା ବିଧାନସଭା ର୍ନିବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ସୁବାସିନି ଜେନା ତାଙ୍କ ଆଫିଡେଭିଟ୍‌ରେ ମୋଟ ୧୩୫ କୋଟି ଟଙ୍କା ଥିବା ଘୋଷଣା କରିଛନ୍ତି। ଯେଉଁଥିରେ ୮୭,୬୫,୧୧,୯୫୦ ଟଙ୍କା ଏବଂ ୪୭,୫୨,୭୫,୫୩୪ ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି। ଏହି ସମୟରେ, ସିମୁଳିଆ ବିଧାନସଭା ର୍ନିବାଚନମଣ୍ଡଳୀ ପାଇଁ ଶାସକ ବିଜେଡିର ପ୍ରାର୍ଥୀ ସୁବାସିନି ସାହୁଙ୍କ ସମ୍ପତ୍ତି ୯୧.୭୫ କୋଟି ଟଙ୍କା ରହିଛି। ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ତଥା ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ସେ ଦ୍ୱିତୀୟ ଧନୀ ପ୍ରାର୍ଥୀ ଅଟନ୍ତି।

ତାଙ୍କ ପଛକୁ ଭଣ୍ଡାରିପୋଖରୀ ବିଧାନସଭା ଆସନ ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ଦଳର ପ୍ରାର୍ଥୀ ନିରଂଜନ ପଟ୍ଟନାୟକ ୮୬.୫୮ କୋଟି ଟଙ୍କା ସହ ତୃତୀୟ ଧନୀ ପ୍ରାର୍ଥୀ ଅଟନ୍ତି।

ତେବେ ନିର୍ବାଚନରେ ପ୍ରାର୍ଥୀଙ୍କ ଟଙ୍କା ଦେଖି ଟିକେଟ୍‌ ବଣ୍ଟନ କରାଯାଉଛି। ପ୍ରମୁଖ ଦଳ ମଧ୍ୟରେ ବିଜେଡିରୁ କରାଯାଇଥିବା ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୭ (୮୮%), ଭାଜପାରୁ ବିଶ୍ଳେଷଣ କରାଯାଇଥିବା ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦(୭୧%), କଂଗ୍ରେସରୁ ବିଶ୍ଳେଷଣ କରାଯାଇଥିବା ୪୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣ (୫୦ ପ୍ରତିଶତ) ,ସିପିଆଇରୁ ବିଶ୍ଳେଷଣ କରାଯାଇଥିବା ୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧ ଜଣ (୩୩ ପ୍ରତିଶତ) ୧ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଘୋଷଣା କରିଛନ୍ତି ବୋଲି ଏଡିଆର ରିପୋର୍ଟରେ ଦର୍ଶାଯାଇଛି।

ରିପୋର୍ଟରେ ଆହୁରି ମଧ୍ୟ ଜଣାପଡିଛି ଯେ ୩୯୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୬ (୨୪ ପ୍ରତିଶତ) ପ୍ରାର୍ଥୀ ନିଜ ଆଫିଡେଭିଟ୍‌ରେ ନିଜ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି।

୮୮ ଜଣ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରୁଜୁ କରିଛନ୍ତି। ସେହିଭଳି ୧୭ ଜଣ ପ୍ରାର୍ଥୀ ’ହତ୍ୟା ଉଦ୍ୟମ’ ସମେତ ଗୁରୁତର ଅପରାଧିକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri