Posted inଜାତୀୟ

ଆବୁ ସାଲେମ ମାମଲା, ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ହେବ ପୂରଣ କହିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୯।୪ : ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ କହିଛନ୍ତି ଯେ, ତତ୍‌କାଳୀନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ପାଳନ କରାଯିବ। ଆବୁ ସାଲେମଙ୍କ ମୁକ୍ତ ନେଇ ୨୦୩୦ରେ ବିଚାର କରାଯିବ କେନ୍ଦ୍ର ସରକାର କହିଛନ୍ତି। ସାଲେମଙ୍କ ପକ୍ଷରୁ କୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା ଯେ, ୨୦୦୨ରେ ଭାରତ ସରକାର ପର୍ତ୍ତୁଗାଲ ସରକାରଙ୍କୁ କହିଥିଲେ ଯେ, ସାଲେମଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇ ପାରିବ ନାହିଁ କିମ୍ବା କୌଣସି ପକ୍ଷରେ ୨୫ ବର୍ଷରୁ ଅଧିକ ଦଣ୍ଡାଦେଶ କରାଯାଇ ପାରିବ ନାହିଁ।

ଏହାପରେ ୨୦୦୫ ନଭେମ୍ବର ୧୧ରେ ସାଲେମ୍‌ଙ୍କୁ ଭାରତ ଅଣାଯାଇଥ୍‌ତ୍ଲା। ଆଡ଼ଓ୍ବାଣୀଙ୍କ ପ୍ରତିଶ୍ରୁତି ଅନୁସାରେ ସାଲେମଙ୍କ ଜେଲ ଦଣ୍ଡ ୨୦୩୦ ନଭେମ୍ବର ୧୦ରେ ଶେଷ ହେବ। ଏହାପୂର୍ବରୁ ସୁପ୍ରିମ୍‌କୋର୍ଟଙ୍କୁ ପକ୍ଷରୁ କେନ୍ଦ୍ର ସରକାରଙ୍କ ଏନେଇ ମତାମତ ଦେବାକୁ ୧୨ ଏପ୍ରିଲ୍‌ରେ ଶେଷ ସୁଯୋଗ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଏପ୍ରିଲ ୧୮ ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତତ୍କାଳୀନ ଉପପ୍ରଧାନମନ୍ତ୍ରୀ ଏଲ.କେ. ଆଡଭାଣୀ ପର୍ତ୍ତୁଗାଲ ସରକାରଙ୍କୁ ଦେଇଥିବା ଆଶ୍ୱାସନାକୁ ପାଳନ କରି ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସର୍ବାଧିକ ଦଣ୍ଡ ୨୫ ବର୍ଷରୁ ଅଧିକ ହେବ ନାହିଁ ସମ୍ପର୍କରେ ଜବାବ ଲୋଡ଼ାଯାଇଥିଲା। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଏମ ସୁନ୍ଦରେଶଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ବେଞ୍ଚରେ ଯୋଗାଯୋଗରେ ସମସ୍ୟା ଥିବା ଦର୍ଶାଇ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୂଚିତ କରିବା ପରେ କେନ୍ଦ୍ରକୁ ଶେଷ ସୁଯୋଗ ଦେଇ୍‌ଥିଲେ।

ସତ୍ୟପାଠ ଦାଖଲ କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଶୀର୍ଷ ନ୍ୟାୟାଳୟ କହିଥିଲେ ଯେ ଏହା ଯଥାର୍ଥ ନୁହେଁ। ଯଦି ସରକାରଙ୍କ ସ୍ବରାଷ୍ଟ୍ର ସଚିବ ଏତେ ବ୍ୟସ୍ତ ତେବେ କୋର୍ଟ ତାଙ୍କୁ ଏଠାରେ ଡାକିବେ। ଶୁଣାଣି ସମୟରେ ମେହେଟ୍ଟା ସ୍ବଳ୍ପ ସମୟରେ ଆଫିଡେଭିଟ ଦାଖଲ କରିବାକୁ ଦାବି କରିଥିବା ପ୍ରତିପକ୍ଷ ଆଇନଜୀବୀଙ୍କ ବିବୃତ୍ତିକୁ ନେଇ ଆପତ୍ତି କରିଥିଲେ। ସେ କହିଥିଲେ ଯେ ୨୫ ବର୍ଷର ଅବଧି ୨୦୨୭ରେ ସମାପ୍ତ ହେବ ଏବଂ ଯଦି ରିହାତି ପ୍ରଦାନ ନ ହୁଏ ତେବେ ଏହା ୨୦୩୦ରେ ଶେଷ ହେବ। ମେହେଟ୍ଟା କହିଥିଲେ ଯେ ପ୍ରତିପକ୍ଷର ଆଇନଜୀବୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ।

ସର୍ବୋଚ୍ଚ ଅଦାଲତ କହିଥିଲେ କୋର୍ଟର ସମୟସୀମାକୁ ସମ୍ମାନ ଦିଆଯିବା ଉଚିତ। ଏହି ମାମଲାର ପ୍ରରବର୍ତ୍ତୀ ଶୁଣାଣି ଏପ୍ରିଲ ୨୧ରେ କରାଯିବାକୁ ତାଲିକାଭୁକ୍ତ ହୋଇଛି। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଶୀର୍ଷ କୋର୍ଟ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କହିଥିଲେ। ପରବର୍ତ୍ତୀ ସମୟରେ ଦେଶକୁ ପଳାତକ ଅବୁ ସାଲେମଙ୍କୁ ଫେରାଇ ଆଣିବାକୁ ଚାହୁଁଥିବା ବେଳେ ଭାରତ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିବଦ୍ଧତା ଏକ ବଡ ପ୍ରଭାବ ପକାଇବ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ନେଇ କୋର୍ଟ ସନ୍ତୁଷ୍ଟ ନୁହନ୍ତି।

ଏଥିରେ ଦର୍ଶାଯାଇଛି ଯେ ୧୯୯୩ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅବୁ ସାଲେମଙ୍କ ପ୍ରତ୍ୟର୍ପଣ ସମୟରେ ଭାରତ ପକ୍ଷରୁ ପର୍ତ୍ତୁଗାଲକୁ ଆଶ୍ୱାସନା ଦିଆଯାଇଥିବା ସର୍ବାଧିକ ଦଣ୍ଡ ଭାରତୀୟ କୋର୍ଟ ପାଇଁ ବାଧ୍ୟତାମୂଳକ ନୁହେଁ । ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାରେ ତାଙ୍କ ଭୂମିକା ପାଇଁ ଆଜୀବନ କାରାଦଣ୍ଡ ଭୋଗୁଥିବା ସାଲେମଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିଶନ ଉପରେ ଶୀର୍ଷ ଅଦାଲତ ଫେବୃଆରୀ ୨ ରେ କେନ୍ଦ୍ର ସରକାରଙ୍କର ପ୍ରତିକ୍ରିୟା ମାଗିଥିଲେ। ଏଥିରେ କୁହାଯାଇଥିଲା ଯେ ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତିନାମା ଅନୁଯାୟୀ ତାଙ୍କ ସାଲେମ ଦଣ୍ଡ ୨୫ ବର୍ଷରୁ ଅଧିକ ହୋଇପାରିବ ନାହିଁ। ସାଲେମଙ୍କ ପିଟିଶନର ଜବାବ ଦେବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

ମଙ୍ଗଳ ସୂତ୍ର ପରେ ଉତ୍ତରାଧିକାର ଟ୍ୟାଙ୍କ ଲଢେଇ, ପିଟ୍ରୋଡାଙ୍କ ବୟାନକୁ ନେଇ ଭାଜପା ଖପ୍ପା, ଜବାବ ରଖିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୪: ଲୋକ ସଭା ନିର୍ବାଚନକୁ ନେଇ ରାଜନ୍ରେତିକ ମାହୋଲ ବେଶ ସରଗରମ ରହିଛି। କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିକୁ ଭାଜପା ଟାର୍ଗେଟ କଲାବେଳେ...

‘କଂଗ୍ରେସର ଲୁଟ ଜିନ୍ଦେଗିକେ ସାଥ ଭି, ଜିନ୍ଦେଗିକେ ବାଦ ଭି’, ପିଟ୍ରୋଡାଙ୍କ ବୟାନକୁ ନେଇ ମୋଦିଙ୍କ ଜବାବ

ନୂଆଦିଲ୍ଲୀ, ୨୪।୪: କଂଗ୍ରେସର ବରିଷ୍ଠ ନେତା ସାମ ପିଟ୍ରୋଡାଙ୍କ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଜବାବ ରଖିଛନ୍ତି। ବୁଧବାର (ଏପ୍ରିଲ ୨୪, ୨୦୨୪)...

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା! ପୋଷ୍ଟରକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୪: ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଅନ୍ୟପଟେ ଉତ୍ତରପ୍ରଦେଶର ଆମେଠୀ ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ।...

ଯଦି କଂଗ୍ରେସ କିଛି ନୁହେଁ ତେବେ ମୋଦି ଡରୁଛନ୍ତି କାହିଁକି: ଖାର୍ଗେ

ଥିରୁଭାନନ୍ତପୁରମ,୨୪।୪: ବୁଧବାର କେରଳର ଥିରୁଭାନନ୍ତପୁରମରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗତ କିଛି ଦିନ...

ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଗୋଟିଏ ବୟାନ ବଢାଇଲା କଂଗ୍ରେସର ଟେନସନ!

ନୂଆଦିଲ୍ଲୀ,୨୪।୪: ବର୍ତ୍ତମାନ ସମ୍ପତ୍ତି ବଣ୍ଟନ ଏବଂ ଉତ୍ତରାଧିକାର ଟ୍ୟାକ୍ସକୁ ନେଇ ଦେଶରେ ଅନେକ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ...

ପୁଣିଥରେ କ୍ଷମା ମାଗିଲେ ବାବା ରାମଦେବ, କହିଲେ ଆଉଥରେ ହେବନି ଭୁଲ

ନୂଆଦିଲ୍ଲୀ,୨୪।୪: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ (MD) ବାଲକୃଷ୍ଣ ପୁନର୍ବାର ବିଭ୍ରାନ୍ତିକର ବିଜ୍ଞାପନ...

ମୋଦିଙ୍କୁ ଗାଳିଦେଲେ ଘରକୁ ଫେରିବନି: ବିରୋଧୀ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଧମକ

ମୁମ୍ବାଇ,୨୪/୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କେହି ଅପଶବ୍ଦ ବ୍ୟବହାର କଲେ, ତାଙ୍କୁ ଘରକୁ ଫେରିବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଧମକ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri