ଆର୍କଟିକରେ କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ, ପୃଥିବୀ ପାଇଁ ବିପଦ ମାଡ଼ି ଆସୁଛି…

ଓ୍ବାଶିଂଟନ/ବର୍ଲିନ, ୬।୪ : ପୃଥିବୀର ସବୁଠାରୁ ଜନଶୂନ୍ୟ ଏବଂ ବରଫ ଅଞ୍ଚଳ ମଧ୍ୟରୁ ଆର୍କଟିକ ଅନ୍ୟତମ। ମାତ୍ର ସେଠାରେ ଏବେ ପୃଥିବୀର ଅନ୍ୟ ଅଞ୍ଚଳ ଭଳି କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ ଜମା ହେବାରେ ଲାଗିଛି। ଏଠାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସେମାନେ କହିଛନ୍ତି ଯେ ଆର୍କଟିକରେ ଥିବା ପ୍ଲାଷ୍ଟିକ ପ୍ରଦୂଷଣ ଅଧ୍ୟୟନ ବର୍ତ୍ତମାନ ପୃଥିବୀର ଅନ୍ୟାନ୍ୟ ସ୍ଥାନ ପରି ଖରାପ ସ୍ଥିତିରେ ରହିଛି। ଆର୍କଟିକର ଜଳବାୟୁ ଏବଂ ମାନବ ଜୀବନ ପାଇଁ ଅନୁପଯୋଗୀ ତାପମାତ୍ରା ଏହି ଅଞ୍ଚଳର ସମ୍ବଳର ବିକାଶ ଏକ ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଆସୁଛି।

ତେବେ ଏଠାକାର ହିମ ପାହାଡ଼ ଜଳବାୟୁ ସଙ୍କଟରେ ସକାରାତ୍ମକ ପ୍ରଭାବ ପକାଇଥାଏ। ମାତ୍ର ଏଠାରେ ବଢୁଥିବା ପ୍ରଦୂଷଣ ଯୋଗୁ ଏବେ ସ୍ଥିତି ଖରାପ ହେବାରେ ଲାଗିଛି। ୬ ଟି ଦେଶ ଆର୍କଟିକ ମହାସାଗର କୂଳରେ ଅବସ୍ଥିତ। ସେଥିମଧ୍ୟରେ ରୁଷିଆ, କାନାଡା, ଆମେରିକା, ଡେନମାର୍କ, ନରୱେ ଏବଂ ଆଇସଲାଣ୍ଡ ଆଦି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ନିଛାଟିଆ ହୋଇଥିବା ଏହି ଅଞ୍ଚଳରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ହେଉଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ସମୁଦ୍ର ଲହର, ପବନ ଏବଂ ନଦୀ ଦ୍ୱାରା ଆର୍କଟିକ ମହାସାଗରର ଉତ୍ତରରେ ପୋଷାକ, ପ୍ଲାଷ୍ଟିକ ବର୍ଜ୍ୟ, ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ସାମଗ୍ରୀର ଆବର୍ଜନା ଜମା ହେବାରେ ଲାଗିଛି। ବହୁ ପରିମାଣର ମାଇକ୍ରୋପ୍ଲାଷ୍ଟିକ ଏଠାକାର ଜଳ, ସମୁଦ୍ର ତଳେ, ବେଳାଭୂମି, ନଦୀ, ଏପରିକି ବରଫରେ ମଧ୍ୟ ଜମା ହୋଇ ଚାଲିଛି।

ଜର୍ମାନୀର ଆଲଫ୍ରେଡ ୱେଗନର୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ହୋଇଥିବା ଏକ ଅନ୍ତର୍ଜାତୀୟ ସମୀକ୍ଷା ଅଧ୍ୟୟନ ଅନୁଯାୟୀ, ପ୍ଲାଷ୍ଟିକ କେବଳ ଇକୋସିଷ୍ଟମ ପାଇଁ କ୍ଷତିକାରକ ନୁହେଁ ବରଂ ଜଳବାୟୁ ପରିବର୍ତ୍ତନକୁ ଆହୁରି ଖରାପ କରିବାର ଆଶଙ୍କା ସୃଷ୍ଟି କରୁଛି। ଅଧ୍ୟୟନର ମୁଖ୍ୟ ଡ. ମେଲାନି ବର୍ଗମାନ କହିଛନ୍ତି ଯେ ଆର୍କଟିକୁ ଏପର୍ଯ୍ୟନ୍ତ ଏକ ଜନମାନବ ଶୂନ୍ୟ ଅଞ୍ଚଳ ଭାବରେ ବିବେଚନା କରାଯାଉଥିଲା। ମାତ୍ର ଧୀରେଧୀରେ ଏଠାରେ ଏବେ ସ୍ଥିତିରେ ପରିବର୍ତ୍ତନ ଆସିବାରେ ଲାଗିଛି। ଲୋକେ ଏଠାକୁ ଯିବା ଆସିବା କରୁଛନ୍ତି।

ନରୱେ, କାନାଡା ଏବଂ ନେଦରଲାଣ୍ଡର ଗବେଷକମାନଙ୍କ ସହ ମିଳିତ ଭାବରେ ଏଠାରେ ସର୍ଭେ କରାଯାଇଥିଲା। ଆର୍କଟିକରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି।

୧୯ ରୁ ୨୩ ନିୟୁତ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରତିବର୍ଷ ପୃଥିବୀର ଜଳରେ ପ୍ରବେଶ କରିଥାଏ। ଅର୍ଥାତ୍‌ ପ୍ରତି ମିନିଟରେ ଦୁଇ ଟ୍ରକ ବର୍ଜ୍ୟ ସମୁଦ୍ର ଜଳରେ ପକାଯାଉଛି। ଏହା ସମୁଦ୍ରରେ ଜମା ହୋଇଯାଏ ଏବଂ ଧୀରେ ଧୀରେ ଛୋଟ ଖଣ୍ଡରେ ଭାଙ୍ଗିଯାଏ। ସାମୁଦ୍ରିକ ଖାଦ୍ୟ ମାଧ୍ୟମରେ ଏହା ମଣିଷର ରକ୍ତରେ ମଧ୍ୟ ପ୍ରବେଶ କରୁଛି। ଅଧ୍ୟୟନ ଅନୁଯାୟୀ, ସାମୁଦ୍ରିକ ପ୍ଲାନକଟନ ଠାରୁ ଆରମ୍ଭ କରି ସ୍ପର୍ମ ହ୍ବିଲ୍‌ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସାମୁଦ୍ରିକ ଜୀବ ଏହି ପ୍ଲାଷ୍ଟିକର ଖଣ୍ଡଗୁଡ଼ିକୁ ଖାଇଥାନ୍ତି। ସଚେତନତା ଅଭାବରୁ ଏବେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦୁନିଆର ଗଭୀରତମ ଖାଇରୁ ଆରମ୍ଭ କରି ଏଭରେଷ୍ଟ ପର୍ବତ ପର୍ଯ୍ୟନ୍ତ ବ୍ୟାପିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri