ଆର୍କଟିକରେ କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ, ପୃଥିବୀ ପାଇଁ ବିପଦ ମାଡ଼ି ଆସୁଛି…

ଓ୍ବାଶିଂଟନ/ବର୍ଲିନ, ୬।୪ : ପୃଥିବୀର ସବୁଠାରୁ ଜନଶୂନ୍ୟ ଏବଂ ବରଫ ଅଞ୍ଚଳ ମଧ୍ୟରୁ ଆର୍କଟିକ ଅନ୍ୟତମ। ମାତ୍ର ସେଠାରେ ଏବେ ପୃଥିବୀର ଅନ୍ୟ ଅଞ୍ଚଳ ଭଳି କୁଢ଼ କୁଢ଼ ପ୍ଲାଷ୍ଟିକ ବର୍ଜ୍ୟ ଜମା ହେବାରେ ଲାଗିଛି। ଏଠାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ବୈଜ୍ଞାନିକମାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ସେମାନେ କହିଛନ୍ତି ଯେ ଆର୍କଟିକରେ ଥିବା ପ୍ଲାଷ୍ଟିକ ପ୍ରଦୂଷଣ ଅଧ୍ୟୟନ ବର୍ତ୍ତମାନ ପୃଥିବୀର ଅନ୍ୟାନ୍ୟ ସ୍ଥାନ ପରି ଖରାପ ସ୍ଥିତିରେ ରହିଛି। ଆର୍କଟିକର ଜଳବାୟୁ ଏବଂ ମାନବ ଜୀବନ ପାଇଁ ଅନୁପଯୋଗୀ ତାପମାତ୍ରା ଏହି ଅଞ୍ଚଳର ସମ୍ବଳର ବିକାଶ ଏକ ପ୍ରାକୃତିକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିଆସୁଛି।

ତେବେ ଏଠାକାର ହିମ ପାହାଡ଼ ଜଳବାୟୁ ସଙ୍କଟରେ ସକାରାତ୍ମକ ପ୍ରଭାବ ପକାଇଥାଏ। ମାତ୍ର ଏଠାରେ ବଢୁଥିବା ପ୍ରଦୂଷଣ ଯୋଗୁ ଏବେ ସ୍ଥିତି ଖରାପ ହେବାରେ ଲାଗିଛି। ୬ ଟି ଦେଶ ଆର୍କଟିକ ମହାସାଗର କୂଳରେ ଅବସ୍ଥିତ। ସେଥିମଧ୍ୟରେ ରୁଷିଆ, କାନାଡା, ଆମେରିକା, ଡେନମାର୍କ, ନରୱେ ଏବଂ ଆଇସଲାଣ୍ଡ ଆଦି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ନିଛାଟିଆ ହୋଇଥିବା ଏହି ଅଞ୍ଚଳରେ ଏବେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ହେଉଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ସମୁଦ୍ର ଲହର, ପବନ ଏବଂ ନଦୀ ଦ୍ୱାରା ଆର୍କଟିକ ମହାସାଗରର ଉତ୍ତରରେ ପୋଷାକ, ପ୍ଲାଷ୍ଟିକ ବର୍ଜ୍ୟ, ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ସାମଗ୍ରୀର ଆବର୍ଜନା ଜମା ହେବାରେ ଲାଗିଛି। ବହୁ ପରିମାଣର ମାଇକ୍ରୋପ୍ଲାଷ୍ଟିକ ଏଠାକାର ଜଳ, ସମୁଦ୍ର ତଳେ, ବେଳାଭୂମି, ନଦୀ, ଏପରିକି ବରଫରେ ମଧ୍ୟ ଜମା ହୋଇ ଚାଲିଛି।

ଜର୍ମାନୀର ଆଲଫ୍ରେଡ ୱେଗନର୍‌ ଇନଷ୍ଟିଚ୍ୟୁଟ ଦ୍ୱାରା ହୋଇଥିବା ଏକ ଅନ୍ତର୍ଜାତୀୟ ସମୀକ୍ଷା ଅଧ୍ୟୟନ ଅନୁଯାୟୀ, ପ୍ଲାଷ୍ଟିକ କେବଳ ଇକୋସିଷ୍ଟମ ପାଇଁ କ୍ଷତିକାରକ ନୁହେଁ ବରଂ ଜଳବାୟୁ ପରିବର୍ତ୍ତନକୁ ଆହୁରି ଖରାପ କରିବାର ଆଶଙ୍କା ସୃଷ୍ଟି କରୁଛି। ଅଧ୍ୟୟନର ମୁଖ୍ୟ ଡ. ମେଲାନି ବର୍ଗମାନ କହିଛନ୍ତି ଯେ ଆର୍କଟିକୁ ଏପର୍ଯ୍ୟନ୍ତ ଏକ ଜନମାନବ ଶୂନ୍ୟ ଅଞ୍ଚଳ ଭାବରେ ବିବେଚନା କରାଯାଉଥିଲା। ମାତ୍ର ଧୀରେଧୀରେ ଏଠାରେ ଏବେ ସ୍ଥିତିରେ ପରିବର୍ତ୍ତନ ଆସିବାରେ ଲାଗିଛି। ଲୋକେ ଏଠାକୁ ଯିବା ଆସିବା କରୁଛନ୍ତି।

ନରୱେ, କାନାଡା ଏବଂ ନେଦରଲାଣ୍ଡର ଗବେଷକମାନଙ୍କ ସହ ମିଳିତ ଭାବରେ ଏଠାରେ ସର୍ଭେ କରାଯାଇଥିଲା। ଆର୍କଟିକରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି।

୧୯ ରୁ ୨୩ ନିୟୁତ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପ୍ରତିବର୍ଷ ପୃଥିବୀର ଜଳରେ ପ୍ରବେଶ କରିଥାଏ। ଅର୍ଥାତ୍‌ ପ୍ରତି ମିନିଟରେ ଦୁଇ ଟ୍ରକ ବର୍ଜ୍ୟ ସମୁଦ୍ର ଜଳରେ ପକାଯାଉଛି। ଏହା ସମୁଦ୍ରରେ ଜମା ହୋଇଯାଏ ଏବଂ ଧୀରେ ଧୀରେ ଛୋଟ ଖଣ୍ଡରେ ଭାଙ୍ଗିଯାଏ। ସାମୁଦ୍ରିକ ଖାଦ୍ୟ ମାଧ୍ୟମରେ ଏହା ମଣିଷର ରକ୍ତରେ ମଧ୍ୟ ପ୍ରବେଶ କରୁଛି। ଅଧ୍ୟୟନ ଅନୁଯାୟୀ, ସାମୁଦ୍ରିକ ପ୍ଲାନକଟନ ଠାରୁ ଆରମ୍ଭ କରି ସ୍ପର୍ମ ହ୍ବିଲ୍‌ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ସାମୁଦ୍ରିକ ଜୀବ ଏହି ପ୍ଲାଷ୍ଟିକର ଖଣ୍ଡଗୁଡ଼ିକୁ ଖାଇଥାନ୍ତି। ସଚେତନତା ଅଭାବରୁ ଏବେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦୁନିଆର ଗଭୀରତମ ଖାଇରୁ ଆରମ୍ଭ କରି ଏଭରେଷ୍ଟ ପର୍ବତ ପର୍ଯ୍ୟନ୍ତ ବ୍ୟାପିଛି ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?