ଦିନ ଦ୍ୱିପ୍ରହରେ ମହିଳାଙ୍କଠାରୁ ଝାମ୍ପିନେଲେ ଲକ୍ଷେ ଟଙ୍କା

ଢେଙ୍କାନାଳ ଅଫିସ,୧୬।୨: ଦିନ ଦ୍ୱିପ୍ରହରେ ବଜାର ଉପରୁ ମହିଳାଙ୍କ ଠାରୁ ଝାମ୍ପି ନେଲେ ଲକ୍ଷେ ଟଙ୍କା। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ବାଜିଚୌକ ନିକଟରେ। ଦୁଇ ଜଣ ଦୃର୍ବୃତ୍ତ ବାଇକ୍‌ରେ ଆସି ଆଖି ପିଛୁଳାକେ ମହିଳାଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି। ସୁନନ୍ଦା ରାଉତ ନାମକ ଜଣେ ମହିଳା ଏସ୍‌ବିଆଇ ବଜାର ଶାଖାରୁ ଟଙ୍କା ଉଠାଇ ସ୍କୁଟି ଯୋଗେ କାରିଗର ସାହି ସ୍ଥିତ ଘରକୁ ଫେରୁଥିଲେ। ପଲିଥିନରେ ଲକ୍ଷେ ଟଙ୍କା ସମେତ ୪ଟି ପାସବୁକ ୫ଟି ଏଟିଏମ୍‌ ଓ ପାନକାର୍ଡ ଧରିଥିଲେ। ଏକ କିଲୋମିଟର ଯିବା ପରେ ବାଜିଚୌକ ଠାରେ ଦୁଇ ଜଣ ଦୁବୃର୍ତ୍ତ ଏକ ବାଇକରେ ଆସି ଚଳନ୍ତା ଗାଡିରୁ ପଲିଥିନଟିକୁ ଝାମ୍ପି ନେଇଥିଲେ। ସେମାନଙ୍କୁ ପିଛା କରୁଥିବା ବେଳେ ସ୍କୁଟିରୁ ପଡି ମହିଳା ଜଣକ ଆହତ ହୋଇଛନ୍ତି। ଖବର ପାଇ ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଲୁଟେରା ମାନେ ଅନଗୋଳ ଆଡକୁ ଚାଲି ଯାଇଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଘେରରେ ଦଶପଲ୍ଲା ଡାକ୍ତରଖାନା:ବିଶେଷଜ୍ଞ ଓ ଡାକ୍ତର ଅଭାବ ଯୋଗୁ ଅସନ୍ତୋଷ

ଦଶପଲ୍ଲା,୨୮ା୮(ଡି.ଏନ୍‌.ଏ)-ଜନସାଧାରଣଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆବଶ୍ୟକ ଡାକ୍ତର ନ ଥିବା ବିଷୟ ସରକାରଙ୍କ ଦୃଷ୍ଟି...

ସ୍କୁଟିକୁ ଧକ୍କାଦେଇ ବସ୍‌ ଫେରାର: ୧ମୃତ,ଜଣେ ଗୁରୁତର

ରସୁଲପୁର,୨୩।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବସ୍‌ ସ୍କୁଟିକୁ ଧକ୍କାଦେବାରୁ ଏଥିରେ ଜଣଙ୍କର ମୃତ୍ୟୁ...

ପଜିଟିଭ୍‌ ବାହାରିଲେ ସଙ୍ଗରୋଧ ଫେରନ୍ତା: ସ୍ବାବ୍‌ ରିପୋର୍ଟ ନ ଆସୁଣୁ ଘରକୁ ପଳାଇଥିଲେ

ଢେଙ୍କାନାଳ ଅଫିସ, ୨।୬-ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ସଙ୍ଗରୋଧରେ ଥିବା ଜଣେ ପ୍ରବାସୀ ଘରକୁ ପଳାଇଯିବା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବାକୁ...

ଖଡ଼ିଆଳ ବିଧାନସଭା: ଆଗେଇଲା ବିଜେଡି

ନୂଆପଡ଼ା ଅଫିସ,୨୩।୫: ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଆଗୁଆ ଅଛନ୍ତି। ଚତୁର୍ତ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଲମ୍ବୋଦର ୬୮୨୯ ଭୋଟ...

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ...

ସରକାରୀ ନିୟମକେ ବେଖାତିର: ଖରାରେ ସଁଥ୍‌ଲି ହେଉଛନ୍‌ ରୁଗୀ

ଜାମଟିକ୍ରା, ୨୫।୫ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ଲୁକ୍‌କର ଚିକିସତ୍ା ସୁବିଧା ଲାଗି ଜିଲାସ୍ତରରେ ଜିଲା ମୁଖିଆ ଡାକ୍‌ତରଖାନା, ସବଡିଭିଜନସ୍ତରରେ ଉପଖଣ୍ଡ ଚିକିସତ୍ାଳୟ, ବ୍ଲକମାନକେ...

ଓଡ଼ିଶା ସମେତ ୬ ହାଇକୋର୍ଟର ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ ଅଫିସ,୨୭।୫: ୬ ହାଇକୋର୍ଟର ବିଚାରପତିଙ୍କ ବଦଳି କରାଯାଇଛି। ସୁପ୍ରିମକୋର୍ଟଙ୍କ କଲେଜିୟମଙ୍କ ନିଷ୍ପତି କ୍ରମେ ଶୁକ୍ରବାର ଏହି ଅଦଳବଦଳ ହୋଇଛି। ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ...

ସମସ୍ୟା ଘେରରେ ଲୁହାମୁଣ୍ଡା ସୋସାଇଟି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ସମସ୍ୟା ଲାଗିରହିଛି। ଆବଶ୍ୟକ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ଚାଷୀମାନେ ହଇରାଣ ହେଉଛନ୍ତି।...

Advertisement
Archives

Model This Week