Posted inଜାତୀୟ

୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ

କୋଲକାତା,୨୨।୧୦: ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ ଆଧାରରେ ଗୁରୁବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍‌ ମିତ୍ର ଏଭଳି ଅଭିଯୋଗ ଆଣିଛନ୍ତି।
ଅର୍ଥମନ୍ତ୍ରୀ ଡକ୍ଟର ଅମିତ ମିତ୍ର ଟୁଇଟରରେ କହିଛନ୍ତି, ୨୦୧୪-୧୮ରେ ୨୩,୦୦୦ ଧନୀ ଉଦ୍ୟୋଗୀ ଭାରତ ଛାଡ଼ିଛନ୍ତି(ମୋର୍ଗାନ ଷ୍ଟାନ୍‌ଲେ ଷ୍ଟଡି), ଯାହାକି ବିଶ୍ୱରେ ସର୍ବାଧିକ। ସେହିପରି ୨୦୧୯ରେ ୭,୦୦୦ ଉଦ୍ୟୋଗୀ ଦେଶ ଛାଡ଼ିଥିବା ବିଷୟ ଆଫ୍ରାସିଆ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜିଡବ୍ଲ୍ୟୁଏମ୍‌ ରିଭ୍ୟୁ ଅନୁସାରେ ୨୦୨୦ରେ ୫,୦୦୦ ଏଣ୍ଟରପ୍ରିନ୍ୟୁର ଦେଶ ବାହାରକୁ ଯାଇଛନ୍ତି। ୨୦୧୪-୨୦ରେ ମୋଟ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ଏହି ଗଣପଳାୟନ ବିଶ୍ୱରେ ସର୍ବାଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଏତେ ସଂଖ୍ୟକ ଉଦ୍ୟୋଗୀଙ୍କ ଗଣପଳାୟନକୁ ନେଇ ପାର୍ଲାମେଣ୍ଟରେ ଶ୍ୱେତପତ୍ର ଜାରି କରନ୍ତୁ। ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ୧୯ ମିନିଟର ଭର୍ତ୍ସନାକୁ ମନେପକାନ୍ତୁ। ଭାରତୀୟ ଶିଳ୍ପଗୁଡ଼ିକ ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ଗୋୟଲ କହିବା ସହ ସେଗୁଡ଼ିକୁ ଦେଶବିରୋଧୀ ଅଭିହିତ କରିଥିଲେ। ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏଣ୍ଟରପ୍ରିନ୍ୟୁରମାନେ ବିଦେଶକୁ ଚାଲିଯାଉଛନ୍ତି କି? ମୋଦି ଗୋୟଲଙ୍କୁ ଏନେଇ କାହିଁକି ତାଗିଦ କଲେନାହିଁ ବୋଲି ମିତ୍ର ଟୁଇଟ୍‌ କରିଛନ୍ତି। ୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ ଆଧାରରେ ଗୁରୁବାର ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ୍‌ ମିତ୍ର ଏଭଳି ଅଭିଯୋଗ ଆଣିଛନ୍ତି।
ଅର୍ଥମନ୍ତ୍ରୀ ଡକ୍ଟର ଅମିତ ମିତ୍ର ଟୁଇଟରରେ କହିଛନ୍ତି, ୨୦୧୪-୧୮ରେ ୨୩,୦୦୦ ଧନୀ ଉଦ୍ୟୋଗୀ ଭାରତ ଛାଡ଼ିଛନ୍ତି(ମୋର୍ଗାନ ଷ୍ଟାନ୍‌ଲେ ଷ୍ଟଡି), ଯାହାକି ବିଶ୍ୱରେ ସର୍ବାଧିକ। ସେହିପରି ୨୦୧୯ରେ ୭,୦୦୦ ଉଦ୍ୟୋଗୀ ଦେଶ ଛାଡ଼ିଥିବା ବିଷୟ ଆଫ୍ରାସିଆ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଜିଡବ୍ଲ୍ୟୁଏମ୍‌ ରିଭ୍ୟୁ ଅନୁସାରେ ୨୦୨୦ରେ ୫,୦୦୦ ଏଣ୍ଟରପ୍ରିନ୍ୟୁର ଦେଶ ବାହାରକୁ ଯାଇଛନ୍ତି। ୨୦୧୪-୨୦ରେ ମୋଟ ୩୫ ହଜାର ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ଏହି ଗଣପଳାୟନ ବିଶ୍ୱରେ ସର୍ବାଧିକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅମଳରେ ଏତେ ସଂଖ୍ୟକ ଉଦ୍ୟୋଗୀଙ୍କ ଗଣପଳାୟନକୁ ନେଇ ପାର୍ଲାମେଣ୍ଟରେ ଶ୍ୱେତପତ୍ର ଜାରି କରନ୍ତୁ। ଭାରତୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ବିରୋଧରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ୧୯ ମିନିଟର ଭର୍ତ୍ସନାକୁ ମନେପକାନ୍ତୁ। ଭାରତୀୟ ଶିଳ୍ପଗୁଡ଼ିକ ଜାତୀୟ ସ୍ବାର୍ଥର ପରିପନ୍ଥୀ ବୋଲି ଗୋୟଲ କହିବା ସହ ସେଗୁଡ଼ିକୁ ଦେଶବିରୋଧୀ ଅଭିହିତ କରିଥିଲେ। ଭାରତରେ ଭୟର ବାତାବରଣ ସୃଷ୍ଟି ହୋଇଥିବାରୁ ଏଣ୍ଟରପ୍ରିନ୍ୟୁରମାନେ ବିଦେଶକୁ ଚାଲିଯାଉଛନ୍ତି କି? ମୋଦି ଗୋୟଲଙ୍କୁ ଏନେଇ କାହିଁକି ତାଗିଦ କଲେନାହିଁ ବୋଲି ମିତ୍ର ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri