ବିଜ୍ଞାନରେ ବସୁଧୈବ କୁଟୁମ୍ବକମ

ଡ. ନରେନ୍ଦ୍ର ସେଠୀ

ଜର୍ମାନୀର ମ୍ୟୁନିଚ ସହରରେ ଅବସ୍ଥିତ ମ୍ୟାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ ମହାନ୍‌ ପଦାର୍ଥ ବିଜ୍ଞାନୀ ହାନ୍ସ-ପିଟର ଡୁରେର୍‌ ତାଙ୍କ ପଚାଶ ବର୍ଷର ଗବେଷଣାକୁ ଏକାଠି କରି ଯୋଉ ନିଷ୍କର୍ଷରେ ପହଞ୍ଚତ୍ଲେ ତାହା ହେଲା ପଦାର୍ଥ ଓ ଶକ୍ତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ I ଅର୍ଥାତ୍‌ ମଣିଷ ନିଜେ ଓ ସଂସାରର ଅନ୍ୟ ଯୋଉ ସବୁ ବିଦ୍ୟମାନ ଜିନିଷ ଦେଖୁଛି ତାହା ପଦାର୍ଥରୁ ତିଆରି ହୋଇନାହିଁ, ଏସବୁ ଶୂନ୍ୟରୁ ତିଆରି ହୋଇଛି I ପଦାର୍ଥକୁ ଶକ୍ତିରେ ଓ ଶୂନ୍ୟରେ ଥିବା ଅଦୃଶ୍ୟ ଶକ୍ତିକୁ ପଦାର୍ଥରେ ପରିଣତ କରିହେବ, ଏହା ଆଇନ ଷ୍ଟାଇନ ମଧ୍ୟ ପ୍ରମାଣିତ କରିଛନ୍ତି I ଜଣେ ମହାନ୍‌ ବୈଜ୍ଞାନିକ ଭାବରେ ସୂକ୍ଷ୍ମ ସ୍ତରରେ ପଦାର୍ଥକୁ ବିଶ୍ଲେଷଣ କରିବାକୁ ଚେଷ୍ଟା କରି ହାନ୍ସ-ପିଟର ହୃଦୟଙ୍ଗମ କରିଥିଲେ ଯେ ଅଦୃଶ୍ୟ ଶକ୍ତିଠାରୁ ଭିନ୍ନ କିଛି ନାହିଁ I ସେହି ବିଶାଳ ସର୍ବଶକ୍ତିମାନ ଶକ୍ତି ହେଉଛି ବିଶ୍ୱ ଚେତନା (କିମ୍ବା ଭଗବାନ) ଏବଂ ଆମେ ମଣିଷମାନେ ସେହି ଚେତନାର ଏକ ଛୋଟ ଅଂଶ, ଯାହାକୁ ବ୍ୟକ୍ତିଗତ ଚେତନା କୁହାଯାଇପାରେ I ଯେହେତୁ ଉଭୟ ବିଜ୍ଞାନ ଓ ଅଧ୍ୟାତ୍ମ ଅନୁସାରେ ବସ୍ତୁର ବିନାଶ ନାହିଁ ଓ ସବୁ ବସ୍ତୁ ଶକ୍ତିରୁ ସୃଷ୍ଟି, ତେଣୁ ଆମକୁ ଏପରି ଏକ ପରମେଶ୍ୱରଙ୍କ ସନ୍ଧାନ କରିବାକୁ ହେବ; ଯିଏ ସମସ୍ତଙ୍କୁ ସହଜରେ ଉପଲବ୍ଧ ହେଇପାରୁଥିବେ I
ଏସବୁ କରିବା ପାଇଁ ଜଣେ ବିଶେଷ ଜ୍ଞାନୀ ହେବା ଆବଶ୍ୟକ ଦରକାର ନାହିଁ ବରଂ କେବଳ ଏତିକି ବୁଝିବା ଦରକାର ଯେ ଈଶ୍ୱର ଆମ ସମସ୍ତଙ୍କ ଭିତରେ ବିଦ୍ୟମାନ I ଅତୀତରେ ଯାହା ଘଟିତ ହୋଇ ଯାଇଛି ତାହା ଏକ ସ୍ବପ୍ନ ଥିଲା ଓ ପୃଥିବୀର କୌଣସି ଶକ୍ତି ତାକୁ ଠିକ୍‌ କରିପାରିବ ନାହିଁ I ଆସନ୍ତାକାଲି ମରୁଭୂମିର ଏକ ମରୀଚିକା ସଦୃଶ ଯାହା କେହି ବି ପୂର୍ବାନୁମାନ କରିପାରିବେ ନାହିଁ I ତେଣୁ ମଣିଷ ଆସନ୍ତାକାଲି ଓ ଗତକାଲି ବିଷୟରେ ବ୍ୟର୍ଥ ଚିନ୍ତା କରିବା ଅପେକ୍ଷା ବର୍ତ୍ତମାନରେ ଜିଇବା ଆବଶ୍ୟକ I
ଉପନିଷଦରେ କୁହାଯାଇଛି ସୁଖ ସେତିକିବେଳେ ପ୍ରାପ୍ତ ହୁଏ ଯେତେବେଳେ ଆମେ ଆଉ କାହାକୁ ସୁଖ ଦେବା ପାଇଁ ସାହାଯ୍ୟ କରୁ I ଭଗବାନଙ୍କୁ ହୃଦୟଙ୍ଗମ କରିବା ପାଇଁ ମଣିଷକୁ ଏତେ ବ୍ୟଗ୍ର ହେବାର ଆବଶ୍ୟକତା ନାହିଁ I ନିୟମିତ ଭାବରେ ପ୍ରାଣାୟାମ ମାଧ୍ୟମରେ ଆମର ଡାହାଣ ମସ୍ତିଷ୍କ ଉପରେ ଧ୍ୟାନ କେନ୍ଦ୍ରିତ କରି ଆମେ ତାହା କରିପାରିବା; ଯାହା ଆମର ମୁନି ଋଷିମାନେ କରୁଥିଲେ I ସନ୍‌ ଡିଏଗୋ ବିଶ୍ୱବିଦ୍ୟାଳୟର ସ୍ନାୟୁ ତତ୍ତ୍ୱବିତ ଡେଭିଡ ସ୍କାନଫ ଖାଲସା ନାକରୁ ନିଃଶ୍ୱାସର (କ୍ରିୟା ଯୋଗ) ନିୟନ୍ତ୍ରିତ ଅଭ୍ୟାସକୁ ଉଦାସୀନତା ଏବଂ ଅନ୍ୟାନ୍ୟ ମତିଷ୍କଜନିତ ରୋଗର ଚିକିତ୍ସା ପାଇଁ କାର୍ଯ୍ୟ କରି ଏକ ଚମତ୍କାର ଓ ଆଶ୍ଚର୍ଯ୍ୟଜନକ ତଥ୍ୟ ଆବିଷ୍କାର କଲେ I ତାହା ହେଲା ମଣିଷର ମନ ହେଉଛି ସୂକ୍ଷ୍ମ ସ୍ତରରେ ଅନେକ ଆଣବିକ ଶକ୍ତିର ଏକ ସମାହାର I ଆମେ ସ୍କୁଲ କଲେଜରେ ପଢ଼ିଥିବା ପୁସ୍ତକ ପଠିତ ଜ୍ଞାନରେ ଏହା ବୁଝିପାରୁନା ଯେ ଜୀବନ୍ତ କ’ଣ ମୃତ କ’ଣ I ବିଜ୍ଞାନ ପୁସ୍ତକ କେବଳ ଏତିକି କହିପାରେ ଯେ ଜୀବନ୍ତ ଅବସ୍ଥା ଅନେକ ଜୀବନ ନ ଥିବା ଜଟିଳ ପ୍ରକ୍ରିୟାର ଏକ ସମାହାର କିନ୍ତୁ ପ୍ରକୃତରେ ସତ କଥାଟା ହେଲା ଏହାର ଓଲଟା I ଅସଲ କଥା ହେଲା ଏ ବିଶ୍ୱରେ ସବୁ ପଦାର୍ଥ ଜୀବନ୍ତ I କିନ୍ତୁ ସବୁ ପଦାର୍ଥ ଯଦି ଶକ୍ତିରୁ ଉତ୍ପନ୍ନ ଏବଂ ପଦାର୍ଥ ଓ ଶକ୍ତି ପରସ୍ପରକୁ ଜନ୍ମ ଦିଅନ୍ତି ତାହାଲେ ଏକଥା ମଧ୍ୟ ସତ୍ୟ ଯେ କୌଣସି ମୃତ ବା ଜଡ଼ ପଦାର୍ଥରୁ ଜୀବନ ତିଆରି ହୋଇ ନ ଥିବ ବା ହୋଇପାରିବ ନାହିଁ I ତାହାଲେ ସେହି ଜୀବନ ତିଆରି କରିଥିବା ଶକ୍ତି କ’ଣ ଜୀବନ୍ତ? ତାହାଲେ ଦୁଇ ଶହ କୋଟି ବର୍ଷ ତଳେ କୌଣସି ଜଡ଼ ପଦାର୍ଥରୁ ଜୀବନ ତିଆରି ହେଲା କେମିତି ? ଆଧୁନିକ ବିଜ୍ଞାନ ଅନୁସାରେ ଆମେ ଯାହା ସବୁ ବାସ୍ତବିକତା ଦେଖୁଛେ ଓ ଅନୁଭବ କରୁଛେ ପ୍ରକୃତରେ ଏସବୁ ସତ ନୁହେଁ ବରଂ ଗୋଟେ ସମ୍ଭାବିତ ବାସ୍ତବତାର ସମ୍ଭାବନା ମାତ୍ର I ଆଧୁନିକ ଶୃଙ୍ଖଳ ତତ୍ତ୍ୱ ଅନୁସାରେ ଏ ସଂସାରର ସବୁ ଜିନିଷ ପରସ୍ପର ସହ ଜଡ଼ିତ ବା ଏକ ସମ୍ପର୍କ ସୂତ୍ରରେ ବନ୍ଧା I ଅର୍ଥାତ୍‌ ଆମ ପ୍ରତ୍ୟେକ ମଣିଷ ଆମ ଅଜାଣତରେ ଅନ୍ୟମାନଙ୍କ ସହ ସମ୍ପର୍କରେ ଅଛୁ ଓ ଏହା ଏକ ବିଜ୍ଞାନ ପ୍ରମାଣିତ ସତ୍ୟ I
ଅନ୍ୟ ଅର୍ଥରେ ଆମେ ସମସ୍ତେ ଏ ସଂସାରରେ ପରସ୍ପରର ସହକର୍ମୀ ସଦୃଶ ଓ ଆମ ଭିତରେ ଏକ ଅଦୃଶ୍ୟ ସମ୍ପର୍କର ଭାଇଚାରା ବିଦ୍ୟମାନ I ତେଣୁ ଏହା ପରୋକ୍ଷ ଭାବରେ ଭାରତୀୟ ପରମ୍ପରା ବସୁଧୈବ କୁଟୁମ୍ବକମ ବା ଏ ସମଗ୍ର ବିଶ୍ୱ ଏକ ପରିବାର ସଦୃଶ ବୋଲି ଆଧୁନିକ ବିଜ୍ଞାନ ମତ ଦେଇଛି I
ମହାନ୍‌ ବୈଜ୍ଞାନିକ ଡାରଉଇନ୍‌ ତାଙ୍କ ଉଦ୍‌ବର୍ତ୍ତନ ତଥ୍ୟରେ ସେହି ଏକା କଥା କହିଥିଲେ ଯେ, ଆମେ ସବୁ ପ୍ରାଣୀ ଗୋଟିଏ ପରେ ଗୋଟିଏ ପରସ୍ପର ମଧ୍ୟରୁ ସମୟ କ୍ରମେ ଆସିଛନ୍ତି I ଅର୍ଥାତ୍‌ ଆମେ ସବୁ ଜୀବ, କୀଟ, ପତଙ୍ଗ ଗୋଟିଏ ପରିବାର I ତେଣୁ ସମସ୍ତେ ମିଳିମିଶି ରହିବା ପ୍ରକୃତି ଓ ବିଜ୍ଞାନର ନିୟମ ଏବଂ ଆବଶ୍ୟକ I ତେବେ ମୂଳ କଥା ହେଲା, ଯଦି ଶକ୍ତିରୁ ପଦାର୍ଥ ଓ ପଦାର୍ଥର ବିଲୟରେ ଶକ୍ତିର ସୃଷ୍ଟି ତାହାଲେ ଜୀବର ମୃତ୍ୟୁହୁଏ ନାହିଁ ବା ଏ ସଂସାରରେ ସମସ୍ତେ ଅଜର ଅମର I ଏହାକୁ ଗୀତାରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ କହିଥିଲେ, ନା ପ୍ରାଣୀ ମରେ ନା ତା’ର ବିନାଶ ହୁଏ I ଖାଲି ଅବସ୍ଥାର ପରିବର୍ତ୍ତନ ହୋଇଥାଏ I ଅର୍ଥାତ୍‌ ବିଜ୍ଞାନ ଅନୁସାରେ ମୃତ୍ୟୁ ବୋଲି କିଛି ନାହିଁ ଓ ଏହା ଏକ ଅବସ୍ଥାର ପରିବର୍ତ୍ତନ ମାତ୍ର I ଅଢ଼େଇ କୋଟି ବର୍ଷ ପୂର୍ବେ ଜୀବନ ଜଡ଼ ପଦାର୍ଥରୁ ସୃଷ୍ଟି ହେଲା ଓ ଜୀବ ପରେ ପୁଣି ସେଇ ଜଡ଼ ପଦାର୍ଥରେ ଦିନେ ମିଶିଯିବ I ମଣିଷ ଯଦି ତା’ର ମାନକ ପରିବାର ବୃକ୍ଷ ବା ଫାମିଲି ଟ୍ରିକୁ ପଛକୁ ପଛ ଲେଖି ଚାଲିବ ତାହାଲେ କିଛି କୋଟି ବର୍ଷ ପୂର୍ବକୁ ଗଲେ ନିଜ ସମ୍ପର୍କୀୟ ଭାଇ ଭାବେ ବିଶାଳକାୟ ଡାଇନୋସରକୁ ପାଇବ I ଏହା ଦ୍ୱାରା ବିଜ୍ଞାନ ପ୍ରମାଣିତ କରୁଛି ଯେ ଆମେ ଗୋଟିଏ ପରିବାର ଓ ଆମ ଭିତରେ ଗୋଟିଏ ଫରକ ହେଲା ସମୟ I ଏ ସମୟ ଆମ ପାଇଁ ଲମ୍ବା ହୋଇପାରେ କିନ୍ତୁ ସଂସାର ବା ବିଶ୍ୱ ପାଇଁ ଏହା ଏକ ଛୋଟିଆ କାଳଖଣ୍ଡ ମାତ୍ର। ବିଜ୍ଞାନ ଓ ଅଧ୍ୟାତ୍ମର ଏହି ବିଶ୍ଳେଷଣରୁ ଏତିକି ସଂକ୍ଷେପରେ କୁହାଯାଇପାରେ ଯେ ଆମେ ସମସ୍ତେ ସର୍ବଦା ଜୀବିତ ଥିଲେ ଓ ରହିଥିବା ଏବଂ ଏ ସଂସାରର ସବୁ ପ୍ରାଣୀ କୀଟ ପତଙ୍ଗ ଏପରି କି ଜଡ଼ବସ୍ତୁ ପରସ୍ପର ସମ୍ପର୍କୀୟ ଓ ଏକ ପରିବାର I
ଯାଦୁଗୁଡା, ପୂର୍ବ ସିଂଭୁମି, ଝାଡ଼ଖଣ୍ଡ, ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri