ଚିଠିର ଉତ୍ତର, ଡ୍ରେନ୍‌ ବ୍ଲୁ ପ୍ରିଣ୍ଟ ଦେଉନି ଏନ୍‌ଏଚ୍‌ଏଆଇ

ଅନୁଗୋଳ ଅଫିସ, ୨୯।୭ ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ସହଯୋଗ କରୁନାହିଁ। ବାରମ୍ବାର କାର୍ଯ୍ୟ ସମୀକ୍ଷା ସହ ଡ୍ରେନ୍‌ ନିର୍ମାଣ ପାଇଁ ବ୍ଲୁ ପ୍ରିଣ୍ଟ ମଗାଯାଉଥିଲେ ମଧ୍ୟ ଏନଏଚ୍‌ଏଆଇ ତାହା ପ୍ରଦାନ କରୁ ନାହିଁ। ଏପରି କି ଚିଠିର ଉତ୍ତର ମଧ୍ୟ ଦେଉନାହିଁ। ଫଳରେ ମରାମତି କାର୍ଯ୍ୟ ଆଗେଇପାରୁ ନ ଥିବା ଜିଲାପାଳ ପ୍ରକାଶ କରିଛନ୍ତି।
ପ୍ରଶାସନ ପକ୍ଷରୁ କୁହାଯାଇଛି, ରାଜପଥର ବଅଁରପାଳରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲା। ଆଣ୍ଠୁଏ ଲେଖାଏ ଖାଲରେ ପାଣି କାଦୁଅ ଭରି ରହିଥିଲା। ଏ ନେଇ ବିଭିନ୍ନ ସଙ୍ଗଠନ ଓ ଜିଲାବାସୀଙ୍କ ପକ୍ଷରୁ ଆନ୍ଦୋଳନ, ଧାରଣା ଦିଆଯିବା ପରେ ଜିଲା ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନେଇ ବହୁବାର ବୈଠକ କରାଯାଇଥିଲା। ବିଶେଷକରି ଡ୍ରେନ୍‌ ନିର୍ମାଣ ଓ ପାଣି ନିଷ୍କାସନ ବ୍ୟବସ୍ଥା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଢେଙ୍କାନାଳ ପିଡିଙ୍କୁ ବାରମ୍ବାର କୁହାଯାଇଥିଲା। କିନ୍ତୁ ସମ୍ପୃକ୍ତ ଅଧିକାରୀ ନ ଶୁଣିବାରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଗତ ୨୩ ତାରିଖରେ ଏନ୍‌ଏଚ୍‌ଏଆଇ ପିଡି ଢେଙ୍କାନାଳଙ୍କୁ ଚିଠି ନଂ- ଏନ୍‌ବିସିସି/ଜୋନାଲ ପିଏମ୍‌ଜିଏସ୍‌ୱାଇ/ ଅନୁଗୋଳ/୨୦୨୨-୨୩/୧୯୫ରେ ଚିଠି ଲେଖିଥିଲେ। ଏଥିରେ ସ୍ପଷ୍ଟ ଭାବେ ଲେଖାଯାଇଥିଲା ଯେ, ଜିଲା ପ୍ରଶାସନର ଡିଏମ୍‌ଏଫ୍‌ ପାଣ୍ଠିରୁ କରାଯାଉଥିବା ଜାତୀୟ ରାଜପଥର ୬ଟି ପ୍ୟାଚ କାର୍ଯ୍ୟ ଚାଲିଛି। ୬ଟି ପ୍ୟାଚ୍‌ର ନୂତନ ରାସ୍ତା କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ଡ୍ରେନ୍‌ ଓ କ୍ରସ୍‌ ଡ୍ରେନେଜ୍‌ ପ୍ରକ୍ରିୟା ପାଇଁ ବାରମ୍ବାର ବ୍ଲୁ ପ୍ରିଣ୍ଟ ମଗାଯାଇଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ ତାହାକୁ ପ୍ରଦାନ କଲା ନାହିଁ। ଫଳରେ ୩ଟି ପ୍ୟାଚ ବର୍ଷାରେ ଧୋଇଗଲା। ପୁଣି ଏନ୍‌ଏଚ୍‌ଏଆଇକୁ ଡ୍ରେନ୍‌ ଥିବା ସ୍ଥାନର ବ୍ଳୁ ପ୍ରିଣ୍ଟ ମାଗିଥିଲେ ମଧ୍ୟ ଏହାକୁ ପ୍ରଦାନ କରାଯାଉ ନାହିଁ। ତେଣୁ ଏନ୍‌ଏଚ୍‌ଏଆଇର ଅସହଯୋଗ ଯୋଗୁ ବାଧ୍ୟ ହୋଇ ଜିଲା ପ୍ରଶାସନ ମରାମତି କାର୍ଯ୍ୟରୁ ଓହରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କୁ ଆକ୍ରମଣ ଘଟଣା: ୩୦୭ ଦଫା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରବିନ୍ଦର

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ପଞ୍ଜାବୀ ଯୁବକ ପରବିନ୍ଦର ସିଂ ପାଲ୍‌ଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସମାଲୋଚନାର ଶିକାର ହୋଇଛି କମିଶନରେଟ ପୋଲିସ। କୋହଳ ଦଫା...

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ...

ରିଲିଫ ପାଣ୍ଠିକୁ ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ଦେଲା ୫ ଲକ୍ଷ

ପୁରୀ ଅଫିସ,୯ା୪: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯାଇପାରିବ ସେଥିପାଇଁ ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଚାଲିଛି। ବୁଧବାର ଲକ୍‌ଡାଉନକୁ ୧୫ଦିନ ବିତିଯାଇଛି।...

ଅଭିଯୁକ୍ତଙ୍କ ଘରୁ ପୁଣି ମିଳିଲା ମାରଣାସ୍ତ୍ର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ। ଶନିବାରଠାରୁ ଗ୍ୟାଙ୍ଗର ୫...

ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭:  ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର...

ପୁରୁଣା ପିଚୁ ଉପରେ ନୂଆ ଢଳେଇ

ବଇଣ୍ଡା, ୧୭।୪(ଡି.ଏନ୍‌.ଏ.): ଚୁକ୍ତି ଅବଧି ସରିଲାଣି। ହେଲେ କାମ ସରୁନି। ଯେତିକି କାମ ହୋଇଛି, ତାହା ବି ଅତି ନିମ୍ନମାନର। ପୁରୁଣା ପିଚୁ ରାସ୍ତାକୁ ନ ଭାଙ୍ଗି...

ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ସିନିକଟ୍‌

ବିଜେପୁର, ୬।୮ (ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ବ୍ଲକ ଟି.ଗଣ୍ଡପାଲି ପଁଚେତ୍‌ ସଦର ଗଁାର ସନିକଟ୍‌ ସାହୁ(୪୮)। ଦିନ୍‌ଥିଲା ସେ ବାହାଜଁାଗଲ୍‌ ମାଜି ମା’ବାପ୍‌, ସିଆନି...

ଓଡ଼ିଶା ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହୋଇପାରିବ

ଭୁବନେଶ୍ୱର, ୨୭ା୮(ବ୍ୟୁରୋ): ଜୈବ ବିବିଧତା ପାଇଁ ଓଡ଼ିଶା ଦେଶରେ ପରିବେଶ ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେବାର କ୍ଷମତା ରଖିଛି। ବନ୍ୟଜନ୍ତୁ ସଂରକ୍ଷଣ ସମେତ ଜୈବ ବିବିଧତାକୁ ସଶକ୍ତ...

Advertisement
Archives

Model This Week