Posted inଫୁରସତ

ଜେଲ୍‌ରେ ଭାଇ ହତ୍ୟାକାରୀଙ୍କ ପ୍ରେମରେ ପଡ଼ିଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜେଲ୍‌ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବତୀ ତାଙ୍କ ସାବତ ଭାଇଙ୍କୁ ହତ୍ୟା କରିଥିବା ଅପରାଧୀଙ୍କୁ ଜେଲ୍‌ରେ ପ୍ରେମ କରିବସିଲେ। ଦୁଇଜଣଙ୍କ ପ୍ରେମ କାହାଣୀ ଚିଠିରୁ ଆରମ୍ଭ ହୋଇଥିଲା। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଆମେରିକାର କୁୟାହୋଗା କାଉଣ୍ଟିରେ ଏହି ଘଟଣା ଦେଖିବାକୁ ମିଳିଛି। ୧୯୮୯ ମସିହାରେ ଜନ୍‌ ଟିଡଜେନଙ୍କୁ ବ୍ରାୟନ ମ୍ୟାକ୍‌ଗରି ହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା। ଅଦାଲତ ଜନ୍‌ଙ୍କୁ ୩୨ ବର୍ଷର ସଜା ଶୁଣାଇଥିଲେ। ଯାହା ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା। ବ୍ରାୟନଙ୍କ ଭଉଣୀ କ୍ରିଷ୍ଟାଲ ଜାଣି ନ ଥିଲେ ହତ୍ୟା ପଛର କାରଣ କ’ଣ। ସେ ସତ ଜାଣିବା ପାଇଁ ଜେଲ୍‌ରେ ଥିବା ସାବତ ଭାଇଙ୍କ ହତ୍ୟାକାରୀ ଜନ୍‌ଙ୍କୁ ଚିଠି ଲେଖିଲେ। କ୍ରିଷ୍ଟାଲଙ୍କ ଏହି ଚିଠିକୁ ତାଙ୍କ ଓକିଲ ଜନ୍‌ଙ୍କ ନିକଟରେ ପହଞ୍ଚାଉଥିଲେ। ଧୀରେ ଧୀରେ ସେ ଜନ୍‌ଙ୍କ ପ୍ରେମରେ ପଡ଼ିଗଲେ। ଶେଷରେ ଜନ୍‌ ବ୍ରାୟନଙ୍କ ହତ୍ୟାକାରୀ ବୋଲି ସ୍ବୀକାର କରିଥିଲେ। ୩୨ ବର୍ଷ ଜେଲ୍‌ରେ ରହି ଜନ୍‌ ବାହାରିବା ପରେ କ୍ରିଷ୍ଟାଲ ତାଙ୍କୁ ବିବାହ କରିଥିଲେ। ସେତେବେଳକୁ ଜନ୍‌ଙ୍କ ବୟସ ୫୭ ହୋଇସାରିଥିଲା। କ୍ରିଷ୍ଟାଲ କହୁଥିଲେ ମୁଁ ଯାହାକୁ ଭଲ ପାଉଛି ତାଙ୍କୁ ହିଁ ବିବାହ କରିବି। ତାଙ୍କ ବିନା ବଞ୍ଚିପାରିବି ନାହିଁ।

କ୍ରିଷ୍ଟାଲଙ୍କ ସାବତ ଭାଇ ବ୍ରାୟନ ମ୍ୟାକଗରିଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ଏହି ହତ୍ୟା ଅଭିଯୋଗ ଜନ୍‌ଙ୍କ ଉପରେ ଆସିଥିଲା। ପୋଲିସ ଜନ୍‌ଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri