Posted inଜାତୀୟ

ଚତୁର୍ଥ ଶ୍ରେଣୀ ପଦବୀ ଲିଖିତ ପରୀକ୍ଷାରେ କପି ରୋକିବା ପାଇଁ ୨୫ ଜିଲାରେ ୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ, ୧୪୪ ଧାରା ଜାରି…

ଗୁଆହାଟୀ, ୨୧।୮ : ଆସାମ ସରକାରଙ୍କ ବିଭିନ୍ନ ବିଭାଗରେ ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ଲିଖିତ ପରୀକ୍ଷା ସମୟରେ ସମ୍ଭାବ୍ୟ କପିକୁ ରୋକିବା ପାଇଁ ରାଜ୍ୟର ୨୫ ଟି ଜିଲାରେ ରବିବାର ମୋବାଇଲ ଇଣ୍ଟରନେଟ ସେବା ଚାରି ଘଣ୍ଟା ପାଇଁ ବନ୍ଦ ରଖିଥିଲେ। ଯେଉଁ ଜିଲାଗୁଡ଼ିକରେ ପରୀକ୍ଷା ଚାଲିଛି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା।

ଅଗଷ୍ଟ ୨୧ ଏବଂ ୨୮ଏବଂ ସେପ୍ଟେମ୍ବର ୧୧ ରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାରେ ୧୪.୩୦ ଲକ୍ଷରୁ ଅଧିକ ପ୍ରାର୍ଥୀ ପରିକ୍ଷାଦେବେ ବୋଲି ଆଶା କରାଯାଉଛି। ଚତୁର୍ଥ ଶ୍ରେଣୀ ପରୀକ୍ଷା ରବିବାର ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟ ଦୁଇଟି ତାରିଖରେ ତୃତୀୟ ଶ୍ରେଣୀ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ଆସାମ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେଉଛି ।

ବେସରକାରୀ ଟେଲିକମ ସେବା ପ୍ରଦାନକାରୀ ଏୟାରଟେଲ ଏବଂ ରିଲାଏନ୍ସ ଜିଓର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଆସାମ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୫ ଟି ଜିଲାରେ ଇଣ୍ଟରନେଟ ସେବା ଚାରି ଘଣ୍ଟା ପାଇଁ ବନ୍ଦ ରହିଥିଲା। ଏୟାରଟେଲ ଗ୍ରାହକଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ଦେଇଛି, ପ୍ରିୟ ଗ୍ରାହକ, ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଆପଣଙ୍କ ଅଞ୍ଚଳରେ ସକାଳ ୧୦ ଟାରୁ ୧୨ଟା ଏବଂ ଅପରାହ୍ନ ୨ଟାରୁ ୪ ଟା ମଧ୍ୟରେ ମୋବାଇଲ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବରେ ବନ୍ଦ ରଖାଯାଇଛି।

ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କହିଥିଲେ ଯେ ନିଯୁକ୍ତି ପ୍ରକ୍ରିୟା ସମୟରେ ସମ୍ଭାବ୍ୟ କପିକୁ ଏଡ଼ାଇବା ପାଇଁ ପରୀକ୍ଷା ସମୟରେ ଇଣ୍ଟରନେଟ ସେବା ବନ୍ଦ ରଖାଯିବ। ଏନେଇ ଆସାମ ପୋଲିସ ଏକ ଟୁଇଟରେ କହିଛି ଯେ ଏହି ତିନି ଦିନ ପାଇଁ ପରୀକ୍ଷା ସ୍ଥାନ ତଥା ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ।

ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବାକୁ ପ୍ରାର୍ଥୀଙ୍କୁ ମଧ୍ୟ ବାରଣ କରାଯାଇଛି। ଏକ ପୃଥକ ଆଦେଶରେ ଗୁଆହାଟୀ ପୋଲିସ କହିଛି ଯେ ଉତ୍ତର ସିଟ ଗ୍ରହଣ, ଜମା ଏବଂ ଯାଞ୍ଚ ପ୍ରକ୍ରିୟା ପର୍ଯ୍ୟନ୍ତ ଗୁଆହାଟୀରେ ଥିବା ଏସଇବିଏସ କାର୍ଯ୍ୟାଳୟର ୧୦୦ ମିଟର ମଧ୍ୟରେ ୧୪୪ ଧାରା ଅନୁଯାୟୀ ନିଷେଧାଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri