Posted inଜାତୀୟ

ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ୨୫% ବୃଦ୍ଧି

ନୂଆଦିଲ୍ଲୀ,୨।୪: ଚଳିତ ବର୍ଷ ମାର୍ଚ୍ଚରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସ୍ତରରେ ରହିଛି। ଏହି ମାସରେ ସାରା ଦେଶରେ ୧.୨୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଜିଏସ୍‌ଟି ଲାଗୁ ହେବା ପରେ ମାର୍ଚ୍ଚ ୨୦୨୧ରେ ସର୍ବାଧିକ ପରିମାଣର ଜିଏସ୍‌ଟି ସଂଗୃହୀତ ହୋଇଛି। ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ସମାନ ମାସରେ ସଂଗ୍ରହ ୨୭% ଉର୍ଦ୍ଧ୍ୱରେ ରହିଛି। ଓଡିଶା କଥା ବିଚାରକୁ ନେଲେ ପରୋକ୍ଷ ଟିକସ ଆଦାୟରେ ୨୫% ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ବର୍ଷ ମାର୍ଚ୍ଚରେ ଏହି ରାଜ୍ୟରେ ୨୬୩୨.୮୮ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ସମାନ ମାସରେ ଏହା ୩୨୮୫.୨୯ କୋଟି ଟଙ୍କାକୁ ବଢିଛି। ସାରା ଦେଶରେ ମାର୍ଚ୍ଚ ମାସରେ କେନ୍ଦ୍ର ଜିଏସ୍‌ଟି(ସିଜିଏସ୍‌ଟି) ଆଦାୟ ପରିମାଣ ୨୨,୯୭୩ କୋଟି ଟଙ୍କା ରହିଛି। ସେହିଭଳି ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦ ୨୨,୩୨୯ କୋଟି ଟଙ୍କା ଏବଂ ସମନ୍ବିତ ଜିଏସ୍‌ଟି ୬୨,୮୪୨ କୋଟି ଟଙ୍କା ଏବଂ ସେସ୍‌ ବାବଦ ୮୭୫୭ କୋଟି ଟଙ୍କା ଏଥିରେ ସାମିଲ ରହିଛି।
ସରକାର ନିୟମିତ ପରିଶୋଧ (ସେଟେଲମେଣ୍ଟ) ଆକାରରେ ସିଜିଏସ୍‌ଟିରୁ ୨୧,୮୯୭ କୋଟି ଟଙ୍କା ଏବଂ ଆଇଜିଏସ୍‌ଟିରୁ ଏସଜିଏସ୍‌ଟି ଆକାରରେ ୧୭,୨୩୦ କୋଟି ପରିଶୋଧ କରିଛନ୍ତି। ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଧ୍ୟରେ ୫୦:୫୦ ହାରରେ ଆଇଜିଏସ୍‌ଟି ପରିଶୋଧ ଆକାରରେ କେନ୍ଦ୍ର ସରକାର ୨୮ ହଜାର କୋଟି ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ମୋଟ ଟିକସ ପରିମାଣ ଜିଏସ୍‌ଟି ୫୮,୮୫୨ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ୬୦,୫୫୯ କୋଟି ଟଙ୍କା ରହିଛି। ମାର୍ଚ୍ଚ ୨୦୨୧ରେ କେନ୍ଦ୍ର ସରକାର ୩୦ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଜ୍ୟଗୁଡିକ ଦେଇଛନ୍ତି। ସେହିଭଳି ସାମଗ୍ରୀ ଆମଦାନୀ ଉପରେ ମିଳୁଥିବା ରାଜସ୍ବ ପରିମାଣରେ ୭୦% ବୃଦ୍ଧି ହୋଇଛି। ଗତ ୬ ମାସ ହେବ ସାରା ଦେଶରେ ଜିଏସ୍‌ଟି ଆଦାୟ ପରିମାଣ ୧ ଲକ୍ଷ କୋଟି ଟଙ୍କା ଟପୁଛି। ମହାମାରୀ ପରେ ଏହା ଆର୍ଥତ୍କ ସୁଧାରର ସଙ୍କେତ ଦେଉଛି। ନକଲି ବିଲିଂ ଉପରେ ସତର୍କ ଦୃଷ୍ଟି, ଜିଏସ୍‌ଟି, ଆୟକର, ସୀମା ଶୁଳ୍କ ଆଇଟି ବ୍ୟବସ୍ଥା ବିଭିନ୍ନ ଉତ୍ସରୁ ତଥ୍ୟର ବିଶ୍ଲେଷଣ ଓ ପ୍ରଭାବୀ ଟିକସ ପ୍ରଶାସନ ଯୋଗୁ ଜିଏସ୍‌ଟି ସଂଗ୍ରହ ନିୟମିତ ବୃଦ୍ଧି ହେଉଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ରାହୁଲଙ୍କ ନାକରୁ ବାହାରିଲା ରକ୍ତ: ଅଟକରୁ ମୁକ୍ତ ହେବା ପରେ ପିଏମ ମୋଦିଙ୍କୁ ଏମିତି ମେସେଜ୍‌ ଦେଲେ ରାହୁଲ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ବାସବଭନ ବାହାରେ ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ହୋଇଥିବା ପ୍ରତିବାଦ ପ୍ରଦର୍ଶନ ପରେ ହାଜତକୁ ନିଆଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri