ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର ଅଫିସ୍‌,୧୮ା୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନେଇ ଶୁକ୍ରବାର ମଧ୍ୟ ରାତ୍ରରେ ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ଏଥିପୂର୍ବରୁ ପୂର୍ବାହ୍ନରେ ଦେଶୀ ବେହେରା ସାହିରୁ ଧାଣ୍ଡରା ମାଧ୍ୟମରେ ଯାତ୍ରାର ଶୁଭ ଖୁଣ୍ଟି ସ୍ଥାପନା ନେଇ ସାନବଜାର, ବଡବଜାର, ଲାଲାସାହି, କୁମ୍ଭାରସାହି, ପାଟରାସାହି ସମେତ ଫାଷ୍ଟଗେଟ, ପୁରୁଣା ବ୍ରହ୍ମପୁର ଭଳି ବିଭିନ୍ନ ଅଞ୍ଚଳକୁ ଜଣେ ବ୍ୟକ୍ତି ବୁଲି ଧାଣ୍ଡରା ମାଧ୍ୟମରେ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହେବ ବୋଲି ପ୍ରଚାର କରିଥିଲେ ବୋଲି ଦେଶୀ ବେହେରା ସୂଚନା ଦେଇଛନ୍ତି। ଏହାପରେ ରାତ୍ରି ୧୦ଟା ସମୟରେ ମା’ ବାପାଘର ଅର୍ଥାତ ଦେଶୀ ବେହେରା ସାହି ସ୍ଥିତ ବୁଢି ସାଆନ୍ତାଣୀଙ୍କ ପୀଠ ଘର ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯାତ୍ରା ପରିଚାଳକ ପାତର୍ଲା ଦୁର୍ଗାପ୍ରସାଦ ଦେଶୀ ବେହେରା ଓ ବହୁ ସାହି ବାସିନ୍ଦା ଉପସ୍ଥିତ ଥିଲେ। ସଭାରେ ସିଦ୍ଧାନ୍ତି ଗୁରୁ ଯାତ୍ରା ନିମନ୍ତେ ତାରିଖ ବାହାର କରିବା ସହ କେତେଦିନ ଯାତ୍ରା ହେବ ସେ ନେଇ ମଧ୍ୟ ସୂଚନା ଦେଇଥିଲେ। ଏହାପରେ ଦେଶୀ ବେହେରା ସାହିଠାରୁ ଶୁଭ ଖୁଣ୍ଟି ମା’ ବୁଢି ଠାକୁରାଣୀ ମନ୍ଦିର ଅଭିମୁଖେ ପୂଜାର୍ଚ୍ଚନା ପାଇଁ ବାହାରିଥିଲା। ସେଠାରେ ପୂଜକଙ୍କ ବିଶେଷ ପୂଜାର୍ଚ୍ଚନା ସହ ଦେଶୀ ବେହେରା ମା’ ଠାକୁରାଣୀଙ୍କୁ ଶୁଭ ଖୁଣ୍ଟି ସ୍ଥାପନ ଓ ଯାତ୍ରା ତାରିଖ ଜଣାଇଥିଲେ। ଏହାପରେ ବାଦ୍ୟ, ମହୁରୀରେ ବିଭିନ୍ନ ଦେବାଦେବୀଙ୍କ ମୁଖା ଓ ବାଘ ଭଳି ମୁଖା ଧାରଣ କରି ଶୁଭ ଖୁଣ୍ଟି ଦେଶୀ ବେହେରା ସାହି ଅଭିମୁଖେ ଯାତ୍ରା କରିଥାଏ। ଏହାପରେ ସେଠାରେ ମା’ଙ୍କ ବାପା ଦେଶୀ ବେହେରା ଓ ତାଙ୍କ ପରିବାର ଶୁଭ ଖୁଣ୍ଟି ପୂଜାର୍ଚ୍ଚନା କରିଥାନ୍ତି। ଏହାପରଦିନଠାରୁ ଅର୍ଥାତ କିଛି ଦିନ ପରେ ଦେଶୀ ବେହେରା ସାହିଠାରେ ମା’ଙ୍କ ଅସ୍ଥାୟୀ ମଣ୍ଡପ ନିର୍ମାଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନରକଙ୍କାଳ, ଖପୁରି ଜବତ

ଜେନାପୁର,୧୭।୪(ଡି.ଏନ.ଏ.): ଜେନାପୁର ଥାନା ଅଞ୍ଜିରା ପଞ୍ଚାୟତ ଅଧୀନ ମୁରାରିପୁର ଗ୍ରାମ ନିକଟରେ ଥିବା ମହିମା ଆଶ୍ରମ ବାଡ଼ିର ଏକ କେନ୍ଦୁଗଛରୁ ଶନିବାର ଅପରାହ୍ନରେ ମଣିଷର ଖପୁରି,...

ପାଇକମାଳ ଅଞ୍ଚଳରେ ମାଓବାଦୀ ପୋଷ୍ଟର

ବରଗଡ଼ ଅଫିସ,୧।୧୨: ବରଗଡ଼ ଜିଲା ପାଇକମାଳ ଅଞ୍ଚଳରେ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଓବାଦୀ ଗତିବିଧି ପରିଲକ୍ଷିତ ହୋଇଛି। ରବିବାର ପାଇକମାଳ-ନୂଆପଡ଼ା ରାସ୍ତା ପାଶର୍‌ବରେ ରହିଥିବା...

୫ ଲକ୍ଷ ଟଙ୍କାରେ ବନ୍ଧାପଡିଛନ୍ତି ୧୩ ଦାଦନ ଶ୍ରମିକ

ଭବାନୀପାଟଣା,୩।୨: କଳାହାଣ୍ଡି ଜିଲାରେ ପୁଣି ଦାଦନଙ୍କ ଦୁଃଖ ସାମ୍ନାକୁ ଆସିଛି। ୫ ଲକ୍ଷ ଟଙ୍କା ପାଇଁ ଆନ୍ଦ୍ରପ୍ରଦେଶରେ ବନ୍ଧାପଡିଛନ୍ତି ୧୩ ଦାଦନ ଶ୍ରମିକ। ଧର୍ମଗଡ଼ ଥାନା...

ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ

କଟକ ଅଫିସ, ୨ା୩:ପୋଲିସ ବିଭାଗରେ କାମ କରୁଛନ୍ତି। ନା ମିଳୁଛି ଦରମା ନା ମିଳୁଛି ଛୁଟି। ଦୂରରେ ଥିବା ସ୍ବାମୀଙ୍କ ବିନା ଏକୁଟିଆ ସଂସାର ଜାଲରେ...

ମଧ୍ୟପ୍ରଦେଶରୁ ୭ ଦାଦନ ଶ୍ରମିକ ଉଦ୍ଧାର

କୋକସରା,୫।୧୧(ଡି.ଏନ.ଏ.)-ଦଲାଲଙ୍କ ଦ୍ୱାରା ପ୍ରତାରିତ ହୋଇ ଠିକାଦାରଙ୍କ ପାଖରେ ଅଟକ ରହି ନିର୍ଯାତନା ଭୋଗୁଥିବା ୭ ଦାଦନ ଶ୍ରମିକଙ୍କୁ ବୁଧବାର କୋକସରା ପୋଲିସ ଉଦ୍ଧାର କରିଛି ।...

ଓଲଟିଲା ଯାତ୍ରୀବାହୀ ବସ୍‌

ପରଜଙ୍ଗ,୯ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ...

ସତ୍କାର ପାଇଁ ନେବାବେଳେ ମହିଳାଙ୍କ ମୃତଦେହ ଜବତ

କଣ୍ଟାପଡା,୯।୧୦:(ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ବପାରୀ ଧାନମଣ୍ଡଳ ଗ୍ରାମର ଜଣେ ମହିଳାଙ୍କ ମୃତଦେହକୁ ଶାଶୁଘର ଲୋକ ଶୁକ୍ରବାର ମଶାଣୀରେ ସତ୍କାର କରିବାକୁ ନେବାବେଳେ ପୋଲିସ ଜବତ...

ଗାଡ଼ି ସହ ୯,୬୦୦ ବୋତଲ କଫ ସିରପ୍‌ ଜବତ

ନୟାଗଡ଼ ଅଫିସ/ନୂଆଗାଁ, ୫ା୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୯,୬୦୦ କଫ ସିରପ୍‌ ବୋତଲକୁ ଜବତ କରିଛି। ସେହିଭଳି...

Advertisement
Archives

Model This Week