Posted inଜାତୀୟ

କେରଳରେ ଟମାଟୋ ଫ୍ଲୁ, ୮୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ତିରୁଭାନନ୍ତପୁରମ୍‌, ୧୧।୫ : ଫୁଡ୍‌ ପଏଜନିଂ ଘଟଣାରେ କେରଳରୁ ଚିନ୍ତାଜନକ ଖବର ଆସିଛି। ରାଜ୍ୟର ବହୁ ସ୍ଥାନରେ ଟମାଟୋ ଫ୍ଲୁ ମାମଲା ଦେଖିବାକୁ ମିଳିଛି। ଅଦ୍ୟାବଧି ଏହି ଭାଇରାଲ ରୋଗ ବହୁ ସଂଖ୍ୟକ ଶିଶୁଙ୍କୁ ସଂକ୍ରମିତ ହୋଇଛି। ସଂକ୍ରମିତ ଶିଶୁଙ୍କ ବୟସ ପାଞ୍ଚ ବର୍ଷରୁ କମ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସଂଖ୍ୟା ପୁଣି ବଢ଼ିବାର ଆଶଙ୍କାର ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୮୦ରୁ ଅଧିକ ଶିଶୁ ଏହି ଭାଇରାଲ ରୋଗର ଶିକାର ହୋଇଛନ୍ତି।

କେରଳର  ଜିଲାଗୁଡ଼ିକରେ ଟମାଟୋ ଫ୍ଲୁକୁ ରୋକିବା ପାଇଁ ତାମିଲନାଡୁ-କେରଳ ସୀମାରେ ଥିବା ଭାଲେୟାରଠାରେ ଜ୍ୱର, ଶରୀରରେ ବିଭିନ୍ନ ଚିହ୍ନ ଏବଂ ଅନ୍ୟାନ୍ୟ ରୋଗ ପରୀକ୍ଷା କରାଯାଉଛି। ସେହିପରି କୋଏମ୍ବାଟୁରରେ ପ୍ରବେଶ କରୁଥିବା ଲୋକଙ୍କୁ ଡାକ୍ତରୀ ଦଳ ପରୀକ୍ଷା କରୁଛନ୍ତି।

ଏହି ଟିମ ଦୁଇଜଣ ମେଡିକାଲ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ବିଶେଷକରି ପିଲାମାନଙ୍କୁ ସ୍କ୍ରିନିଂ କରାଯାଉଛି। ଏହା ବ୍ୟତୀତ ଅନ୍ୟ ୨୪ ଜଣିଆ ଟିମ ଗଠନ କରାଯାଇଛି। ସେମାନେ ଅଙ୍ଗନୱାଡିରେ ପାଞ୍ଚ ବର୍ଷରୁ କମ ପିଲାମାନଙ୍କୁ ପରୀକ୍ଷା କରୁଛନ୍ତି।

ଟମାଟୋ ଫ୍ଲୁ ଏକ ଅଜ୍ଞାତ ଜ୍ୱର। ଏହା ମୁଖ୍ୟତଃ କେରଳରେ ପାଞ୍ଚ ବର୍ଷରୁ କମ ବୟସର ପିଲାମାନଙ୍କଠାରେ ଦେଖାଯାଏ। ଏହି ଫ୍ଲୁରେ ଆକ୍ରାନ୍ତ ହେବା ପରେ ପିଲାମାନଙ୍କ ଶରୀରରେ ଦାଗ ଓ ଫୁଲା ସୃଷ୍ଟି ହୋଇଥାଏ। ଏହି ଚିହ୍ନଗୁଡ଼ିକ ସାଧାରଣତଃ ଲାଲ ରଙ୍ଗର ହୋଇଥାଏ। ଯେଉଁଥିପାଇଁ ଏହାକୁ ଟମାଟୋ ଫ୍ଲୁ କୁହାଯାଏ।
ଖବର ଅନୁଯାୟୀ, ଏହି ରୋଗ ଭାଇରାଲ ଜ୍ୱର କି ଚିକେନଗୁନିଆ କିମ୍ବା ଡେଙ୍ଗୁ ପରବର୍ତ୍ତୀ ପ୍ରଭାବ ବୋଲି ସେନେଇ ପରୀକ୍ଷଣ ଜାରି ରହିଛି ବିତର୍କ ଚାଲିଛି। କେରଳ କେତେକ ଅଞ୍ଚଳରେ ଏହି ରୋଗ ଚିହ୍ନଟ ହୋଇଛି। କିନ୍ତୁ ଏହାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରା ନ ଗଲେ ଏହା ବିସ୍ତାର ହୋଇପାରେ ବୋଲି ସ୍ବାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି।

ଏହି ରୋଗର ମୁଖ୍ୟ ଲକ୍ଷଣ ହେଉଛି ଶରୀରରେ ଲାଲ୍‌ ରଙ୍ଗର ଦାଗ, ଫୁଲା,ଏହାବ୍ୟତୀତ କେତେକ ଚର୍ମ ସମସ୍ୟା ଏବଂ ଡିହାଇଡ୍ରେଶନ ମଧ୍ୟ ହୋଇପାରେ। ସଂକ୍ରମିତ ଶିଶୁଙ୍କୁ ପ୍ରବଳ ଜ୍ୱର, ଶରୀରରେ ଯନ୍ତ୍ରଣା, ଫୁଲା ଗଣ୍ଠି, ଥକାପଣ, ବାନ୍ତି, ହାତ, ଆଣ୍ଠୁ, କାଶ, ଛିଙ୍କିବା ଏବଂ ନାକରୁ ପାଣି ବୋହିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri