Posted inବରଗଡ଼

ଜୁଲାଇରେ ୬୦ ପ୍ରତିଶତ କମ୍‌ ବର୍ଷା, ଅଟକିଛି ବିହୁଡା କାମ

ବିଜେପୁର,୨।୮ (ଡି.ଏନ.ଏ.) ଶ୍ରାବଣ ମାସ ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ହେଲେ ଆବଶ୍ୟକ ଅନୁଯାୟୀ ବର୍ଷା ହେଲା ନାହିଁ । ଏଥିଯୋଗୁ ଚାଷ କାମ ପଛେଇଛି। ଫଳରେ ବରଗଡ ଜିଲା ବିଜେପୁର ବ୍ଲକର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ୧୧୦ ରାଜସ୍ବ ଗ୍ରାମକୁ ନେଇ ଗଠିତ ଏହି ବ୍ଲକ। ସେଥିମଧ୍ୟରୁ ୧୦୦ ରାଜସ୍ବ ଗ୍ରାମର ଚାଷୀ ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଚଳିତ ବର୍ଷ ଜୁନରେ ୧୭୮ ମିମି ବର୍ଷାର ଆବଶ୍ୟକତା ରହିଥିବା ବେଳେ ୨୮୫ ମିମି ଅର୍ଥାତ୍‌ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ହେଲେ ଜୁଲାଇରେ ମାତ୍ର ୧୩ ଦିନରେ ୧୮୪ ମିମି ବର୍ଷା ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏହି ମାସରେ ସ୍ବଭାବିକ ଭାବେ ୩୧୧ ମିମି ବର୍ଷାର ଆବଶ୍ୟକତା ଥିବା ବେଳେ ୫୯.୧୬ ପ୍ରତିଶତ ବର୍ଷା କମ ହୋଇଛି ।
ଚଳିତ ଖରିଫ ୨୦୨୦-୨୧ ବର୍ଷରେ କୃଷି ବିଭାଗ ୨୭,୪୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଥିଲା । ୧୯,୨୮୬ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୧୮, ୪୫୧ ହେକ୍ଟର ଜମିରେ ଚାଷ ହୋଇଛି । ୮୧୧୪ ହେକ୍ଟର ଜମିରେ ପନିପରିବା ଚାଷ ହେବ ବୋଲି କୃଷି ବିଭାଗ ଅନୁମାନ କରିଥିବା ବେଳେ ୭୪୭୬ ହେକ୍ଟର ଜମିରେ ଅଣଧାନ ଫସଲ ହୋଇଥିବା ବ୍ଲକ କୃଷି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏ ନେଇ ପହଣ୍ଡି ଗ୍ରାମର ଅଗ୍ରଣୀ ଚାଷୀ ନିମାଇଁ ଚରଣ ସାହୁ କହିଛନ୍ତି, ଜୁନରୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭଲ ବର୍ଷା ହୋଇଥିଲା । ତେଣୁ ଅଧିକାଂଶ ଚାଷୀ ରୁଆକୁ ଆଶା ନ କରି ବତରି ଧାନବୁଣା କରିଥିଲେ । ବିଗତ ତିନି ସପ୍ତାହରୁ ଅଧିକ ସମୟ ହେଲା ଭଲ ବର୍ଷା ହୋଇନାହିଁ । ପାଣି ଅଭାବରୁ ଚାଷ ଜମିର ମାଟି ସ୍ଥାନେ ସ୍ଥାନେ ଫାଟିଲାଣି । ବିହୁଡା କାମ ଆଗେଇ ପାରୁନାହିଁ । ତେଣୁ ଧାନ ଗଛ ପାଚି ହଳଦିଆ ହୋଇଗଲାଣି । ବର୍ଷା ଭାବରୁ ଧାନ ଓ ପରିବା ଫସଲ ନଷ୍ଟ ହେବାକୁ ବସିଛି। କରୋନା କଟକଣା ମଧ୍ୟରେ ଚାଷୀ ଅତିଷ୍ଟ ହୋଇଥିବା ବେଳେ ଏବେ ବର୍ଷା ଅଭାବ ମରୁଡି ଆଶଙ୍କା ସୃଷ୍ଟି କରିଛି । ସେହିପରି ବେନିଆଁଚାଲର ଚାଷୀ ସତ୍ୟବାନ ଡନସନା କହିଛନ୍ତି, ଚଳିତ ବର୍ଷ ୧୨ ଏକର ଜମିରେ ଖରିଫ ଚାଷ କରିବାକୁ ଲକ୍ଷ୍ୟ ରଖିଥିଲି । ତେଣୁ ୯ ଏକର ଜମିରେ ଧାନ ବୁଣିଥିବା ବେଳେ ୩ ଏକର ଜମିରେ ରୁଆ କାମ କରିବାକୁ ମନସ୍ଥ କରିଥିଲି । ହେଲେ ବର୍ଷା ଅଭାବରୁ ରୁଆ କାମ ଆଗେଇ ପାରୁ ନ ଥିବାରୁ ଧାନ ପହ୍ଲାଗୁଡ଼ିକ ଟାଣ ଖରାରେ ମରିବାକୁ ବସିଲାଣି । ଚାଷ ପାଇଁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ଏକ ଲକ୍ଷ ଟଙ୍କା ଋଣ କରିଛି । ଗତ ବର୍ଷ ପରି ଏସନ୍‌ ମଧ୍ୟ ବର୍ଷା ବିଳମ୍ବିତ ହେଉଛି । ଭଲ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବ୍ୟାହତ ହେବା ସହ ଚାଷୀ ଋଣରେ ବୁଡିଛି ବୋଲି ସେ କହିଛନ୍ତି। ଏ ନେଇ ବ୍ଲକ କୃଷି ଅଧିକାରୀ ବି. ଦେଓଙ୍କୁ ପଚାରିବାରୁ ବଡ ବର୍ଷାର ଆବଶ୍ୟକତା ରହିଛି । ଜୁଲାଇରେ ସ୍ବଭାବିକରୁ ବହୁତ କମ୍‌ ବର୍ଷା ହୋଇଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଭଲ ବର୍ଷା ନ ହେଲେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri