Posted inବରଗଡ଼

ଜୁଲାଇରେ ୬୦ ପ୍ରତିଶତ କମ୍‌ ବର୍ଷା, ଅଟକିଛି ବିହୁଡା କାମ

ବିଜେପୁର,୨।୮ (ଡି.ଏନ.ଏ.) ଶ୍ରାବଣ ମାସ ଶେଷ ହେବାକୁ ଆଉ ମାତ୍ର ୨ଦିନ ବାକି ଅଛି। ହେଲେ ଆବଶ୍ୟକ ଅନୁଯାୟୀ ବର୍ଷା ହେଲା ନାହିଁ । ଏଥିଯୋଗୁ ଚାଷ କାମ ପଛେଇଛି। ଫଳରେ ବରଗଡ ଜିଲା ବିଜେପୁର ବ୍ଲକର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ୧୧୦ ରାଜସ୍ବ ଗ୍ରାମକୁ ନେଇ ଗଠିତ ଏହି ବ୍ଲକ। ସେଥିମଧ୍ୟରୁ ୧୦୦ ରାଜସ୍ବ ଗ୍ରାମର ଚାଷୀ ବର୍ଷା ଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଚଳିତ ବର୍ଷ ଜୁନରେ ୧୭୮ ମିମି ବର୍ଷାର ଆବଶ୍ୟକତା ରହିଥିବା ବେଳେ ୨୮୫ ମିମି ଅର୍ଥାତ୍‌ ୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ହେଲେ ଜୁଲାଇରେ ମାତ୍ର ୧୩ ଦିନରେ ୧୮୪ ମିମି ବର୍ଷା ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏହି ମାସରେ ସ୍ବଭାବିକ ଭାବେ ୩୧୧ ମିମି ବର୍ଷାର ଆବଶ୍ୟକତା ଥିବା ବେଳେ ୫୯.୧୬ ପ୍ରତିଶତ ବର୍ଷା କମ ହୋଇଛି ।
ଚଳିତ ଖରିଫ ୨୦୨୦-୨୧ ବର୍ଷରେ କୃଷି ବିଭାଗ ୨୭,୪୦୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରିଥିଲା । ୧୯,୨୮୬ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ୧୮, ୪୫୧ ହେକ୍ଟର ଜମିରେ ଚାଷ ହୋଇଛି । ୮୧୧୪ ହେକ୍ଟର ଜମିରେ ପନିପରିବା ଚାଷ ହେବ ବୋଲି କୃଷି ବିଭାଗ ଅନୁମାନ କରିଥିବା ବେଳେ ୭୪୭୬ ହେକ୍ଟର ଜମିରେ ଅଣଧାନ ଫସଲ ହୋଇଥିବା ବ୍ଲକ କୃଷି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଏ ନେଇ ପହଣ୍ଡି ଗ୍ରାମର ଅଗ୍ରଣୀ ଚାଷୀ ନିମାଇଁ ଚରଣ ସାହୁ କହିଛନ୍ତି, ଜୁନରୁ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭଲ ବର୍ଷା ହୋଇଥିଲା । ତେଣୁ ଅଧିକାଂଶ ଚାଷୀ ରୁଆକୁ ଆଶା ନ କରି ବତରି ଧାନବୁଣା କରିଥିଲେ । ବିଗତ ତିନି ସପ୍ତାହରୁ ଅଧିକ ସମୟ ହେଲା ଭଲ ବର୍ଷା ହୋଇନାହିଁ । ପାଣି ଅଭାବରୁ ଚାଷ ଜମିର ମାଟି ସ୍ଥାନେ ସ୍ଥାନେ ଫାଟିଲାଣି । ବିହୁଡା କାମ ଆଗେଇ ପାରୁନାହିଁ । ତେଣୁ ଧାନ ଗଛ ପାଚି ହଳଦିଆ ହୋଇଗଲାଣି । ବର୍ଷା ଭାବରୁ ଧାନ ଓ ପରିବା ଫସଲ ନଷ୍ଟ ହେବାକୁ ବସିଛି। କରୋନା କଟକଣା ମଧ୍ୟରେ ଚାଷୀ ଅତିଷ୍ଟ ହୋଇଥିବା ବେଳେ ଏବେ ବର୍ଷା ଅଭାବ ମରୁଡି ଆଶଙ୍କା ସୃଷ୍ଟି କରିଛି । ସେହିପରି ବେନିଆଁଚାଲର ଚାଷୀ ସତ୍ୟବାନ ଡନସନା କହିଛନ୍ତି, ଚଳିତ ବର୍ଷ ୧୨ ଏକର ଜମିରେ ଖରିଫ ଚାଷ କରିବାକୁ ଲକ୍ଷ୍ୟ ରଖିଥିଲି । ତେଣୁ ୯ ଏକର ଜମିରେ ଧାନ ବୁଣିଥିବା ବେଳେ ୩ ଏକର ଜମିରେ ରୁଆ କାମ କରିବାକୁ ମନସ୍ଥ କରିଥିଲି । ହେଲେ ବର୍ଷା ଅଭାବରୁ ରୁଆ କାମ ଆଗେଇ ପାରୁ ନ ଥିବାରୁ ଧାନ ପହ୍ଲାଗୁଡ଼ିକ ଟାଣ ଖରାରେ ମରିବାକୁ ବସିଲାଣି । ଚାଷ ପାଇଁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ଏକ ଲକ୍ଷ ଟଙ୍କା ଋଣ କରିଛି । ଗତ ବର୍ଷ ପରି ଏସନ୍‌ ମଧ୍ୟ ବର୍ଷା ବିଳମ୍ବିତ ହେଉଛି । ଭଲ ବର୍ଷା ନ ହେଲେ ଚାଷ କାର୍ଯ୍ୟ ବ୍ୟାହତ ହେବା ସହ ଚାଷୀ ଋଣରେ ବୁଡିଛି ବୋଲି ସେ କହିଛନ୍ତି। ଏ ନେଇ ବ୍ଲକ କୃଷି ଅଧିକାରୀ ବି. ଦେଓଙ୍କୁ ପଚାରିବାରୁ ବଡ ବର୍ଷାର ଆବଶ୍ୟକତା ରହିଛି । ଜୁଲାଇରେ ସ୍ବଭାବିକରୁ ବହୁତ କମ୍‌ ବର୍ଷା ହୋଇଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଭଲ ବର୍ଷା ନ ହେଲେ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଅତାବିରାରେ ଶକ୍ତି ବଢାଉଛି ଭାଜପା, ମିଶ୍ରଣ ପର୍ବରେ ସାମିଲ ହେଲେ ଯୁବ, ମହିଳା କର୍ମୀ

ଭେଡେନ,୨୨।୪(ସୁଦନ ମହାକୁର):  ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଡେନ ବ୍ଲକର ଡାଙ୍ଗପାଲିଠାରେ ସୋମବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପପଙ୍ଗା...

ବିଜେଡି ଛାଡ଼ିବା ପରେ ଏମିତି କହିଲେ ବିମ୍ବାଧର କୁଅଁର

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ସୋମବାର ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ବିଜେଡି...

ଶକ୍ତି ବଢାଉଛି ବିଜେଡି: ମିଶ୍ରଣ ପର୍ବରେ ସାମିଲ ହେଲେ ଅନେକ ଯୁବ, ମହିଳାକର୍ମୀ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଅନ୍ନପୂର୍ଣ୍ଣା ପ୍ୟାଲେସଠାରେ ରବିବାର ସନ୍ଧ୍ୟାରେ ବିଜେଡିର ଏକ ମହାମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ବରଗଡ଼ ଟାଉନ ବିଜେଡି...

ଭୋଟ୍‌ ଲାଳସାରେ ରାଜନୈତିକ ଚାପ, ଛୁଟିଦିନରେ ବି ସ୍କୁଲରେ ଚାଲିଛି ଭୋଜିଭାତ

ସରଣ୍ଡା,୨୦ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଅତାବିରା ବିଧାନସଭା ଆସନରେ ନିର୍ବାଚନ ଆଉ ମାସେ ରହିଲା। ଆସନ୍ତା ମେ’  ୨୦ରେ ଏଠାରେ ନିର୍ବାଚନ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri