ଜନ୍ତରମନ୍ତରରେ ଭାଷାକର୍ମୀଙ୍କ ଧାରଣା

ବରଗଡ଼ ଅଫିସ,୯।୮: କୋସଲି ସମେତ ଅନ୍ୟ ଅଣସ୍ବୀକୃତ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ସୋମବାର ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ କ୍ଲିଅର ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଧାରଣାରେ କୋଶଲି, ଅଙ୍ଗିକା, ବଜ୍ଜିକା, ମଗହି, ଭୋଜପୁରୀ, ବାଡ଼ୁଗୁ, ରାଜସ୍ଥାନୀ, ହୋ, ମୁଣ୍ଡାରି, କୋଡ଼ବା ଆଦି ଅଣସ୍ବୀକୃତ ଭାଷାର ଶତାଧିକ ଭାଷାକର୍ମୀ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ ଭାଷାପ୍ରେମୀ ଏବଂ କୋସଲି ଅନୁଷ୍ଠାନ ଯୋଗଦେଇ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। କୋସଲି ଭାଷା ତରଫରୁ ଦିଲୀପ ପଶାୟତ, ଲାଲଚନ ବଗର୍ତ୍ତି, ରଣଜିତ ସିଂ ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ। କୋସଲି ଭାଷାଠାରୁ କମ୍‌ ବ୍ୟବହୃତ ଭାଷା ଗୁଡ଼ିକ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ ହେଇସାରିଥିବା ବେଳେ କୋସଲୀ ଭାଷାକୁ ଉପେକ୍ଷା କରାଯିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ। ଓଡ଼ିଶା ସରକାର ଏ ନେଇ ଦାବି ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତପ୍ରକାଶ କରିଥିଲେ। କୋସଲିକୁ ଓଡ଼ିଶାର ଦ୍ୱିତୀୟ ସରକାରୀ ଭାଷା ଭାବେ ପ୍ରଚଳନ କଲେ ପଶ୍ଚିମ ଓଡ଼ିଶାରେ ଶାସନ ପାଇଁ ସୁବିଧା ହୋଇପାରିବ ବୋଲି ଭାଷା କର୍ମୀମାନେ କହିଥିଲେ। ଏହି କ୍ରମରେ କୋସଲି ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସାମିଲ କରିବା ସହିତ କୋସଲବାସୀଙ୍କୁ ସେମାନଙ୍କ ଭାଷା ଅଧିକାର ପ୍ରଦାନ କରିବାକୁ ସେମାନେ ଦାବି କରିଥିଲେ। ଧାରଣାରେ ଭାଷାକର୍ମୀ କୁନ୍ଦନ ଅମିତାଭ(ଅଙ୍ଗିକା), ସୁଧୀର ହିଲସାୟନ (ମଗହି), ସନ୍ତୋଷ ପଟେଲ(ଭୋଜପୁରୀ), ଯୋଗେଶରାଜ କାଦୋସୋଲେ(ବାଡ଼ୁଗୁ), ମନୋଜ ସ୍ବାମୀ(ରାଜସ୍ଥାନୀ), ଲକ୍ଷ୍ମୀକାନ୍ତ ସିଂ(ହୋ), ବିରବଲ ସିଂ (ମୁଣ୍ଡାରୀ), ଅପିୟା ମଛିନ୍ଦ୍ରା(କୋଡ଼ବା) ସମେତ କୋସଲିର ଭାଷାପ୍ରେମୀମାନେ ଯୋଗଦାନ କରିଥିଲେ ବୋଲି କ୍ଲିଅର ଅନୁଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ସାକେତ ଶ୍ରୀଭୂଷଣ ସାହୁ ସୂଚନା ଦେଇଛନ୍ତି। ଧାରଣାକୁ ସମର୍ଥନ ଦେବା ପାଇଁ ପଞ୍ଜାବୀ, ତାମିଲ, କନ୍ନଡ଼ା ଭଳି ସ୍ବୀକୃତିପ୍ରାପ୍ତ ଭାଷା ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିବା ସେ କହିଛନ୍ତି। କ୍ଲିଅର ଅନୁଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ସାହୁ ଧାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଭାପତି ଡଃ ଜୋଗା ସିଂ, ସାଧାରଣ ସମ୍ପାଦକ ସେନ୍ଥିଲ ନାଥନ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋ-ଭୋଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ଦଶପଲ୍ଲାରେ ଗଣଶୋଭାଯାତ୍ରା: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନୟାଗଡ଼/ଦଶପଲ୍ଲା, ୧୦/୬ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି):ଦଶପଲ୍ଲାର ଟାକରାସ୍ଥିତ ଗ୍ରୀଡ୍‌କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଲୋ-ଭୋଲଟେଜ ସମସ୍ୟାର ସମାଧାନ, ଟିପିସିଓଡିଏଲର…

ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ

ଇସଲାମାବାଦ୍‌,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ…

ସରକାରଙ୍କ ବଡ଼ ପଦକ୍ଷେପ, ଶେଷ ହେବ ‘ଦୁଇ ସନ୍ତାନ’ ନିୟମ

ଇନ୍ଦୋର,୧୦।୬: ମଧ୍ୟପ୍ରଦେଶ ସରକାର ଚାକିରି ଆଶାୟୀ ଏବଂ ବର୍ତ୍ତମାନର ସରକାରୀ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ମୋହନ ଯାଦବ ପ୍ରଶାସନ ୨୩ ବର୍ଷ ପୁରୁଣା ‘ଦୁଇ…

ଟିମ ଇଣ୍ଡିଆରେ ସ୍ଥାନ ପାଇବା ପରେ ପ୍ରଥମଥର ଏମିତି କାରନାମା କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୦।୬: ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଭାରତ ଏ ଦଳ ସହିତ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେଠାରେ ଏକ ଦିନିକିଆ ସିରିଜ ଚାଲିଛି। ଏଥିରେ ଭାରତ ଏ, ଶ୍ରୀଲଙ୍କା…

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri