ମତଦାନ କେନ୍ଦ୍ରରେ ପଶିଲେ ଅଜଣା ଲୋକ, ଫିଙ୍ଗିଲେ ବୋମା

ଯାଜପୁର ଅଫିସ/ଧର୍ମଶାଳା/ଯାଜପୁର ସଦର,୧୬।୨(ଡି.ଏନ.ଏ.):ଯାଜପୁର ଜିଲାରେ ବୁଧବାର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ବ୍ୟାପକ ବିଭ୍ରାଟ ଦେଖାଯାଇଛି। ଯାଜପୁର ଓ ଧର୍ମଶାଳା ବ୍ଲକର ୪ଟି ବୁଥରେ କେତେକ ଅଜଣା ଲୋକ ପଶି ବାଲେଟ ପେପର ଲୁଟ, ଭଙ୍ଗାରୁଜା, ମାଡପିଟି ଭଳି ଅସାମାଜିକ କାର୍ଯ୍ୟ କରିଥିବା ସୂଚନା ମିଳିଛି। କେତେକ ବୁଥରେ ବୋମା ମାଡ ମଧ୍ୟ ହୋଇଥିବା ଜଣାପଡିଛି। ଏହିକ୍ରମରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋର ୯ଟି ବୁଥରେ ମତଦାନକୁ ସ୍ଥଗିତ ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତ ଦୁର୍ଗାପୁର ଅଙ୍ଗନବାଡି କେନ୍ଦ୍ରର ୧ ନମ୍ବର ବୁଥରେ ଅଜଣା ଲୋକ ଆସି ମାଡପିଟ କରିବା ସହ କବାଟ ଭାଙ୍ଗି ଦେଇଛନ୍ତି। ଏପରିକି ବାଲେଟ ପେପର ଓ ଷ୍ଟାମ୍ପ ଲୁଟ କରି ନେଇଛନ୍ତି। ଉତ୍ତେଜନା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଘଉଡାଇବା ସହ ମତଦାନକୁ ବନ୍ଦ ରଖିଥିଲେ। ପରବର୍ତ୍ତୀ ସମୟରେ ସେଠାରେ କଡ଼ା ପୋଲିସ ସୁରକ୍ଷା ବଳୟରେ ମତଦାନ ହୋଇଥିଲା। ଏହାବାଦ ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ହରିଜନ ସାହି ସ୍କୁଲର ୨, ୩ ଓ ୪ନମ୍ବର ବୁଥରେ ବୋମା ମାଡ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ହରିଜନ ସାହିରେ ଉତ୍ତେଜନା ଓ ରାସ୍ତାରୋକୋ ହୋଇଥିଲା। ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଏହି ବୁଥରେ ସାନି ନିର୍ବାଚନ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ହଟିଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।


ଧର୍ମଶାଳା ବ୍ଲକର ଦେଓଦା ପଞ୍ଚାୟତର ଚଇନହୁଡା ପ୍ରାଥମିକ ସ୍କୁଲର ୬ ଓ ୭ ନମ୍ବର ବୁଥରେ ନିର୍ବାଚନୀ ହିଂସା ହୋଇଛି। ଏଠାରେ ସକାଳ ୭ ରୁ ୯ଟା ପର୍ଯ୍ୟନ୍ତ ସୁରୁଖୁରରେ ମତଦାନ ଚାଲିଥିଲା। ଏହାପରେ କେତେକ ଅସାମାଜିକ ବ୍ୟକ୍ତି ବୁଥ ଭିତରକୁ ଜବରଦସ୍ତ ପଶି ବୁଥ କବଜା କରିଥିଲେ। ବାଲେଟ ପେପର ଓ ଷ୍ଟାମ୍ପକୁ ଲୁଟ କରି ମତଦାନ କରିଥିଲେ। ସେହିପରି ଅରାବଳ ପଞ୍ଚାୟତ ନାଳକୁଳ ଗ୍ରାମର ପ୍ରାଥମିକ ସ୍କୁଲରେ ମଧ୍ୟ ଅନୁରୂପ ଭାବେ କେତେକ ଅଜଣା ବ୍ୟକ୍ତି ପଶି ବୁଥକୁ ନିଜ କବଜାରେ ନେଇ ଭୋଟଦାନ କରିଥିବା ସୂଚନା ମିଳିଛି। ଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିିତିର ଅନୁଧ୍ୟାନ କରିବା ସହ ନିର୍ବାଚନ କମିଶନଙ୍କୁ ସବିଶେଷ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri