୪ ହଜାର ଟଙ୍କାର ବାଲିକୁ ୫୦ ହଜାର

ଜଗତ୍‌ସିଂହପୁର ଅଫିସ୍‌, ୨୦ା୧୨: ଜଗତ୍‌ସିଂହପୁର ଜିଲାରେ ବାଲି ସଇରାତ ହାତେଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସଦ୍ୟ କେତୋଟି ସଇରାତ ନିଲାମ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି। ବଡ଼ କଥା ହେଲା ଗତବର୍ଷ ଯେଉଁ ସଇରାତରୁ ବାଲି ଉଠାଇବା ପାଇଁ ଘନମିଟର ପ୍ରତି ୨୬୭ ଟଙ୍କା ଥିଲା, ତାହା ଏବେ ୩,୫୨୫ ଟଙ୍କାରେ ପହଞ୍ଚତ୍ଛି। ଗୋଟିଏ ହାଇଓ୍ବା ପ୍ରାୟ ୧୪ ଘନମିଟର ବାଲି ବୋଝେଇ କରି ନିଏ। ଏହାକୁ ହିସାବ କଲେ ପୂର୍ବରୁ ହାଇୱା ପ୍ରତି ଦର ପାଖାପାଖି ୪,୦୦୦ ଟଙ୍କା ଥିବାବେଳେ ଏଣିକି ତାହା ପ୍ରାୟ ୫୦,୦୦୦ ଟଙ୍କା ହୋଇଯାଉଛି। ଏହାଦ୍ୱାରା ସରକାର ଭଲ ରାଜସ୍ବ ପାଇବା ଆଶା କରାଯାଉଛି। କିନ୍ତୁ ଦିବାଲୋକରେ ସଇରାତରୁ ବାଲି ଚୋରାଚାଲାଣ ହେବା ଏବଂ ସରକାର ଏନେଇ ବିପୁଳ ରାଜସ୍ବ କ୍ଷତି ସହିବା ଆଶଙ୍କା ରହିଥିବା ନେଇ ଚର୍ଚ୍ଚା ହେଉଛି। ଏପରି କି ସରକାରୀ ଅଧିକାରୀମାନେ ଏ ବିଷୟରେ ଭଲ ଭାବେ ଅବଗତ ଥାଇ ମଧ୍ୟ ବ୍ୟବସ୍ଥାର ଆଳ ଦେଖାଇ ଚୁପ୍‌ ରହୁଥିବା ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ନାଉଗଁା ତହସିଲ ଅନ୍ତର୍ଗତ ଦେବୀ ନଦୀର ଏରଡ଼ା, ଶିଖର, ବଛାଳୋ, ଅରଖକୁଦ, ଗଳଧାରୀ ଓ ଅଲଣା-୨ ବାଲି ସଇରାତ ନିଲାମ ନିକଟରେ ଶେଷ ହୋଇଛି। କେତେକ କାରଣରୁ ପୋକାମୂଳା ଦେବୀ ନଦୀ ବାଲି ସଇରାତ ନିଲାମକୁ ବାତିଲ କରିଦିଆଯାଇଛି। ଏରଡ଼ା ବାଲି ସଇରାତ ନିଲାମ ନେଇଛନ୍ତି ଦେବୀଦତ୍ତ ମହାନ୍ତି। ସେ ଏହି ସଇରାତରୁ ବାଲି ଉତ୍ତୋଳନ ପାଇଁ ଘନମିଟର ପ୍ରତି ସର୍ବାଧିକ ୩,୫୨୫ ଟଙ୍କା ଟେଣ୍ଡର ପକାଇଥିଲେ। ସିକ୍ୟୁରିଟି, ଆଇଟି, ଇଏମ୍‌ଏଫ୍‌, ଡିଏମ୍‌ଏଫ୍‌ ଓ ଅତିରିକ୍ତ ଚାର୍ଜ ବାବଦ ଟଙ୍କା ଜମା କରିସାରିଲେ ସଇରାତ ଚଳାଇବା ପାଇଁ ସେ ଅନୁମତି ପାଇବେ।

୨୦୧୫-୧୬ରେ ଏହି ସଇରାତରୁ ବାର୍ଷିକ ୩,୦୦୦ ଘନମିଟର ବାଲି ଉଠାଇବା ପାଇଁ ଅନୁମତି ଥିବାବେଳେ ପ୍ରତି ଘନମିଟର ଦର ୨୬୭ ଟଙ୍କା ଥିଲା। ୨୦୨୦-୨୧ ନିଲାମରେ ବାର୍ଷିକ ୧୪,୫୬୯ ଘନମିଟର ବାଲି ଉଠାଇବା ଅନୁମତି ଥିବାବେଳେ ପ୍ରତି ଘନମିଟର ଦର ୩,୫୨୫ ଟଙ୍କା ଚୂଡାନ୍ତ ହୋଇଛି। ସଇରାତରୁ ଗୋଟିଏ ୪୦୭ ଗାଡ଼ିରେ ୪, ହାଇୱାରେ ୧୪, ଟ୍ରକ୍‌ରେ ୬ ଓ ଟ୍ରାକ୍ଟରରେ ୨.୫ ଘନମିଟର ବାଲି ଯିବା ବ୍ୟବସ୍ଥା ରହିଛି। ଏସବୁକୁ ହିସାବ କଲେ ଉକ୍ତ ସଇରାତରୁ ବାଲି ଉଠିଲେ ହାଇୱା ପ୍ରତି ସର୍ବନିମ୍ନ ୪୯,୩୫୦ ଟଙ୍କା ସହ ଅନ୍ୟାନ୍ୟ ଦେୟ ମିଶିଲେ ପାଖାପାଖି ୫୦ ହଜାର ଟଙ୍କା ପଡିବ। ସେହିପରି ୪୦୭ ପ୍ରତି ସର୍ବନିମ୍ନ ୧୪,୧୦୦, ଟ୍ରକ୍‌ ପ୍ରତି ୨୧,୧୫୦ ଓ ଟ୍ରାକ୍ଟର ପ୍ରତି ୮,୮୧୨ ଟଙ୍କା ସହ ଅନ୍ୟାନ୍ୟ ଦେୟ ଦେବାକୁ ହେବ। ଏହି ପ୍ରସଙ୍ଗ ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି। କାରଣ କେହି ଘର ନିର୍ମାଣ ପାଇଁ ଏହି ସଇରାତରୁ ବାଲି କିଣିବାକୁ ଚାହିଁଲେ ହାଇୱା ପ୍ରତି ୫୦,୦୦୦ ଟଙ୍କା ଦେବା ଏକପ୍ରକାର ଅସମ୍ଭବ ହୋଇପଡିଛି। ତେଣୁ ଦୂର ହେଲେ ବି ଲୋକେ କମ୍‌ ଦାମରେ ଯେଉଁଠୁ ବାଲି ମିଳିବ ସେଠାରୁ କିଣିବାକୁ ଚାହିଁବେ। ଅନ୍ୟପକ୍ଷରେ ବାଲି ଦର ଯୋଗୁ ସରକାରୀ କାମ ମଧ୍ୟ ଅନେକାଂଶରେ ନିମ୍ନମାନର ହେବା ଆଶଙ୍କା ସୃଷ୍ଟି ହୋଇଛି।

ନାଉଗଁା ତହସିଲ ଅନ୍ତର୍ଗତ ଅନ୍ୟ ସଇରାତ କଥା ଆଲୋଚନା ଭିତରକୁ ଅଣାଗଲେ ବାଲି ଦରରେ ବହୁ ପାର୍ଥକ୍ୟ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ଶିଖର ବାଲି ସଇରାତକୁ ନିଲାମ ନେଇଛନ୍ତି ତ୍ରିନୟନ ରଥ। ସେ ଏହି ସଇରାତରୁ ପ୍ରତି ଘନମିଟର ବାଲି ଉତ୍ତୋଳନ ପାଇଁ ସର୍ବାଧିକ ୧୩୦୦ ଟଙ୍କାରେ ଟେଣ୍ଡର ପକାଇ ସଫଳ ହୋଇଛନ୍ତି। ୨୦୧୫-୧୬ରେ ଏହି ସଇରାତରୁ ବାର୍ଷିକ ୧୩,୫୦୦ ଘନମିଟର ବାଲି ଉଠାଇବା ପାଇଁ ଅନୁମତି ଥିବାବେଳେ ପ୍ରତି ଘନମିଟର ଦର ୯୦ ଟଙ୍କା ଥିଲା। ସେହିପରି ବଛାଳୋ ସଇରାତରୁ ୧ ଘନମିଟର ବାଲି ଉଠାଇବା ପାଇଁ ୨୫୫୫ ଟଙ୍କା ଦରରେ ଦେବାଶିଷ ମହାରଣା ନିଲାମ ପାଇଛନ୍ତି। ଗଳଧାରୀ ସଇରାତରୁ ବାଲି ଉଠାଇବା ପାଇଁ ଘନମିଟର ପ୍ରତି ୨,୫୨୫ ଟଙ୍କାରେ ଅକ୍ଷୟ କୁମାର ମହାନ୍ତି ନିଲାମ ପାଇଛନ୍ତି। ଅରଖକୁଦ ବାଲି ସଇରାତକୁ ଶକୁନ୍ତଳା କାବୁ ଘନମିଟର ପିଛା ୮୩୩ ଟଙ୍କା ଦରରେ ନିଲାମ ନେଇଛନ୍ତି। ଅଲଣା-୨ ସଇରାତକୁ ଦେବୀ ପ୍ରସାଦ ତ୍ରିପାଠୀ ୧ ଘନମିଟର ବାଲି ପିଛା ୮୬୫ ଟଙ୍କା ମୂଲ୍ୟରେ ନିଲାମ ନେଇଥିବା ଜଣାପଡ଼ିଛି।
ତିର୍ତ୍ତୋଲ ତହସିଲ ଅଧୀନ ୧୦ ବାଲି ସଇରାତ ମଧ୍ୟରୁ ୩ଟିର ନିଲାମ ସରିଛି। ସେଥିମଧ୍ୟରୁ ମହାନଦୀର ଓଳଗଦା ଓ ପୋସ୍ତଳ ବାଲି ସଇରାତ ନିଲାମ ପ୍ରକ୍ରିୟା ଚାଲିଥିବାବେଳେ ୫ଟିର ଅବଧି ସରିନି। ପ୍ରତି ଘନମିଟର ପିଛା ବାଲି ମୂଲ୍ୟ ଆଧାରରେ ନୂଆ କୃଷ୍ଣାନନ୍ଦପୁର-ପାଇକା ନଦୀ ସଇରାତ ୩୯୪ ଟଙ୍କାରେ, ଆଢାପତି-ପାଇକା ନଦୀ ସଇରାତକୁ ୧୫୯ ଟଙ୍କାରେ ଓ କୃଷ୍ଣାନନ୍ଦପୁର ମହାନଦୀ ସଇରାତ ୧୬୧ ଟଙ୍କାରେ ନିଲାମ ହୋଇଛି। ରଘୁନାଥପୁର ତହସିଲର ୨, ବିରିଡ଼ିର ୫ ଓ ଜଗତ୍‌ସିଂହପୁରର ୩ ଓ କୁଜଙ୍ଗର ୨ଟି ବାଲି ସଇରାତ ନିଲାମ ହୋଇନି।

ଅଧିକ ମୂଲ୍ୟରେ ସଇରାତ ନିଲାମ ସମ୍ପର୍କରେ ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଯିଏ ଅଧିକ ଦରରେ ଟେଣ୍ଡର ନେଇଛନ୍ତି ସେ କିପରି ସଇରାତ ଚଳାଇବେ ତାହା ତାଙ୍କର ଦାୟିତ୍ୱ। ସରକାରଙ୍କ ରାଜସ୍ବ ହାନି ହେଉନି। ରାଜସ୍ବ ଦେଇ ନ ପାରିଲେ ସଇରାତ ବନ୍ଦ କରି ଦିଆଯିବ। କିଏ କାହିଁକି ଅଧିକ ଦରରେ ନେଇଛନ୍ତି ତାହା ସେ ଜାଣିଥିବେ ବୋଲି ଜିଲାପାଳ କହିଥିଲେ।

 

– (ପ୍ରମୋଦ ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri