କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି ସ୍ଥିତିରେ କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକ ରଘୁରାମ ମାଛ ବିରୋଧ କରିଛନ୍ତି। ଓଡ଼ିଶାର ସୀମାନ୍ତ ଗ୍ରାମକୁ କୌଣସି କାମରେ ଆସିବାକୁ ହେଲେ ଓଡ଼ିଶା ସରକାର କିମ୍ବା କୋରାପୁଟ ପ୍ରଶାସନର ଅନୁମତି ନେବାକୁ ସେ ଆନ୍ଧ୍ର ପୋଲିସକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋରାପୁଟ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛଙ୍କ ସହ ଦଳର ପୂର୍ବତନ ଜିଲା ସଭାପତି ସୁମନ୍ତ ପ୍ରଧାନ ଓ ଚୈତନ୍ୟ ନନ୍ଦିବାଲି ପ୍ରମୁଖ କୋଟିଆ ପଞ୍ଚାୟତ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସେମାନେ ପଞ୍ଚାୟତର ସୀମାନ୍ତ ଗ୍ରାମ ଫାଟୁସିନେରୀ ଅଭିମୁଖେ ଯାଉଥିଲେ। ଫାଟୁସିନେରୀ ପୂର୍ବରୁ ପଡ଼ୁଥିବା ମାଡକାର ଗ୍ରାମରେ ଆନ୍ଧ୍ର ପୋଲିସର କିଛି କର୍ମଚାରୀଙ୍କୁ ସେମାନେ ଦେଖିଥିଲେ। ସେଠାରେ କୋଟିଆ ପଞ୍ଚାୟତ ପାଇଁ ନିଯୁକ୍ତ ଆନ୍ଧ୍ର ପୋଲିସ ଅଧିକାରୀ ପି. ରାମକୃଷ୍ଣଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ଆନ୍ଧ୍ର ପୋଲିସକୁ ଦେଖି ବିଧାୟକ ରଘୁରାମ ମାଛ ବାରମ୍ବାର ଏଠାକୁ ଆସି ବିବାଦ ବଢ଼ାଉଥିବା ନେଇ ପ୍ରଶ୍ନ କରିଥିଲେ। ଓଡ଼ିଶାର ସୀମାନ୍ତ ଗ୍ରାମରେ କୌଣସି କାମ ଥିଲେ ଓଡ଼ିଶା ସରକାର କିମ୍ବା କୋରାପୁଟ ପ୍ରଶାସନର ଅନୁମତି ନେଇ ଆସିବାକୁ ସେ କହିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ କୋଟିଆ ପଞ୍ଚାୟତର ସ୍ୱାର୍ଥ ପାଇଁ ଲଢ଼ୁଥିବା ବିଭିନ୍ନ ସଂଗଠନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଓଡ଼ିଶା ସରକାର ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ସୀମା ବିବାଦ ଓ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହୋଇଛି କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏପରି ସ୍ଥିତିରେ ଓଡ଼ିଶାର ଜଣେ ବିଧାୟକ ଆନ୍ଧ୍ର ପୋଲିସକୁ ଫେରିଯିବାକୁ କହିବା ଘଟଣା କୋଟିଆକୁ ନେଇ ଚାଲିଥିବା ରାଜନୈତିକ ଓ ସାମାଜିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?