ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି ୧୫ ଜୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ସମୁଦାୟ ୮୭,୭୫୦ ଟଙ୍କା,୩ ପ୍ୟାକେଟ୍‌ ତାସ ଓ ଜରିପାଲ ଜବତ କରିଥିବା ଜଣାପଡିଛି। ଶନିବାର ରାତିରେ ଅନନ୍ତେଇ ଗ୍ରାମରେ ଚାଲିଥିବା ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ପୋଲିସ ଟିମ୍‌ ଚଢାଉ କରିଥିଲେ।ପୋଲିସକୁ ଦେଖି ଜୁଆଡିମାନେ ଦୌଡ଼ି ପଳାଉଥିବାବେଳେ ୪ ଜଣଙ୍କୁ ପୋଲିସ ମାଡ଼ି ବସିଥିଲେ। ସେମାନଙ୍କ ନିକଟରୁ ୨୦,୧୦୦ ଟଙ୍କା,ତାସ ପ୍ୟାକେଟ ଓ ଜରିପାଲ ଜବତ କରି ଅଭିଯୁକ୍ତ ମାନଙ୍କୁ ଥାନାକୁ ଆଣିଥିଲେ।ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ୪୫୦/୨୬ ଅନୁଯାୟୀ ମାମଲା ରୁଜୁ କରିଛନ୍ତି। ସେହିପରି ଗତ ଗୁରୁବାର ରାତିରେ ସିଦ୍ଧେଶ୍ୱର ଗ୍ରାମରେ ଚାଲିଥିବା ଜୁଆଖେଳରେ ପୋଲିସ ଚଢ଼ାଉ କରି ୪ ଜଣ ଜୁଆଡିଙ୍କୁ ଧରିଥିବା ବେଳେ ଅନ୍ୟମାନେ ଦୌଡ଼ି ପଳାଇଥିଲେ। ସେଠାରୁ ପୋଲିସ ୨୭,୧୦୦ ଟଙ୍କା,ତାସ ପ୍ୟାକେଟ ଜବତ କରିଥିଲେ। ଅଭିଯୁକ୍ତମାନଙ୍କ ନାଁରେ ୪୪୬/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେହିପରି ଗତ ବୁଧବାର ରାତି ପ୍ରାୟ ୯ ଟାରେ ଭୀଷ୍ମଗିରି ଗ୍ରାମ ଓଷାକୋଠୀ ମନ୍ଦିର ନିକଟରେ ଚାଲିଥିବା ଜୁଆଖେଳ ଉପରେ ଦିଗପହଣ୍ଡି ଥାନା ଏସ୍‌.ଆଇ ମହାପ୍ରସାଦ ମହାନ୍ତି ସଦଳବଳ ଅତର୍କିତ ଚଢ଼ାଉ କରି ୭ ଜଣ ଜୁୁଆଡ଼ିଙ୍କୁ ଗିରଫ କରିଥିବା ବେଳେ କିଛି ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିମାନଙ୍କ ଠାରୁ ୪୦ ହଜାର ୫୫୦ ଟଙ୍କା ,ତାସମୁଠା ଜବତ କରାଯାଇ କେସ୍‌ ନଂ.୪୪୪/୨୬ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଜୁଆଖେଳରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର ହେବା ନେଇ ସର୍ତ୍ତ ମୂଳକ ଜାମିନରେ ଛଡ଼ାଯାଇଥିବା ଆଇଆଇସି କହିଛନ୍ତି। ଗଞ୍ଜାମ ଜିଲାର ପ୍ରାୟ ସମସ୍ତ ଗାଁ ମାନଙ୍କରେ ଆଶ୍ୱିନ ମାସ ଦଶହରା ପୂର୍ବରୁ ଦୀପାବଳି ବିଶେଷକରି କାର୍ତ୍ତିକ ପୂର୍ଣ୍ଣିମା ଛାଡ଼ଖାଇ ପର୍ଯ୍ୟନ୍ତ ଲୋକେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଇ ଜୁଆ ଖେଳିଥାନ୍ତି। ସ୍ଥଳ ବିଶେଷରେ ଜୁଆଖେଳକୁ ନେଇ ଆକ୍ରମଣ-ପ୍ରତି ଆକ୍ରମଣ ହେବା ମଧ୍ୟ ନଜିର ରହିଛି।ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ରାଜନୈତିକ ପୃଷ୍ଠ ପୋଷକତା ରେ କିଛି ପେଶାଦାର ଅପରାଧୀ ଯୋଜନାବଦ୍ଧ ଭାବେ ସୁବ୍ୟବସ୍ଥିତ ଢଙ୍ଗରେ ବଡ଼ ଧରଣର ଜୁଆ ଆଡ୍ଡା ପରିଚାଳନା କରି ପାଲି ନାଁ ରେ ବିପୁଳ ଅର୍ଥ ଆଦାୟ କରୁଛନ୍ତି। ଏନେଇ ଜଣେ ପୋଲିସ ଅଧିକାରୀଙ୍କୁ ପଚାରିବାରୁ ପରମ୍ପରାକୁ ଦ୍ୱାହି ଦେଇ ପୂର୍ବ ପ୍ରସ୍ତୁତି ପ୍ରକାରେ ସଙ୍ଗଠିତ ହୋଇ ଲକ୍ଷଲକ୍ଷ ଟଙ୍କା ବାଜି ଲଗାଇ ଜୁଆ ଖେଳିବା ଅପରାଧ। ଯେଉଁମାନେ ଜୁଆ ଖେଳରେ ସମ୍ପୃକ୍ତ ରହୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଗିରଫ କରାଯାଇ ଆବଶ୍ୟକ ହେଲେ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି। ଏପରିକି ସର୍ବସାଧାରଣ ସ୍ଥାନରେ କିମ୍ବା ଘର, ଲଜିଂ, ଡାକବଙ୍ଗଳା,ପାନ୍ଥ ନିବାସ ମାନଙ୍କରେ ଯେ କେହି ସଙ୍ଗଠିତ ଭାବେ ଜୁଆ ଖେଳିଲେ ପୋଲିସ କୌଣସି ପ୍ରକାରେ ବରଦାସ୍ତ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍‌ ପଡିଲେ…

ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ…

ସ୍କୁଲ ବସ୍‌ରେ ଲାଗିଲା ନିଆଁ, ଜାଣିଶୁଣି କେହି…

ନବରଙ୍ଗପୁର,୨୫ା୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ସ୍କୁଲ ପରିସରରେ ଥିବା ଏକ ଅବ୍ୟବହୃତ ବସ୍‌ରେ ନିଆଁ ଲାଗି ଜଳିଯାଇଛି। ବସ୍‌ଟି ହୁତୁହୁତୁ ହୋଇ…

୬ ନଭେମ୍ୱର ଯାଏଁ ଚମକିବ ଭାଗ୍ୟ, ତ୍ରିଗ୍ରହୀ ଯୋଗରୁ ଏହି ୩ ରାଶିଙ୍କ ପ୍ରବଳ ଧନଲାଭ!

ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବା ତିନୋଟି ରାଶି ପାଇଁ ବେଶ ଭାଗ୍ୟଶାଳୀ ସାବ୍ୟସ୍ତ ହେବ। ନଭେମ୍ୱର ୬ ତାରିଖରେ ଶୁକ୍ର ଗ୍ରହ ତୁଳା ରାଶିରୁ କନ୍ୟା ରାଶିକୁ…

ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ କଲେ ଏମ୍‌ପି-ବିଧାୟକ, ପ୍ରତିଶ୍ରୁତି ଦେଇ କହିଲେ ଖୁବ୍‌ଶୀଘ୍ର ଜିଲାରେ ପ୍ରତିଷ୍ଠା ହେବାକୁ ଯାଉଛି…

ମହାକାଳପଡ଼ା,୨୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ନଦୀନାଳ ଘେରା ବତୀଘର ପଞ୍ଚାୟତରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମ୍‌ପି ବୈଜୟନ୍ତ ପଣ୍ଡା ଓ ମହାକାଳପଡ଼ା ବିଧାୟକ ଡ.…

ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…

ନଦୀପଠା ଜମିରେ ବିଲ୍ଡରଙ୍କ ଆଖି: ଏନ୍‌ଜିଟି ନିର୍ଦ୍ଦେଶ ସମ୍ପର୍କରେ ଅବଗତ ନାହିଁ ରାଜସ୍ୱ ବିଭାଗ

କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ…

ନ୍ୟୁଜିଲାଣ୍ଡକୁ ହରାଇବା ପରେ ଏହି ୩ ଖେଳାଳିଙ୍କ ଫ୍ୟାନ୍‌ ହେଲେ ଗମ୍ଭୀର, କଲେ ସ୍ପେଶାଲ ପୋଷ୍ଟ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ବିଜୟ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖେଳାଳିଙ୍କ ପ୍ରଶଂସାରେ ଏକ ସ୍ବତନ୍ତ୍ର…

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?