ଏଇ ଭାରତରେ

ବାଉଁଶରେ ନିର୍ମିତ ବିଭିନ୍ନ ଉପକରଣ ଦେଖିଛନ୍ତି ଓ ବ୍ୟବହାର ମଧ୍ୟ କରୁଛନ୍ତି। କିନ୍ତୁ ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଚାଲିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା। ବିହାର ସମସ୍ତିପୁର ବାସିନ୍ଦା ଅମରେଶ କୁଶଓ୍ବା ଏଭଳି ସାଇକେଲ ନିର୍ମାଣ କରିଛନ୍ତି। ସେ ବିଭିନ୍ନ କମ୍ପାନୀ ଦ୍ୱାରା ବଜାରକୁ ଆସୁଥିବା ଲୁହାସାଇକେଲର ମଡେଲକୁ ଦେଖି ବାଉଁଶରେ ସେଭଳି ସାଇକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ନିଜସ୍ବ ଉଦ୍ୟମ ଓ ଜ୍ଞାନକୌଶଳ ଉପଯୋଗ କରି ମାତ୍ର ୨୫ ଦିନରେ ବାଉଁଶରେ ସାଇକେଲ ନିର୍ମାଣ ଶେଷ କରିଛନ୍ତି। ଏହି ସାଇକେଲର ମୂଲ୍ୟ ୫୦୦ ଟଙ୍କା। ଏହାକୁ ସେ ୧୫ ଅଗଷ୍ଟରେ ଲଞ୍ଚ୍‌ କରିଥିଲେ। ଏହି ସାଇକେଲର ଟାୟାର ରବର ହୋଇଥିବାବେଳେ ଆଉ ସବୁ ପାର୍ଟସ୍‌ ବାଉଁଶରେ ନିର୍ମିତ। ନାମୀଦାମୀ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ସାଇକେଲ ମୂଲ୍ୟ ପାଖାପାଖି ୧୦,୦୦୦ ଟଙ୍କା ହୋଇଥିବାରୁ ଗରିବ ଲୋକେ ବାଉଁଶ ସାଇକେଲ ସହଜରେ କଣିପାରିବେ ବୋଲି କୁହନ୍ତି ଅମରେଶ। ଏବେ ଏହି ସାଇକେଲ ଦେଖିବାକୁ ବିହାରର ବିଭିନ୍ନ ଅଞ୍ଚଳରୁ ଲୋକମାନେ ତାଙ୍କ ଘରକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

ବୈଦିକ ସଂସ୍କୃତିର ସୌରଭ

ବେଦ, ମାନବ ଜାତି ପାଇଁ ଈଶ୍ୱରଙ୍କ ଅମୂଲ୍ୟ ସଂପଦ। ଏହା ପରମାତ୍ମାଙ୍କ ଅମୃତ ବାଣୀ। ଆର୍ଯ୍ୟ ସାହିତ୍ୟର ଅକ୍ଷୟ ଭଣ୍ଡାର। ଏଥିରେ ଥିବା ଈଶ୍ୱର ପ୍ରଦତ୍ତ...

ଆତଙ୍କବାଦ: ଉତ୍ସ ଓ ଉତ୍ପାଟନ

କେବଳ ମାତ୍ର ତୁମ ନିଜ ବିଶ୍ୱାସକୁ ହିଁ ଜ୍ଞାନ ବୋଲି କହି ଅନ୍ୟମାନଙ୍କ ବିଶ୍ୱାସକୁ ପ୍ରମାଦ, ଅଜ୍ଞାନ ଅଥବା ମିଥ୍ୟା ବୋଲି ଅଭିହିତ କରିବା ନିହାତି...

ସସୀମରୁ ଅସୀମ

ଛତିଶଗଡ଼ ବିଳାସପୁର ନିକଟରେ ଅଛି ଛୋଟ ସହର ମହ୍ଲାର ଏବଂ ଏଠାରେ ଚାରି ବାହୁ ଥିବା ଜଣେ ସୈନିକଙ୍କ ମୂର୍ତ୍ତି ଦେଖିବାକୁ ମିଳେ। ସେ ହାତରେ...

ତରକାରି ଆଇନକୁ ଅଣଦେଖା

ବର୍ତ୍ତମାନ ବିବାହ ଓ ଭୋଜିଭାତ ଋତୁ ଚାଲିଛି। ଏହି ସମୟରେ ନଅ ତିଅଣ ଛଅ ଭଜାଠାରୁ ଆହୁରି ଲମ୍ବି ଗଲାଣି ଖାଇବା ମେନୁର ତାଲିକା। ଏମିତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri