Posted inଜାତୀୟ

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ ଯେ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ରାଜନୀତିରୁ ଦୂରେଇ ରଖିବା, କଳଙ୍କିତ ଲୋକଙ୍କୁ ଟିକେଟ ନ ଦେବା ଏବଂ ସାମାଜିକ ସମୀକରଣ ବଜାୟ ରଖିବା ପାଇଁ ଦଳ ଉଦ୍ୟମ କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୁମଲଙ୍କୁ ଟିକେଟ ଦିଆଯାଇ ନାହିଁ। ଏହା ବ୍ୟତୀତ ଅନୁରାଗ ଠାକୁରଙ୍କ ଶ୍ୱଶୁର ଗୁଲାବ ସିଂଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ୨୦୧୭ ରେ ଉଭୟ ନେତା ବିଧାନସଭା ନିର୍ବାଚନରେ ହାରିଥିଲେ ଏବଂ ଏବେ ତାଙ୍କୁ ୭୫ ବର୍ଷରୁ ଅଧିକ ହୋଇଛି। ତେଣୁ ଦଳ ତାଙ୍କୁ ଏଥର ନିର୍ବାଚନ ରାଜନୀତିରୁ ଦୂରେଇ ରଖିଛି। ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର ଅନୁସାରେ ପରିବାରର ଜଣକୁ ଟିକଟ ପ୍ରଦାନ ଏବଂ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢ଼ିବା ମନା କରାଯାଇଛି।

ଯଦିଓ ଏହା କୁହାଯାଉଛି ଯେ ପ୍ରେମ କୁମାର ଧୁମାଲ ଏହାକୁ ଅନୁଭବ କରିସାରିଛନ୍ତି। ଏହି କାରଣରୁ ସେ ଦଳର ହାଇକମାଣ୍ଡଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବର୍ତ୍ତମାନ ମୁଁ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ ଏବଂ ମୋର ବୟସ ୭୮ ବର୍ଷ ହୋଇଯାଇଛି। ଏହା ବ୍ୟତୀତ ଧର୍ମପୁରର ବିଧାୟକ ମହେନ୍ଦ୍ର ସିଂ ଠାକୁର ତଥା ଜୟ ରାମ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇପାରି ନାହାଁନ୍ତି। ବୃଦ୍ଧାବସ୍ଥା ହେତୁ ତାଙ୍କୁ ମଧ୍ୟ ତାଲିକାରେ ସ୍ଥାନ ମିଳିନି।ତେବେ ତାଙ୍କ ପୁଅ ରାଜନ ଠାକୁର ଏଥର ଭାଜପା ପକ୍ଷରୁ ନିର୍ବାଚନ ଲଢ଼ିବେ।

ଭାଜପା ୧୧ ଜଣ ବିଧାୟକଙ୍କ ଟିକେଟ କାଟିଛି। ତେବେ ମହେନ୍ଦ୍ର ସିଂ ଠାକୁରଙ୍କ ପରିବାରରେ କେବଳ ପୁଅ ଟିକେଟ ପାଇଛନ୍ତି। ଏହା ବ୍ୟତୀତ ରାକେଶ ପଠାନିଆ ଏବଂ ସୁରେଶ ଭରଦ୍ୱାଜଙ୍କ ଆସନ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?