Posted inଜାତୀୟ

ହିମାଚଳ ପ୍ରଦେଶରେ ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର, ପରିବାରର ଜଣକୁ ଟିକଟ-୭୫ ବର୍ଷରୁ ଅଧିକଙ୍କୁ ନିର୍ବାଚନ ଲଢ଼ିବା ମନା…

ଶିମଲା,୧୯।୧୦ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୬୨ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଅନେକ ଭେଟେରାନ ଏହି ତାଲିକାରେ ସ୍ଥାନ ପାଇଥିବାବେଳେ କେତେକଙ୍କୁ ମଧ୍ୟ କାଟି ଦିଆଯାଇଛି। ହିମାଚଳ ଭାଜପା ସୂତ୍ରରୁ ପ୍ରକାଶ ଯେ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ରାଜନୀତିରୁ ଦୂରେଇ ରଖିବା, କଳଙ୍କିତ ଲୋକଙ୍କୁ ଟିକେଟ ନ ଦେବା ଏବଂ ସାମାଜିକ ସମୀକରଣ ବଜାୟ ରଖିବା ପାଇଁ ଦଳ ଉଦ୍ୟମ କରିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପିତା ପ୍ରେମ କୁମାର ଧୁମଲଙ୍କୁ ଟିକେଟ ଦିଆଯାଇ ନାହିଁ। ଏହା ବ୍ୟତୀତ ଅନୁରାଗ ଠାକୁରଙ୍କ ଶ୍ୱଶୁର ଗୁଲାବ ସିଂଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ୨୦୧୭ ରେ ଉଭୟ ନେତା ବିଧାନସଭା ନିର୍ବାଚନରେ ହାରିଥିଲେ ଏବଂ ଏବେ ତାଙ୍କୁ ୭୫ ବର୍ଷରୁ ଅଧିକ ହୋଇଛି। ତେଣୁ ଦଳ ତାଙ୍କୁ ଏଥର ନିର୍ବାଚନ ରାଜନୀତିରୁ ଦୂରେଇ ରଖିଛି। ଭାଜପାର ନୂଆ ପ୍ରାର୍ଥୀ ଚୟନ ସୂତ୍ର ଅନୁସାରେ ପରିବାରର ଜଣକୁ ଟିକଟ ପ୍ରଦାନ ଏବଂ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ନିର୍ବାଚନ ଲଢ଼ିବା ମନା କରାଯାଇଛି।

ଯଦିଓ ଏହା କୁହାଯାଉଛି ଯେ ପ୍ରେମ କୁମାର ଧୁମାଲ ଏହାକୁ ଅନୁଭବ କରିସାରିଛନ୍ତି। ଏହି କାରଣରୁ ସେ ଦଳର ହାଇକମାଣ୍ଡଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ବର୍ତ୍ତମାନ ମୁଁ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହିଁ ଏବଂ ମୋର ବୟସ ୭୮ ବର୍ଷ ହୋଇଯାଇଛି। ଏହା ବ୍ୟତୀତ ଧର୍ମପୁରର ବିଧାୟକ ମହେନ୍ଦ୍ର ସିଂ ଠାକୁର ତଥା ଜୟ ରାମ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇପାରି ନାହାଁନ୍ତି। ବୃଦ୍ଧାବସ୍ଥା ହେତୁ ତାଙ୍କୁ ମଧ୍ୟ ତାଲିକାରେ ସ୍ଥାନ ମିଳିନି।ତେବେ ତାଙ୍କ ପୁଅ ରାଜନ ଠାକୁର ଏଥର ଭାଜପା ପକ୍ଷରୁ ନିର୍ବାଚନ ଲଢ଼ିବେ।

ଭାଜପା ୧୧ ଜଣ ବିଧାୟକଙ୍କ ଟିକେଟ କାଟିଛି। ତେବେ ମହେନ୍ଦ୍ର ସିଂ ଠାକୁରଙ୍କ ପରିବାରରେ କେବଳ ପୁଅ ଟିକେଟ ପାଇଛନ୍ତି। ଏହା ବ୍ୟତୀତ ରାକେଶ ପଠାନିଆ ଏବଂ ସୁରେଶ ଭରଦ୍ୱାଜଙ୍କ ଆସନ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ରାଜନୀତିରେ ଟୁଇଷ୍ଟ: ନୀତିଶ କୁମାରଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା

ପାଟନା,୩୧।୩: ବିହାରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟ ସଭା ଯିବାକୁ ଇଛା ପ୍ରକାଶ କରିବା ପରେ ରାଜ୍ୟ...

ହତ୍ୟାକାରୀଙ୍କୁ ଧରାପକାଇ ଦେଲା ଟାଟୁ

ଥାଣେ,୧୬।୯: ନବି ମୁମ୍ବାଇରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବାର ଦିନକ ପରେ ଟାଟୁ କାରଣରୁ ମୃତକଙ୍କ ପରିଚୟ ମିଳିଛି। କଟା ହାତରେ ଥିବା ଟାଟୁ ସହାୟତାରେ...

ଭାରତ ଆସିବେ ଚାଇନା ବୈଦେଶିକ ମନ୍ତ୍ରୀ: ଜି -୨୦ ବୈଠକରେ ଦେବେ ଯୋଗ

ନୂଆଦିଲ୍ଲୀ,୨୮।୨: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ମାର୍ଚ୍ଚ ୨ରେ ଦିଲ୍ଲୀରେ ଅନୁଷ୍ଠିତ ଜି -୨୦ ବୈଦେଶିକ ମନ୍ତ୍ରୀ...

ଭାଜପା ପାଲଟିଛି ଭିଡ଼ିଓ ତିଆରି କରୁଥିବା ପାର୍ଟି : କେଜରିଓ୍ବାଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୭।୧୧ : ତିହାର ଜେଲର ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଜପା ପକ୍ଷରୁ ଜାରି କରାଯାଇଛି। ଏପରିସ୍ଥଳେ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସୁରଟରେ...

କନ୍ଦାଉଛି କରୋନା

ନୂଆଦିଲ୍ଲୀ,୧୧ା୪: ଦିନକୁ ଦିନ ଭାରତରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଶୁକ୍ରବାର ମୃତ୍ୟୁସଂଖ୍ୟା ୨୪୬କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା...

ଇଦ୍‌ରେ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି କଲା ଗୋଇନ୍ଦା ବ୍ୟୁରୋ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୮,(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ଭାରତ ବିରୋଧରେ ବିଷ ଓଗାଳୁଥିବା ପାକିସ୍ତାନ ରଚିଛି...

ସବୁ ରେକର୍ଡ ଭାଙ୍ଗିଲା କରୋନା: ଏବେ ୪ ଲକ୍ଷ ମୁହାଁ…

ନୂଆଦିଲ୍ଲୀ,୨୯।୪: ଦେଶରେ କରୋନା ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେଲଗାମ୍‌ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ମୋକାମରୁ ଆରଜେଡ଼ି ବିଜୟୀ…

ପାଟନା,୬।୧୧ : ୨୦୨୨ ଉପ-ନିର୍ବାଚନରେ ବାହୁବଳୀ ନେତା ଅନନ୍ତ ସିଂଙ୍କ ସ୍ତ୍ରୀ ନୀଲମ ଦେବୀ ଆରଜେଡି ଟିକେଟରେ ମୋକାମା ଆସନରୁ ଜିତିଛନ୍ତି। ସେ ଭାରତୀୟ ଜନତା...

Advertisement
Archives

Model This Week