Posted inଜାତୀୟ

ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ ଅଧିବେଶନ ବିଫଳ ହୋଇଛି। ତେଣୁ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଗୁଜରାଟ ଓ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସତ୍ତା ହରାଇବ ବୋଲି ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି। ଉଦୟପୁର ଚିନ୍ତନ ଶିବିରର ଫଳାଫଳ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମତରେ ଚିନ୍ତନ ଶିବିରରୁ ଦଳ କିଛି ହାସଲ କରିନାହିଁ। କେବଳ ଦଳର ସ୍ଥିତାବସ୍ଥାକୁ ଅଧିକ ଦିନ ଜାରି ରଖିବା ଓ କଂଗ୍ରେସ ନେତୃତ୍ୱକୁ ଗୁଜରାଟ ଓ ହିମାଚଳରେ ସତ୍ତା ହରାଇବା ପର୍ଯ୍ୟନ୍ତ ସୁଯୋଗ ଦେବାକୁ ସମୟ ମିଳିଛି ବୋଲି କିଶୋର ଏକ ପୋଷ୍ଟରେ ଲେଖିଛନ୍ତି।
୨୦୧୪ରୁ କ୍ରମାଗତ ଭାବେ କଂଗ୍ରେସ ନିର୍ବାଚନ ହାରିବା ପରେ କଠୋର ନିଷ୍ପତ୍ତି ନେବାର ପ୍ରତିଶ୍ରୁତି ଦେଇ ଚିନ୍ତନ ବୈଠକରେ କେତେକ ସଂସ୍କାରକୁ ଅନୁମୋଦନ କରିଥିଲା। ତେବେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ହୋଇନାହିଁ। ସୂଚନାଯୋଗ୍ୟ, କିଶୋର କଂଗ୍ରେସରେ ଯୋଗଦେବା ନେଇ କିଛି ସପ୍ତାହ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଚିନ୍ତନ ବୈଠକର କିଛିଦିନ ପୂର୍ବରୁ ସେ ୨୦୨୪ ସାଧାରଣ ନିର୍ବାଚନ ଓ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ କେତେକ ପ୍ରସ୍ତାବ ଦେଇଥିଲେ। ତାଙ୍କୁ କ୍ଷମତାସମ୍ପନ୍ନ କାର୍ଯ୍ୟକାରୀ ଗ୍ରୁପ୍‌ରେ କାମ କରିବାକୁ କୁହାଯିବାରୁ ସେ ନିଜକୁ ଦଳଠାରୁ ଦୂରେଇ ରଖିଥିଲେ। ଦଳ ସମ୍ବିଧାନରେ ଏଭଳି ଗ୍ରୁପ୍‌ର କୌଣସି କର୍ତ୍ତୃତ୍ୱ ନ ଥିବା କିଶୋର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଲିଙ୍ଗମଝୋଲା ଗାଁରେ ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଲେକେ ଦୌଡ଼ିଲେ

କଲ୍ୟାଣସିଂହପୁର, ୧୭।୫ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ପାର୍ସଲି ପଞ୍ଚାୟତର ଲିଙ୍ଗମଝୋଲା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତି ଅଧରେ ଏକ ୧୦ଟିକିଆ…

ପୁରୀରୁ ଶଶୁର ଘରକୁ ଫେରୁଥିଲେ: ଟ୍ରଲର-କାର ମୁହାଁମୁହିଁ ଧକ୍କା, ୨ ମୃତ ୩ ଗୁରୁତର

ପାପଡ଼ାହାଣ୍ଡି, ୧୭।୫ (ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍ ଜିଟିକିଗୁଡ଼ା ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।…

୨ଟି ଗ୍ୟାସ କନେକ୍ସନ ନେଇଥିଲେ ଜାଣି ନିଅନ୍ତୁ, ଜୁନ ୩୦ସୁଦ୍ଧା ହୋଇଯିବ ବନ୍ଦ! କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ନୂଆ ନିୟମ ଅନୁଯାୟୀ, ଭାରତୀୟ ପରିବାରଗୁଡ଼ିକ ଏବେ LPG ସଂଯୋଗ କିମ୍ୱା PNG ସଂଯୋଗ ରଖିପାରିବେ କିନ୍ତୁ ଉଭୟ ନୁହେଁ। ଯଦି ଆପଣଙ୍କର ବର୍ତ୍ତମାନ ଉଭୟ…

ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର…

ଛୁଟିଦିନରେ ଏତିକି ହେଲା ତେଲ ଦର; ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର..

ନୂଆଦିଲ୍ଲୀ,୧୭।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଶୁକ୍ରବାର ଠାରୁ ପେଟ୍ରୋଲ ଡିଜେଲ ପାଇଁ ନୂଆ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।…

POCSO ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ, ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୭।୫: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭଗୀରଥ ସାଇକୁ ତେଲେଙ୍ଗାନା ପୋଲିସ ଶନିବାର ଗିରଫ କରିଛି। ତେବେ କେନ୍ଦ୍ରମନ୍ତ୍ରୀ ପୁଅକୁ ସରେଣ୍ଡର କରାଇଥିବାର ଦାବି…

ପ୍ଲାଟିନମ୍‌ ଉପାଦାନ ଉତ୍ତୋଳନ ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୫(ପି.ଟି./ସୁନିତ୍‌ ମିଶ୍ର): ବିଶ୍ୱ ବଜାରରେ ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ଭଳି କଞ୍ଚାମାଲର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଟିନମ୍‌ର ଚାହିଦା ମଧ୍ୟ ବଢ଼ିିଛି ।…

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri