ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା: ଗଞ୍ଜାମରେ ଶିଶୁଙ୍କ କୋଭିଡ୍‌ ଲକ୍ଷଣ ଯାଞ୍ଚ ଆରମ୍ଭ

ଛତ୍ରପୁର,୯।୬(ଡି.ଏନ୍‌.ଏ.): ଆଗାମୀ ଦିନରେ କରୋନା ତୃତୀୟ ଲହରରେ ଶିଶୁମାନେ ବେଶି ସଂକ୍ରମିତ ହେବା ନେଇ ବିଶେଷଜ୍ଞ ମତ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ
କରୋନା ସଂକ୍ରମଣଠାରୁ ଶିଶୁଙ୍କୁ ସୁରକ୍ଷା ରଖିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ସମସ୍ତ ଘରକୁ ଘର ବୁଲି ଶିଶୁମାନଙ୍କର କୋଭିଡ ଲକ୍ଷଣ ଯାଞ୍ଚ ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି। ଆଶାକର୍ମୀ, ଏ.ଏନ୍‌.ଏମ. ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କୁ ଏଥିରେ ସାମିଲ କରାଯାଇଛି। କୋଭିଡ ଲକ୍ଷଣ, ଅକ୍ସିଜେନ ସ୍ତର ଯାଞ୍ଚ କାର୍ଯ୍ୟ କୋଭିଡ ନିୟମ ଅନୁପାଳନ କରାଯାଇ ହେଉଛି ।
ଲକ୍ଷଣ ଯୁକ୍ତ ଶିଶୁମାନଙ୍କୁ ଅଧିକ ଯତ୍ନ ଏବଂ ସୁଷମ ଖାଦ୍ୟ ଦିଗରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଏହି ଅଭିଯାନ ପରିଚାଳନା ଦିଗରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ କମିଶନର୍‌ ଏବଂ ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଗଣ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସାମାନ୍ୟ ଲକ୍ଷଣଯୁକ୍ତ ଶିଶୁ ମାନଙ୍କର ତଣ୍ଟି ଦରଜ ହେବା, କାଶ ହେବା, ଶ୍ବାସକ୍ରିୟାରେ ଅସୁବିଧା ଥିଲେ ସେମାନଙ୍କ ଗୃହରେ ଏକାନ୍ତ ରଖି ଚିକିତ୍ସା କରାଯିବାକୁ ପରାମର୍ଶ ଦିଆଯାଇଛି । ଅଭିଭାବକ କିମ୍ବା ପିତାମାତାଗଣ ଡାକ୍ତରମାନଙ୍କ ସହିତ କିମ୍ବା ସମ୍ପୃୃକ୍ତ ଅଧିକାରୀମାନଙ୍କ ସହିତ ବରାବର ଯୋଗସୂତ୍ର ରକ୍ଷାକରି ଶିଶୁ ମାନଙ୍କର ଯତ୍ନ ସମ୍ପର୍କରେ ପରାମର୍ଶ ଅନୁଯାୟୀ ଯତ୍ନ ନେବେ । ଅବସ୍ଥା ଗୁରୁତର ହେଲେ ସମ୍ପୃକ୍ତ ଶିଶୁଙ୍କୁ ଚିକିତ୍ସାଳୟକୁ ନେଇ ଚିକିତ୍ସା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିହିଡ଼ିରେ ବିଜେଡିର ନୂତନ ସଦସ୍ୟତା ଗ୍ରହଣ ଅଭିଯାନ, ଦଳକୁ ସୁଦୃଢ଼ କରିବାକୁ ପରାମର୍ଶ

ତିହିଡ଼ି,୨୦।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ୧୩ ପଞ୍ଚାୟତକୁ ନେଇ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ବଜାରରେ ଶୁକ୍ରବାର ବିଜେଡିର ନୂତନ ସଦସ୍ୟତା...

ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା...

ମହୁମାଛି ଆକ୍ରମଣ: ୨ ଛାତ୍ରୀ ଆହତ

ବାଙ୍କୀ,୧୪।୩ (ସ୍ବ.ପ୍ର.): ଡମପଡ଼ା ବ୍ଲକ ସିଂହନାଥପୁରର ବ୍ରହ୍ମେଇଁ ଠାକୁରାଣୀଙ୍କ ପୀଠରେ ଶୁକ୍ରବାର ମହୁମାଛି ଆକ୍ରମଣରେ ବାଙ୍କୀ କଲେଜ ଅର୍ଥନୀତି ବିଭାଗର ୨ ଛାତ୍ରୀ ଆହତ ହୋଇଛନ୍ତି।...

ବନ୍ଦ କୋଠରିରୁ ଭାଉଜ, ଦିଅରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର/ପାଟଣା,୧୩।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ନୂଆବନ୍ଧ ଗ୍ରାମର ଏକ ବନ୍ଦ ଘରୁ ସୋମବାର ସକାଳେ ଦୁଇ ଜଣଙ୍କ ମୃତଦେହ କବାଟ ଭାଙ୍ଗି ଉଦ୍ଧାର...

ପୋତି ହୋଇ ପଡୁଛି ପୂରାତନ ପର୍ଶଳା ରଜାବନ୍ଧ

ଚମ୍ପୁଆ,୩୦ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ପର୍ଶଳା ପଞ୍ଚାୟତରେ ଥିବା ପୂରାତନ ପର୍ଶଳା ରଜାବନ୍ଧ ଏବେ ପୋାତି ହୋଇ ସଙ୍କୁଚିତ ହୋଇଯାଇଥିବା ବେଳେ ଚାଷୀମାନେ କେବଳ...

ଚାରିଘରିଆବାସୀଙ୍କ ଥଇଥାନ ମାମଲା: ଆଶା, ଆଶଙ୍କାରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା ଅଫିସ,୫।୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଚାରିଘରିଆ ଗ୍ରାମବାସୀ ସ୍ଥାନାନ୍ତରକୁ ନେଇ ଚିନ୍ତାରେ ଅଛନ୍ତି। ବନ ବିଭାଗ ପକ୍ଷରୁ ବନାଞ୍ଚଳରୁ ହଟିଯିବା ପାଇଁ...

ରାଜ୍ୟ ରାଜପଥରେ ଶୁଖିଲା ଗଛ: ଯାତାୟାତ ଲାଗି ଭୟ କରୁଛନ୍ତି ଲୋକେ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକ ସାଇ ମନ୍ଦିର ନିକଟରେ ଦୁଇଟିି ବଡ଼ ଶୁଖିଲା ଗଛ ଥିବାରୁ ୫୩ ନଂ. ରାଜ୍ୟ ରାଜପଥରେ ଯାତାୟାତ...

ଯୌତୁକ ପାଇଁ ଯାଇଛି ମୋ ଝିଅର ଜୀବନ

ଭଣ୍ଡାରିପୋଖରୀ,୧୪।୩: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦାଣ୍ଡକୁଳ ଗ୍ରାମରେ ଅଧିକ ଯୌତୁକ ପାଇଁ ମିନତି ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ...

Advertisement
Archives

Model This Week