ଗଞ୍ଜାମରେ ଧାନ ବିକିବା ପାଇଁ ୯୯.୬୪ ପ୍ରତିଶତ ଚାଷୀ କରିଛନ୍ତି ପଞ୍ଜିକରଣ

ଛତ୍ରପୁର, ୭।୯(ଡି.ଏନ୍‌.ଏ.): ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ ମୋଡରେ କରିବା ସକାଶେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଗତ ବର୍ଷ ଖରିଫ ଧାନ ନିମନ୍ତେ ୧ଲକ୍ଷ ୩୪ ହଜାର ୪୬୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ। କରୋନା ପରିସ୍ଥିତି ଯୋଗୁ ଶତକଡ଼ା ୭୭ ପ୍ରତିଶତ ଚାଷୀଙ୍କର ପଞ୍ଜିକରଣ ହୋଇଥିଲା । ବର୍ତ୍ତମାନ ସମସ୍ତ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନଙ୍କର ଅହରହ ପ୍ରଚେଷ୍ଟା ଫଳରେ ଜିଲାର ସମସ୍ତ ବ୍ଲକରେ ୧ ଲକ୍ଷ ୩୩ ହଜାର ୯୭୬ ଜଣ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ଯାହାକି ଶତକଡା ୯୯.୬୪ ପ୍ରତିଶତ। ସମସ୍ତ ପଞ୍ଜିକରଣ ଚାଷୀ ମାନଙ୍କର ତାଲିକା ସେମାନଙ୍କ ନିକଟସ୍ଥ ସେବା ସମବାୟ ସମିତି ମାନଙ୍କରେ ଉପଲବ୍ଧ କରାଯାଉଛି। ଯାହାକି ଚାଷୀମାନେ ସେମାନଙ୍କ ନାମ ତାଲିକା ଦେଖି ପାରୁଛନ୍ତି। ଶତପ୍ରତିଶତ ଚାଷୀମାନଙ୍କର ପଞ୍ଜିକରଣ ଯେପରି ହୋଇପାରିବ ସେଥି ସକାଶେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି. ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ ବିଶ୍ବ ରଞ୍ଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢୀ ପ୍ରମୁଖ ଚେଷ୍ଟା ଚଳାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

ଭାଗ୍ୟ ବଦଳାଇବ ସୂର୍ଯ୍ୟଙ୍କ ମହାଗୋଚର! ସେପ୍ଟେମ୍ବରରୁ ଏହି ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା! କ୍ୟାରିୟରରୁ ବ୍ୟବସାୟ ଯାଏ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୭ ସେପ୍ଟେମ୍ବର ୨୦୨୬ରେ ସୂର୍ଯ୍ୟ ମହାଗୋଚର କରିବେ। ସିଂହ ରାଶିରେ ନିଜ ଯାତ୍ରା ଶେଷ କରି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri