ନୂଆ ଭାରିଆଣ୍ଟ୍‌ ଆଗରେ ଅକାମୀ ହେଉଛି ଭାକ୍ସିନ୍‌, ବିଶେଷଜ୍ଞ ଦେଲେ ସୂଚନା…

ଲଣ୍ଡନ,୧୬।୫: କରୋନା ମହାମାରୀ ସଂକ୍ରମଣରେ ଭାକ୍ସିନ୍‌ ଏବେ ପ୍ରଭାବଶୂନ୍ୟ ହେବାରେ ଲାଗିଛି। ନୂଆ ବି-୧-୬୭୧-୨ ଭାରଆଣ୍ଟ୍‌ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ନେଇ ଭାକ୍ସିନ୍‌ ଅକାମୀ ହୋଇଯାଉଥିବା ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆନ୍ଥୋନୀ ହାର୍ନଡେନ୍‌ ସୂଚନା ଦେଇଛନ୍ତି। ବ୍ରିଟେନ୍‌ର ଭାକ୍ସିନେଶନ ଏବଂ ଇମ୍ୟୁନାଇଜେଶନ୍‌ କମିଟିର ଉପାଧ୍ୟକ୍ଷ ଥିବା ହାର୍ନଡେନ୍‌ ନୂଆ ଭାରିଆଣ୍ଟ୍‌ରୁ ସୁରକ୍ଷିତ ରହିବା ଲାଗି ଲକ୍‌ଡାଉନ୍‌ ଜାରି ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେବେ ଭାରତରେ ଦେଖାଦେଇଥିବା ନୂଆ ଭାରିଆଣ୍ଟ୍‌ କେତେଦୂର ବ୍ରିଟେନ୍‌ରେ ସଂକ୍ରମଣ ହୋଇଛି ସେ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ସୂଚନା ମିଳି ନ ଥିବା ସେ କହିଛନ୍ତି। କରୋନା ଭାକ୍ସିନ୍‌ ମ୍ୟୁଟେଶନ ବିରୋଧରେ କେତେ ପ୍ରଭାବଶାଳୀ ହେଉଛି ଏହା ଉପରେ ଅଧିକ ଗବେଷଣା କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡାର ଗ୍ରାମୀଣ ଅଞ୍ଚଳରେ ଦୁଇସମ୍ପ୍ରଦାୟ ମଧ୍ୟରେ ଛୁରାମାଡ: ୧୦ ମୃତ, ୧୫ ଆହତ

ଓଟାୱା,୫ ।୯: କାନାଡାର ସକ୍ସେଚେୱାନ ଅଞ୍ଚଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଛୁରା ମାଡରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ...

ପ୍ରଥମ କରୋନା ଟିକା ନେଇଥିବା ରୁଷିଆର ରାଷ୍ଟ୍ରପତିଙ୍କ ଝିଅ ବିଷୟରେ ଜାଣନ୍ତୁ…

ମସ୍କୋ,୧୨।୮: ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ଫୁଟନିକ ଭି’ ଭାକ୍ସିନ୍‌କୁ ମଞ୍ଜୁରୀ...

ପରଲୋକରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌

ପ୍ୟାରିସ୍‌,୨୭।୯(ଆଇଏଏନ୍‌ଏସ୍‌): ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜାକ୍‌ ଶିରାକ୍‌ଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ୨୦୦୭ରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା...

ଭାରତକୁ ପ୍ରଶଂସା କଲା ଜାତିସଂଘ

ଜେନେଭା,୨୧।୨: ଜାତିସଂଘ ପକ୍ଷରୁ ଭାରତକୁ ପ୍ରଶଂସା କରାଯାଇଛି। ଭାରତ ଉଲ୍ଲେଖନୀୟ ଅବଦାନ ପାଇଁ ଜାତିସଂଘର ମହାନିର୍ଦ୍ଦେଶକ ଆଣ୍ଟୋନିଓ ଗ୍ୟୁଟେରେସ୍‌ ଏଭଳି କରିଛନ୍ତି। ଭାରତ ଜାତିସଂଘ ଶାନ୍ତି...

୩ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଆର.ଉଦୟଗିରି,୫ା୪(ଡି.ଏନ.ଏ.)-ସାରା ରାଜ୍ୟରେ କରୋନା ଭଳି ମହାମାରୀକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଦିନର ଲକ୍‌ଡାଉନ ଘୋଷଣା କରାଯାଇଛି। ରବିବାର...

ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୫।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ପାର୍ଲାମେଣ୍ଟ ଭିତରେ ବସି ଶପିଂ କରୁଥିଲେ ମହିଳା ଏମ୍‌ପି

କ୍ୱାଲାଲମପୁର୍‌,୩।୩: ଗଣତାନ୍ତ୍ରିକ ଦେଶଗୁଡିକରେ ସରକାର ନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ଦ୍ୱାରା ପରିଚାଳିତ ହୁଏ। ସଂସଦରେ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ...

୬ ଜଣଙ୍କୁ ମୃତ୍ୟୁ ଦଣ୍ଡ

ଲାହୋର,୧୯ା୪: ଧର୍ମନିନ୍ଦା ଅଭିଯୋଗରେ ପାକିସ୍ତାନରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା ମାମଲାରେ ଲାହୋରସ୍ଥିତ ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ସୋମବାର ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ...

Advertisement
Archives

Model This Week