ଥାନା ଫାଟକ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ପଟ୍ଟାଙ୍ଗି,୨୯ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୋରିଷପଦର ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ବାମୀ ଭଗବାନ ଚେଟ୍ଟୀଙ୍କ ମୃତ୍ୟୁ ଘଟଣାରେ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ଗ୍ରାମବାସୀ ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଥାନା ଫାଟକ ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ପ୍ରତିବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାରେ କୌଣସି ଠୋସ୍‌ ପ୍ରମାଣ ମିଳି ନ ଥିବା ହେତୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସମସ୍ୟା ଉପୁଜୁଥିବା ପୋଲିସ ପ୍ରକାଶ କରିଛି। ତେବେ ଭଗବାନଙ୍କ ସହ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ପରିବାର ଲୋକେ ପୋଲିସ ନିକଟରେ କରିଥିବା ଅଭିଯୋଗରେ ଅଭିଯୁକ୍ତମାନଙ୍କ ନାମ ଉଲ୍ଲେଖ କରିଥିଲେ ମଧ୍ୟ ଏଥିପ୍ରତି ପୋଲିସ ଗୁରୁତ୍ୱ ଦେଉ ନ ଥିବା ଯୋଗୁ ଅଭିଯୁକ୍ତମାନେ ନିରାପଦରେ ବାହାରେ ବୁଲୁଛନ୍ତି। ଶୁକ୍ରବାର କଟକ ଏସ୍‌ସିବିରୁ ସମିତିସଭ୍ୟାଙ୍କ ସ୍ବାମୀ ଭଗବାନଙ୍କ ମୃତଦେହ ପଟ୍ଟାଙ୍ଗୀରେ ପହଞ୍ଚତ୍ବା ପରେ ପରିବାର ଓ ସମ୍ପର୍କୀୟମାନେ ମୃତଦେହ ଥାନା ସମ୍ମୁଖରେ ରଖି ପୋଲିସ ନିଷ୍କ୍ରିୟତାର ପ୍ରତିବାଦ କରି ଧାରଣା ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସୁନାବେଡ଼ା ଏସ୍‌ଡିପିଓ ମନୋଜ ବେହେରା ପହଞ୍ଚତ୍ ପରିବାର ସଦସ୍ୟ ଓ ସମ୍ପର୍କୀୟମାନଙ୍କୁ ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ବୁଝାଶୁଝା କରିଥିଲେ। ମାତ୍ର ପରିବାର ଲୋକେ ନିଜ ଦାବିରୁ ଓହରି ନ ଥିଲେ। ଶେଷରେ କୋରାପୁଟ ବିଧାୟକ ରଘୁରାମ ପଡାଲ ଏବଂ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଧାରଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲେ। ଭଗବାନଙ୍କ ଦୁଇ ପିଲାଙ୍କୁ ଏକ ଭଲ ସ୍କୁଲରେ ପାଠ ପଢିବା ପାଇଁ ସୁବିଧା କରିବା, ସମିତିସଭ୍ୟା ଟୁନିଙ୍କୁ ଏକ ସରକାରୀ ଚାକିରି କିପରି ମିଳିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ଦୁଇ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପଟ୍ଟାଙ୍ଗୀ ବିଧାୟକ ପାଢ଼ୀ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରତ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଧାରଣାରୁ ଓହରିଥିଲେ। ଦୋଷୀ କିପରି ତଦନ୍ତ ପରିସରଭୁକ୍ତ ହେବ ଏବଂ ଦଣ୍ଡ ପାଇବ ସେଥିପ୍ରତି ପଦକ୍ଷେପ ନେବାକୁ ପୋଲିସକୁ ଉଭୟେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଭଗବାନଙ୍କ ପରିବାରବର୍ଗଙ୍କୁ ରେଡ୍‌କ୍ରସ୍‌ରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ସମିତିସଭ୍ୟା ଟୁନିଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସୋରିଷପଦର ପଞ୍ଚାୟତ ସରପଞ୍ଚ ଜେଟୁ ହନ୍ତାଳ ଓ ନାଏବ ସରପଞ୍ଚଙ୍କ ସ୍ବାମୀ ଜାକବ ଗରଡ଼ାଙ୍କୁ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣଙ୍କୁ ତଦନ୍ତ ପରିସରକୁ ନେବାପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ, ଏମ୍‌ପିଙ୍କ ବିରୋଧରେ ୪୩୪ ମାମଲା ବିଚାରାଧୀନ

କଟକ,୧୪ା୬ (କାର୍ତ୍ତିକ ସାହୁ): ହାଇକୋର୍ଟ ୱେବ୍‌ସାଇଟ୍‌ରେ ସଦ୍ୟ ପ୍ରକାଶିତ ସୂଚନା ଅନୁସାରେ ଓଡ଼ିଶାର ବିଭିନ୍ନ କୋର୍ଟରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ୪୩୪ଟି ମାମଲା ବିଚାରାଧୀନ...

ଓଲଟିଲା ପିକଅପ୍‌: ୨ ମୃତ, ୧୪ ଆହତ

କୋଣାର୍କ, ୧୪।୬: ପହିଲି ରଜରେ ପୁରୀରୁ ଆସିଛି ଭୟଙ୍କର ଦୁର୍ଘଟଣାର ଖବର। କାକଟପୁର-ନୟାହାଟ ରାସ୍ତାର ଜଗନ୍ନାଥପୁର ନିକଟରେ ଏକ ପିକଅପ୍‌ ଓଲଟାଇବାରୁ ୨ ମୃତ୍ୟୁ ବାରଣ...

ଗଛରେ ପିଟି ହୋଇଗଲା ବାଇକ୍‌: ଚାଲିଗଲା ଜୀବନ

ଥୁଆମୂଳ ରାମପୁର,୧୩ା୬(ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ପୁରୁଣାଗୁମା କରଡାପଦର ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି। ସେ...

ଡିଭାଇଡରରେ ପିଟି ହୋଇ ପଡ଼ିବା ପରେ ମାଡ଼ିଗଲା ଟ୍ୟାଙ୍କର

ରାୟଗଡ଼ା,୧୩।୬(ଆଶିଷ ରଞ୍ଜନ ପଣ୍ଡା): ଏକ ଟ୍ୟାଙ୍କର ମାଡ଼ିଯିବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ରାୟଗଡା ଜିଲା ଚାନ୍ଦିଲି ଥାନା ଅଧୀନ ଭାକୁରଗୁଡା ଗାଁ ନିକଟରେ...

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ବାଚସ୍ପତି ନିଯୁକ୍ତ

ଭୁବନେଶ୍ୱର,୧୩।୬: ରାଜ୍ୟପାଳ ରଘୁବର ଦାସ ଗୁରୁବାର ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରିଛନ୍ତି। ନୂଆ ବିଧାୟକଙ୍କୁ ଶପଥ ପାଠ...

ହାଇସ୍କୁଲରୁ ହଟିବ ୫ଟି ଚାର୍ଟର୍‌

ଭୁବନେଶ୍ୱର,୧୩।୬: ରୂପାନ୍ତରିତ ହାଇସ୍କୁଲଗୁଡ଼ିକରୁ ହଟିବ ୫ଟି ଚାର୍ଟର୍‌। ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀଙ୍କ ଏକ ନିର୍ଦ୍ଦେଶ କ୍ରମେ...

ବିଲୁଆ ଆତଙ୍କ:୫ଜଣଙ୍କୁ କାମୁଡ଼ି ଆକ୍ରମଣ

ଦିଗପହଣ୍ଡି,୧୩ା୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଓ ନୂଆଗଡ଼ ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ବିଲୁଆ କାମୁଡ଼ାରେ ୫ ପୁରୁଷ ଏବଂ...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି: ସ୍ପଷ୍ଟ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୧୩।୬: ମୁଖ୍ୟମନ୍ତ୍ରୀଙ୍କ ଅସଲି ‘x’ ହ୍ୟାଣ୍ଡେଲକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri