ଚର୍ଚ୍ଚାରେ ସପକ୍ଷ, ବିପକ୍ଷବାଦୀଙ୍କ ଧାରଣା

ଯାଜପୁର ଅଫିସ୍‌,୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ଅଭିଯୋଗ ମାମଲା ବହୁ ପୁରୁଣା। ଏହି ଲୁଟ ଅଭିଯୋଗରେ ପୂର୍ବରୁ ୧୦ ଜଣ ଲେଖାଏ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସମେତ ୬ ଜଣ ଉପଜିଲାପାଳ ହରଡ଼ଘଣାରେ ପଡ଼ିଛନ୍ତି। ହାଇକୋର୍ଟ, ଲୋକାୟୁକ୍ତ ଏବଂ ଏନ୍‌ଜିଟିରେ ଏନେଇ ଏକାଧିକ ମାମଲା ବିଚାରାଧୀନ ରହିଛି। ସାଟେଲାଇଟ୍‌ ମାପଚୁପରେ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ପ୍ରମାଣ ମିଳିବା ପରେ ତହସିଲ ପ୍ରଶାସନ ପକ୍ଷରୁ ଏଯାଏ ୧୪ଜଣ ଲିଜ୍‌ଧାରୀଙ୍କ ନାମରେ ପ୍ରାୟ ୨୮୩ କୋଟି ଟଙ୍କାର ଜରିମାନା ଡିମାଣ୍ଡ ନୋଟିସ ହୋଇଛି। ଏଥିରେ ବାଜବାଟି, ବରଡ଼ା, ଡଙ୍କାରୀ, ଅଞ୍ଜିରା, ରାହାଡ଼ପୁର, ଲୁଣିବର ଆଦି କଳାପଥର ଖାଦାନ ରହିଛି। ଏହିକ୍ରମରେ ଅତ୍ୟଧିକ ବ୍ଲାଷ୍ଟିଂ, ବେଆଇନ ଉତ୍ତୋଳନ ଓ ପରିବହନ ସମେତ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାରବାରକୁ ବିରୋଧ କରି ରାହାଡ଼ପୁର ପାହାଡ଼ ନିକଟରେ କେତେଜଣ ଅଞ୍ଚଳବାସୀ ଧାରଣାରେ ବସିଛନ୍ତି। ତେବେ ଏହି ଧାରଣାକୁ ବେଆଇନ ଏବଂ ସ୍ବାର୍ଥ ଜଡ଼ିତ ଥିବା ଦର୍ଶାଇ ବୁଧବାରଠାରୁ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଅଞ୍ଚଳବାସୀ ଲିଜ୍‌ଧାରୀଙ୍କ ସପକ୍ଷରେ ଆନ୍ଦୋଳନ କରୁଛନ୍ତି। ଟନ ପିଛା ୧୦ଟଙ୍କା ଚାନ୍ଦା ସମେତ ଗାଡ଼ି, ମେଶିନ ବ୍ୟବହାରକୁ ନେଇ ଉଭୟ ବିପକ୍ଷ ଏବଂ ସପକ୍ଷବାଦୀ ମୁହଁାମୁହିଁ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
୨୦୨୨ ନଭେମ୍ବର ପ୍ରଥମ ସପ୍ତାହରେ ଯାଜପୁରର ତତ୍କାଳୀନ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ସ୍ବାଗତ କୁମାର ଦାସଙ୍କ ନେତୃତ୍ୱରେ ମାପଚୁପ ସଂସ୍ଥା ମାଇ ୱାର୍ଲଡ କନ୍‌ସାଲଟେନ୍ସି ଡ୍ରୋନ କ୍ୟାମେରା ଲଗାଇ କଳାପଥର ଲୁଟ ଉପରେ ଆକଳନ ଆରମ୍ଭ କରିଥିଲା। ଏବେ ବିପକ୍ଷ ଏବଂ ସପକ୍ଷବାଦୀ ଚଳାଇଥିବା ଆନ୍ଦୋଳନସ୍ଥଳ ରାହାଡ଼ପୁର ଖାଦାନରୁ ଅନୁମୋଦନ ଠାରୁ ପ୍ରାୟ ୩୫୦ କୋଟି ଟଙ୍କାର କଳାପଥର ଅଧିକ ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଆଇନ ଅନୁସାରେ ଏହାର ଦୁଇ ଗୁଣ ପ୍ରାୟ ୭୦୦ କୋଟି ଟଙ୍କା ଜରିମାନା ଆଦାୟ ସମ୍ଭାବନା ଥିଲା। ଏହିକ୍ରମରେ ୨୦୧୬-୧୭ରେ ରାହାଡ଼ପୁର ପାହାଡ଼ର ୨୫ ଏକର ଅଞ୍ଚଳରୁ ୫ ବର୍ଷ ପାଇଁ ୨ ଲକ୍ଷ ୩୫ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ପ୍ରଶାସନିକ ଅନୁମତି ମିଳିଥିଲା। କିନ୍ତୁ ଏହି ୫ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ କୋଟି ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଥିଲା। ସରକାରୀ ଭାବେ ଘନମିଟର ପିଛା ୨୪୫ ଟଙ୍କା ଦରରେ ଏହା ୩୬୭ କୋଟି ଟଙ୍କା ହେଉଥିଲା। ଆକଳନ ଅନୁଯାୟୀ ଯେତେ ପରିମାଣର କଳାପଥର ଅଧିକ ଲୁଟ ହୋଇଛି, ତାହାର ୨ ଗୁଣ ଜରିମାନା ଆଦାୟ ନିୟମ ରହିଛି। ତେବେ ଏଥିରେ କେବଳ ଲିଜ୍‌ଧାରୀଙ୍କ ସମ୍ପୃକ୍ତି ନଥିବା ଏବଂ ଲିଜ ପରିମାଣ ଜମି ବାହାରେ ଆଖପାଖ ଅଞ୍ଚଳରୁ ଅନ୍ୟ କେତେକ ପଥର ବେପାରୀ କଳାପଥର ଲୁଟ କରିଥିବା ସେତେବେଳେ ଚର୍ଚ୍ଚା ହେଉଥିଲା। ତେବେ ଜିଲା ପ୍ରଶାସନ ଏହିସବୁ ଦିଗକୁ ତଦନ୍ତ ନ କରି ଏକ ବେସରକାରୀ ମାପଚୁପ ସଂସ୍ଥା ଉପରେ ଆଖିବୁଜି ଭରସା ରଖିଥିଲା। ସମ୍ପୃକ୍ତ ସଂସ୍ଥା ଏହାକୁ ଏକ ସୁଯୋଗ ମନେ କରି ଲିଜ୍‌ଧାରୀଙ୍କ ସହ ସଲାସୁତୁରା କରି ମାପଚୁପରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏହି ଲୁଟ କାରବାରର ପୁନଃ ତଦନ୍ତ କରିବାକୁ କେତେଜଣ ସାମାଜିକ କର୍ମୀ ଲିଖିତ ଭାବେ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ଏଭଳିସ୍ଥିତିରେ ରାହାଡ଼ପୁର ପାହାଡ଼ରେ କିଭଳି ଭାବେ ବେଆଇନ କଳାପଥର ଉତ୍ତୋଳନ ହେଉନାହିଁ ବୋଲି ସପକ୍ଷବାଦୀମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି, ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏଥିରେ ଲିଜ୍‌ଧାରୀ ଏବଂ କେତେକ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଅନ୍ୟପକ୍ଷେ ବିପକ୍ଷବାଦୀମାନେ କଳାପଥର ଲୁଟ୍‌ ସମେତ ପରିବେଶ ପ୍ରଦୂଷଣ ହେବାର ପ୍ରାୟ ୨ ଦଶନ୍ଧି ହେବ କ’ଣ କରୁଥିଲେ ବୋଲି ମତପ୍ରକାଶ ପାଇଛି। ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା କୁହନ୍ତି, ରାହାଡ଼ପୁର ଖାଦାନର ଲିଜ୍‌ ବାହାରେ ଚୋରାଚାଲାଣ ହୋଇଛି। ଏବେ ସପକ୍ଷ ଓ ବିପକ୍ଷବାଦୀ ନାଟକ କରୁଛନ୍ତି। ସରକାରୀ ଭାବେ ଲିଜ୍‌ ଅଞ୍ଚଳରେ ପିଲର ପୋତି କୌଣସି ଚିହ୍ନଟ କରି ନାହାନ୍ତି। ଏଥିଯୋଗୁ ପାହାଡ ପାଦଦେଶରେ ଥିବା ରାଣୀବନ୍ଧ ଏବଂ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୋତି ହେବାକୁ ବସିଛି। ଏହି କାରବାରରେ କେତେକ ପ୍ରଭାବଶାଳୀ ନେତା ଓ ତାଙ୍କ କର୍ମୀଙ୍କ ସହଯୋଗ ରହିଥିବାବେଳେ ତହସିଲଦାର ଏବଂ ଆର୍‌ଆଇ ନୀରବଦ୍ରଷ୍ଟା ସାଜିଛନ୍ତି। ତେଣୁ ନ୍ୟାୟ ପାଇଁ ଖୁବ୍‌ଶୀଘ୍ର ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?