ଚର୍ଚ୍ଚାରେ ସପକ୍ଷ, ବିପକ୍ଷବାଦୀଙ୍କ ଧାରଣା

ଯାଜପୁର ଅଫିସ୍‌,୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ଥିବା ମୂଲ୍ୟବାନ କଳାପଥର ଲୁଟ୍‌ ଅଭିଯୋଗ ମାମଲା ବହୁ ପୁରୁଣା। ଏହି ଲୁଟ ଅଭିଯୋଗରେ ପୂର୍ବରୁ ୧୦ ଜଣ ଲେଖାଏ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସମେତ ୬ ଜଣ ଉପଜିଲାପାଳ ହରଡ଼ଘଣାରେ ପଡ଼ିଛନ୍ତି। ହାଇକୋର୍ଟ, ଲୋକାୟୁକ୍ତ ଏବଂ ଏନ୍‌ଜିଟିରେ ଏନେଇ ଏକାଧିକ ମାମଲା ବିଚାରାଧୀନ ରହିଛି। ସାଟେଲାଇଟ୍‌ ମାପଚୁପରେ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ପ୍ରମାଣ ମିଳିବା ପରେ ତହସିଲ ପ୍ରଶାସନ ପକ୍ଷରୁ ଏଯାଏ ୧୪ଜଣ ଲିଜ୍‌ଧାରୀଙ୍କ ନାମରେ ପ୍ରାୟ ୨୮୩ କୋଟି ଟଙ୍କାର ଜରିମାନା ଡିମାଣ୍ଡ ନୋଟିସ ହୋଇଛି। ଏଥିରେ ବାଜବାଟି, ବରଡ଼ା, ଡଙ୍କାରୀ, ଅଞ୍ଜିରା, ରାହାଡ଼ପୁର, ଲୁଣିବର ଆଦି କଳାପଥର ଖାଦାନ ରହିଛି। ଏହିକ୍ରମରେ ଅତ୍ୟଧିକ ବ୍ଲାଷ୍ଟିଂ, ବେଆଇନ ଉତ୍ତୋଳନ ଓ ପରିବହନ ସମେତ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାରବାରକୁ ବିରୋଧ କରି ରାହାଡ଼ପୁର ପାହାଡ଼ ନିକଟରେ କେତେଜଣ ଅଞ୍ଚଳବାସୀ ଧାରଣାରେ ବସିଛନ୍ତି। ତେବେ ଏହି ଧାରଣାକୁ ବେଆଇନ ଏବଂ ସ୍ବାର୍ଥ ଜଡ଼ିତ ଥିବା ଦର୍ଶାଇ ବୁଧବାରଠାରୁ ସ୍ଥାନୀୟ ଲୋକପ୍ରତିନିଧି ଏବଂ ଅଞ୍ଚଳବାସୀ ଲିଜ୍‌ଧାରୀଙ୍କ ସପକ୍ଷରେ ଆନ୍ଦୋଳନ କରୁଛନ୍ତି। ଟନ ପିଛା ୧୦ଟଙ୍କା ଚାନ୍ଦା ସମେତ ଗାଡ଼ି, ମେଶିନ ବ୍ୟବହାରକୁ ନେଇ ଉଭୟ ବିପକ୍ଷ ଏବଂ ସପକ୍ଷବାଦୀ ମୁହଁାମୁହିଁ ହୋଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।
୨୦୨୨ ନଭେମ୍ବର ପ୍ରଥମ ସପ୍ତାହରେ ଯାଜପୁରର ତତ୍କାଳୀନ ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ସ୍ବାଗତ କୁମାର ଦାସଙ୍କ ନେତୃତ୍ୱରେ ମାପଚୁପ ସଂସ୍ଥା ମାଇ ୱାର୍ଲଡ କନ୍‌ସାଲଟେନ୍ସି ଡ୍ରୋନ କ୍ୟାମେରା ଲଗାଇ କଳାପଥର ଲୁଟ ଉପରେ ଆକଳନ ଆରମ୍ଭ କରିଥିଲା। ଏବେ ବିପକ୍ଷ ଏବଂ ସପକ୍ଷବାଦୀ ଚଳାଇଥିବା ଆନ୍ଦୋଳନସ୍ଥଳ ରାହାଡ଼ପୁର ଖାଦାନରୁ ଅନୁମୋଦନ ଠାରୁ ପ୍ରାୟ ୩୫୦ କୋଟି ଟଙ୍କାର କଳାପଥର ଅଧିକ ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଆଇନ ଅନୁସାରେ ଏହାର ଦୁଇ ଗୁଣ ପ୍ରାୟ ୭୦୦ କୋଟି ଟଙ୍କା ଜରିମାନା ଆଦାୟ ସମ୍ଭାବନା ଥିଲା। ଏହିକ୍ରମରେ ୨୦୧୬-୧୭ରେ ରାହାଡ଼ପୁର ପାହାଡ଼ର ୨୫ ଏକର ଅଞ୍ଚଳରୁ ୫ ବର୍ଷ ପାଇଁ ୨ ଲକ୍ଷ ୩୫ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ପ୍ରଶାସନିକ ଅନୁମତି ମିଳିଥିଲା। କିନ୍ତୁ ଏହି ୫ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ କୋଟି ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଥିଲା। ସରକାରୀ ଭାବେ ଘନମିଟର ପିଛା ୨୪୫ ଟଙ୍କା ଦରରେ ଏହା ୩୬୭ କୋଟି ଟଙ୍କା ହେଉଥିଲା। ଆକଳନ ଅନୁଯାୟୀ ଯେତେ ପରିମାଣର କଳାପଥର ଅଧିକ ଲୁଟ ହୋଇଛି, ତାହାର ୨ ଗୁଣ ଜରିମାନା ଆଦାୟ ନିୟମ ରହିଛି। ତେବେ ଏଥିରେ କେବଳ ଲିଜ୍‌ଧାରୀଙ୍କ ସମ୍ପୃକ୍ତି ନଥିବା ଏବଂ ଲିଜ ପରିମାଣ ଜମି ବାହାରେ ଆଖପାଖ ଅଞ୍ଚଳରୁ ଅନ୍ୟ କେତେକ ପଥର ବେପାରୀ କଳାପଥର ଲୁଟ କରିଥିବା ସେତେବେଳେ ଚର୍ଚ୍ଚା ହେଉଥିଲା। ତେବେ ଜିଲା ପ୍ରଶାସନ ଏହିସବୁ ଦିଗକୁ ତଦନ୍ତ ନ କରି ଏକ ବେସରକାରୀ ମାପଚୁପ ସଂସ୍ଥା ଉପରେ ଆଖିବୁଜି ଭରସା ରଖିଥିଲା। ସମ୍ପୃକ୍ତ ସଂସ୍ଥା ଏହାକୁ ଏକ ସୁଯୋଗ ମନେ କରି ଲିଜ୍‌ଧାରୀଙ୍କ ସହ ସଲାସୁତୁରା କରି ମାପଚୁପରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏହି ଲୁଟ କାରବାରର ପୁନଃ ତଦନ୍ତ କରିବାକୁ କେତେଜଣ ସାମାଜିକ କର୍ମୀ ଲିଖିତ ଭାବେ ଧର୍ମଶାଳା ତହସିଲଦାରଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। ଏଭଳିସ୍ଥିତିରେ ରାହାଡ଼ପୁର ପାହାଡ଼ରେ କିଭଳି ଭାବେ ବେଆଇନ କଳାପଥର ଉତ୍ତୋଳନ ହେଉନାହିଁ ବୋଲି ସପକ୍ଷବାଦୀମାନେ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି, ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଏଥିରେ ଲିଜ୍‌ଧାରୀ ଏବଂ କେତେକ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ଅନ୍ୟପକ୍ଷେ ବିପକ୍ଷବାଦୀମାନେ କଳାପଥର ଲୁଟ୍‌ ସମେତ ପରିବେଶ ପ୍ରଦୂଷଣ ହେବାର ପ୍ରାୟ ୨ ଦଶନ୍ଧି ହେବ କ’ଣ କରୁଥିଲେ ବୋଲି ମତପ୍ରକାଶ ପାଇଛି। ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା କୁହନ୍ତି, ରାହାଡ଼ପୁର ଖାଦାନର ଲିଜ୍‌ ବାହାରେ ଚୋରାଚାଲାଣ ହୋଇଛି। ଏବେ ସପକ୍ଷ ଓ ବିପକ୍ଷବାଦୀ ନାଟକ କରୁଛନ୍ତି। ସରକାରୀ ଭାବେ ଲିଜ୍‌ ଅଞ୍ଚଳରେ ପିଲର ପୋତି କୌଣସି ଚିହ୍ନଟ କରି ନାହାନ୍ତି। ଏଥିଯୋଗୁ ପାହାଡ ପାଦଦେଶରେ ଥିବା ରାଣୀବନ୍ଧ ଏବଂ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପୋତି ହେବାକୁ ବସିଛି। ଏହି କାରବାରରେ କେତେକ ପ୍ରଭାବଶାଳୀ ନେତା ଓ ତାଙ୍କ କର୍ମୀଙ୍କ ସହଯୋଗ ରହିଥିବାବେଳେ ତହସିଲଦାର ଏବଂ ଆର୍‌ଆଇ ନୀରବଦ୍ରଷ୍ଟା ସାଜିଛନ୍ତି। ତେଣୁ ନ୍ୟାୟ ପାଇଁ ଖୁବ୍‌ଶୀଘ୍ର ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri