Posted inଜାତୀୟ

ବିହାରରେ ଜାତିଗତ ଜନଗଣନା ହେବ

ପାଟନା,୨ା୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି ଘୋଷଣା କରିଛନ୍ତି। ପାଟନାସ୍ଥିତ ରାଜ୍ୟ ସେକ୍ରେଟାରିଏଟ୍‌ରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଉକ୍ତ ବୈଠକରେ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ୯ଟି ରାଜନୈତିକ ଦଳର ନେତା ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ଜାତିଭତ୍ତିକ ଜନଗଣନା କରାଇବାକୁ ଚାହୁଁ ନ ଥିବାବେଳେ ସବୁ ଜାତି ଓ ସମ୍ପ୍ରଦାୟର ଲୋକଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତିକୁ ନେଇ ଏହି ପ୍ରସ୍ତାବିତ ସେନ୍‌ସସ୍‌ ଆଗକୁ ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟିର ସମ୍ଭାବନା ବହନ କରେ।

ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବା ପରେ ଗଣମାଧ୍ୟମକୁ ନୀତୀଶ କହିଛନ୍ତି, ଭାଜପା ସମେତ ସବୁ ଦଳର ନେତାମାନେ ଜାତିଭିତ୍ତିକ ଜନଗଣନା କରାଯିବା ଉପରେ ସର୍ବସମ୍ମତିକ୍ରମେ ସହମତି ପ୍ରକାଶ କରିଛନ୍ତି। ଜନଗଣନାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ଖୁବ୍‌ଶୀଘ୍ର ସାର୍ବଜନୀନ କରିବୁ। ପ୍ରଥମ ପର୍ଯ୍ୟାୟରେ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉପଯୁକ୍ତ ତାଲିମ ଦେବୁ। ଏହା ସମୟବଦ୍ଧ ଭାବେ ସମ୍ପୂର୍ଣ୍ଣ ହେବ। କ୍ୟାବିନେଟ ନିଷ୍ପତ୍ତି ପରେ ରାଜ୍ୟ ସରକାର ଏ ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ। ଭାଜପାକୁ ବାଦ୍‌ ଦେଇ ଅନ୍ୟ ସବୁ ଦଳ ପକ୍ଷରୁ ଏହି ଜନଗଣନା କରାଯାଉ ବୋଲି ଦାବି ହେଉଥିଲା। ତେଣୁ ବୈଠକରେ ଭାଜପା କିଛି ଆପତ୍ତି ଉଠାଇଥିଲା କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ନୀତୀଶ କହିଥିଲେ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଭାଜପା ନେତାମାନେ ମଧ୍ୟ ସାମିଲ ଥିଲେ। ତେଣୁ ଗୈରିକ ଦଳ ପକ୍ଷରୁ କୌଣସି ଆପତ୍ତି ଉଠିବା ବା ଦ୍ୱନ୍ଦ୍ୱ ରହିବାର ପ୍ରଶ୍ନ ଉଠୁନାହିଁ ବୋଲି ନୀତୀଶ କହିଛନ୍ତି। ବୈଠକରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ରୁ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ପ୍ରତିନିଧିତ୍ୱ କରିଥିଲେ। ଭାଜପାରୁ ଉପମୁଖ୍ୟମନ୍ତ୍ରୀ ତାରିକେଶ୍ୱର ପ୍ରସାଦ ଓ ଦଳର ରାଜ୍ୟ ସଭାପତି ସଞ୍ଜୟ ଜୟସ୍ବାଲ ଉପସ୍ଥିତ ଥିଲେ। ଜାତିଭିତ୍ତିକ ଜନଗଣନା ପାଇଁ ବିପୁଳ ଅର୍ଥ ଆବଶ୍ୟକ ହେବାକୁ ଥିବାରୁ କେନ୍ଦ୍ର ସରକାର ପାଣ୍ଠି ଯୋଗାଇଦିଅନ୍ତୁ ବୋଲି ତେଜସ୍ବୀ ଦାବି କରିଥିଲେ।

ଭାଜପାର ହିନ୍ଦୁତ୍ୱ ଏକତାକୁ ପ୍ରହାର

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରାଜନୈତିକ ମହତ୍ତ୍ୱାକାଂକ୍ଷାକୁ ନେଇ ଊଣାଅଧିକେ ସମସ୍ତେ ଅବଗତ। ୬ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜେଡିୟୁ ନେତାଙ୍କ ନଜର ପ୍ରଧାନମନ୍ତ୍ରୀ ଚୌକି ଉପରେ ଥିବା ତାଙ୍କ ଆଭିମୁଖ୍ୟ ଓ ରଣନୀତିରୁ ସଙ୍କେତ ମିଳିଥାଏ। ରାଜନୈତିକ ବାଧ୍ୟବାଧକତାରେ ଏନ୍‌ଡିଏ ସହ ମେଣ୍ଟ କରି କ୍ଷମତାସୀନ ହୋଇଥିଲେ ସୁଦ୍ଧା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବରିଷ୍ଠ ଭାଜପା ନେତାଙ୍କଠାରୁ ଭିନ୍ନ ମତ ପୋଷଣ କରିଥିବାର ଅନେକ ନଜିର ରହିଛି। ଭାଜପା ସାମ୍ପ୍ରଦାୟିକ ରାଜନୀତିରେ ବିଶ୍ୱାସ କରୁଥିବା ନେଇ ଅଭିଯୋଗ ହେଉଥିବାବେଳେ ନୀତୀଶ ଧର୍ମନିରପେକ୍ଷତାକୁ ଜୋର୍‌ ଦେଉଥିବା କୁହାଯାଏ।

ଅତୀତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୈରିକ ଦଳ ସହ ନୀତୀଶଙ୍କ ମତଭେଦ ଦେଖିବାକୁ ମିଳିଛି। ଜାତି ଆଧାରରେ ମୁଣ୍ଡ ଗଣତି କରାଇବାକୁ କେନ୍ଦ୍ର ସରକାର ଚାହୁଁନାହାନ୍ତି ବୋଲି ୨୦୨୧ ଜୁଲାଇ ୨୦ରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ଲୋକ ସଭାରେ ସ୍ପଷ୍ଟ କରିଥିଲେ। ଭାଜପା ଜାତିଭିତ୍ତିକ ଜନଗଣନାକୁ ହିନ୍ଦୁ ଏକତା ବିରୋଧୀ ବିବେଚନା କରି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ବିରୋଧ କରିଆସୁଥିବାବେଳେ ଏବେ ନୀତୀଶ ଏହାକୁ ଅସ୍ତ୍ର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତ୍ତି ହୋଇଛି। ବିହାର ପରେ ଆଗକୁ ଅନେକ ଅଣଭାଜପା ଶାସିତ ରାଜ୍ୟରେ ଅନୁରୂପ ଦାବି ଉଠିପାରେ। ରାଜନୈତିକ ଦଳର ଟିକେଟ ବଣ୍ଟନ ହେଉ କି ସରକାରୀ ନିଯୁକ୍ତି, ସବୁଠି ଯଦି ଜାତିକୁ ଆଧାର କରାଯାଏ ତେବେ ଜାତିଭିତ୍ତିକ ଜନଗଣନା କରାଯିବାରେ ଅସୁବିଧା ନାହିଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାଆନ୍ତି। କାରଣ ଭାରତୀୟ ସମାଜରେ ଜାତି ପ୍ରଥା ଏବେ ବି ପ୍ରଚଳିତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri