ଭୁବନେଶ୍ୱରରେ ବଢ଼ିଲା ୬୦ ଆଇସିୟୁ ଶଯ୍ୟା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଭୁବନେଶ୍ୱରରେ ଆଉଏକ ନୂଆ କୋଭିଡ୍‌ ହସ୍ପିଟାଲ ହୋଇଛି। ମଞ୍ଚେଶ୍ୱରସ୍ଥିତ ‘ବ୍ଲ୍ୟୁ ହୁଇଲ୍‌ ହସ୍ପିଟାଲ’କୁ କୋଭିଡ୍‌ ହସ୍ପିଟାଲ କରାଯାଇଛି। ଏଥିରେ ୪୦ ଆଇସିୟୁ ଶଯ୍ୟା ଥିବାବେଳେ ୩୦୦ ସାଧାରଣ ଶଯ୍ୟା ରହିଛି। ଏହାବ୍ୟତୀତ ଭୁବନେଶ୍ୱରରେ ଥିବା ଅନ୍ୟ ୨ଟି କୋଭିଡ୍‌ ହସ୍ପିଟାଲରେ ମଧ୍ୟ ୨୦ଟି ଆଇସିୟୁ ଶଯ୍ୟା ବୃଦ୍ଧି କରାଯାଇଛି। ଏଥିସହ ଘରୋଇ ହସ୍ପିଟାଲରେ କିପରି କୋଭିଡ୍‌ ଆକ୍ରାନ୍ତଙ୍କ ପାଇଁ ୫୦% ଶଯ୍ୟା ଓ ୮୦% ଆଇସିୟୁର ବ୍ୟବସ୍ଥା ରହିବ ସେଥିପ୍ରତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଗୁରୁତ୍ୱ ଦେଉଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଚୌଧାରୀ କହିଛନ୍ତି, ଶୁକ୍ରବାର ସକାଳ ସୁଦ୍ଧା ୨୦,୨୧୯ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ୮୦ଜଣଙ୍କର ମୃତ୍ୟୁ ଘଟିଛି ଓ ୧୬୫୧୧ ସୁସ୍ଥ ହୋଇଥିବାରୁ ଏବେ ୩୬୧୨ ସକ୍ରିୟ ସଂକ୍ରମିତ ରହିଛନ୍ତି। ଏହି ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରୁ ୭୫% ଗୃହ ଏକାନ୍ତବାସରେ ରହୁଛନ୍ତି। ବସ୍ତି ଅଞ୍ଚଳରୁ ମାତ୍ର ୬୮୬ଜଣ ଆକ୍ରାନ୍ତ ରହିଛନ୍ତି। ଏ ପର୍ଯ୍ୟନ୍ତ ଗୃହ ଏକାନ୍ତବାସରେ ରହି ସାରିଥିବା ୧୦ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରର ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଆଗାମୀ ଦିନରେ ଗୃହ ଏକାନ୍ତବାସରେ ରହୁଥିବା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଏକ ଡାକ୍ତରୀ ପ୍ୟାନେଲ୍‌ ପ୍ରସ୍ତୁତ କରୁଛି। ଏଥିରେ ୨୫ରୁ ୩୦ଜଣ ଡାକ୍ତର ରହି ଗୃହ ଏକାନ୍ତାବାସରେ ଥିବା ଆକ୍ରାନ୍ତଙ୍କ ସହ ବାର୍ତ୍ତାଳାପ କରିବା ସହ ସ୍ବାସ୍ଥ୍ୟାବସ୍ଥା ବୁଝିବେ। ଭୁବନେଶ୍ୱରରେ ପୁନଃ ସଂକ୍ରମଣ ମାମଲା ଏଯାବତ୍‌ ନଜରକୁ ଆସିନାହିଁ। ଗୋଟିଏ ମାମଲାରେ ବିଏମ୍‌ସିର ସନ୍ଦେହ ଉପୁଜିବାରୁ ତାଙ୍କ ନମୁନା ଆଇସିଏମ୍‌ଆରକୁ ପରୀକ୍ଷଣ ପାଇଁ ପଠାଯାଇଛି। ଯଦି ପୁନଃ ସଂକ୍ରମଣ କଥା ନଜରକୁ ଆସେ ତା’ହେଲେ ବିଏମ୍‌ସି ଏଥିପ୍ରତି ଅଧିକ ଗୁରୁତ୍ୱ ଦେବା ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବ। କୌଣସି ଅଞ୍ଚଳରେ ବ୍ୟାପକ ସଂକ୍ରମଣ ନଜରକୁ ଆସିଲେ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯିବ ବୋଲି ସେ କହିଛନ୍ତି।
ଖୋର୍ଦ୍ଧା ଜିଲା ପ୍ରଶାସନ ଓ ବିଏମ୍‌ସି ତଥ୍ୟରେ ତାଳମେଳ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଏମ୍‌ସି ଅଞ୍ଚଳରେ ଚିହ୍ନଟ ସମସ୍ତ ପଜିଟିଭ୍‌ଙ୍କୁ ଆମ କର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ଦେଖୁଛନ୍ତି। କେଉଁ ସ୍ଥାନରୁ କେତେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ତାହା ଜିଲା ପ୍ରଶାସନ ଅପେକ୍ଷା ବିଏମ୍‌ସି ନିକଟରେ ବେଶି ତଥ୍ୟ ରହୁଛି। ବିଏମ୍‌ସି ଯେଉଁ ତଥ୍ୟ ଦେଉଛି ତାହା ଠିକ୍‌। ଯଦି ଜିଲା ପ୍ରଶାସନ ପକ୍ଷରୁ ଏପରି କିଛି ତଥ୍ୟ ପ୍ରକାଶ କରାଯାଉଛି, ସେନେଇ ସେ ଆଗାମୀ ଦିନରେ ଆଲୋଚନା କରିବେ ବୋଲି ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri