ବାହୁଡ଼ିଲେ ବିଦ୍ୟାଦାତା

ଭୁବନ, ୭ା୯(ଡି.ଏନ.ଏ)-ଦୁଲୁଦୁଲି, ଢୋଲ, ଚାଙ୍ଗୁରେ କମ୍ପୁଥିଲା ପରିବେଶ। ଆଧୁନିକ, ପୁରାତନ ଗୀତର ତାଳେତାଳେ ଗୋଟିଏ ପରେ ଗୋଟିଏ ମନଛୁଅଁା ସଙ୍ଗୀତ ପରିବେଷଣ କରୁଥିଲେ ରାଜ୍ୟ ବାହାରୁ ଆସିଥିବା ବ୍ରାସ୍‌ ବ୍ୟାଣ୍ଡ ଦଳର ବାଦ୍ୟକାର। କେଉଁଠି ଚିତ୍ତାକର୍ଷକ ଅଙ୍ଗଭଙ୍ଗୀରେ ଶିଳ୍ପୀମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରୁଥିଲେ ତ ଅନ୍ୟ କେଉଁଠି ଅନ୍ୟ କେଉଁଠି ଆଦିବାସୀ ନୃତ୍ୟ ସାଜିଥିଲା ପ୍ରମୁଖ ଆକର୍ଷଣ। ଜନସମୁଦ୍ର ମଧ୍ୟରେ ପଛକୁ ପଛ ଧାଡ଼ି ବାନ୍ଧି ଚାଲିଥିଲେ ୩୬ ମେଢ। ଗଣପତି ବାପ୍ପା ମୋରିୟା… ଧ୍ୱନିରେ ପରିବେଶ ଫାଟି ପଡୁଥିବାବେଳେ ଏକ ଭାବବିହ୍ବଳ ପରିବେଶ ମଧ୍ୟରେ ଭୁବନ ସହରବାସୀ ମେଲାଣି ଦେଇଛନ୍ତି ବିଦ୍ୟାଦାତାଙ୍କୁ। ବିଳମ୍ବିତ ରାତି ଯାଏ ଭସାଣି କାର୍ଯ୍ୟକ୍ରମ ଚାଲିଥିବାବେଳେ ସାରା ସହରରେ କଡ଼ାକଡ଼ି କରାଯାଇଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା।

୩୧ ତାରିଖରୁ ଚାଲିଥିବା ଭୁବନର ପ୍ରସିଦ୍ଧ ଗଶେଣ ପୂଜା ବୁଧବାର ଶେଷ ହୋଇଛି। ଭାବବିହ୍ବଳ ପରିବେଶରେ ଶ୍ରୀଗଣପତିଙ୍କୁ ମେଲାଣି ଦେଇଛନ୍ତି ସହରବାସୀ। ପ୍ରଶାସନ ଓ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟି ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପୂର୍ବାହ୍ନ ୧୦ଟାରୁ ମେଲଣ ପଡ଼ିଆରୁ କ୍ରମାନ୍ବୟରେ ବାହାରିଥିବା ୩୬ ମେଢ ବ୍ଲକ ଛକ, ରାମ ମନ୍ଦିର, ଲତାବିଲ, ନୂଆବଜାର ଦେଇ ସାରା ସହର ପରିକ୍ରମା କରିଥିଲେ। କାମାକ୍ଷାନଗର ଉପଜିଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ତତ୍ତ୍ୱାବଧାନ ଏବଂ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁଙ୍କ ନେତୃତ୍ୱରେ ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୪ ଜଣ ଅଫିସର ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ। ବିଳମ୍ବିତ ରାତି ଯାଏ ଭସାଣି ଶୋଭାଯାତ୍ରା ଚାଲିଥିବାବେଳେ ରଗଡ଼ି ନାଳରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri